ଆଞ୍ଚଳିକ ଢମଣା ଗିଳିଥିବା ବେଳେ ୧୩ ଫୁଟ ଲମ୍ବ ଅହିରାଜ ଉଦ୍ଧାର(ଭିଡିଓ) Angul OnlineApril 11, 2022April 11, 2022 ଅନୁଗୁଳ – ପୃଥିବୀର ସବୁଠୁ ବଡ (ଲମ୍ବ) ବିଷଧର ସାପ ଅହିରାଜର ପ୍ରିୟ ଖାଦ୍ୟ ସାପ ଓ ସରୀସୃପ । ଏପରି ଏକ ସାପ ଖାଇବାର ଘଟଣା ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ଟିକରପଡା ଗ୍ରାମରେ ଦେଖିବାକୁ ମିଳିଛି । ୧୩ ଫୁଟର ଅହିରାଜ ସାପଟି ୭ ଫୁଟ ଲମ୍ବର ଢମଣା ସାପକୁ ଗିଳି ଦେଇ ଟିକରପଡା ଗ୍ରାମର ଏକ ଘର ଭିତର ଶଙ୍ଗା (ଭାଡି) ଉପରେ ଥିଲା । ପରିବାର ଲୋକେ ଘର ଭିତରେ ଏତେ ବଡ ସାପ ଦେଖି ନିକଟସ୍ଥ ସାତକୋଶିଆ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ କର୍ମଚାରୀ ଲକ୍ଷ୍ମଣ ମିର୍ଦ୍ଧାଙ୍କ ସହ ଅନୁଗୋଳର ସର୍ପମିତ୍ର ଆଦିତ୍ୟ ବେହେରା, ସର୍ପଉଦ୍ଧାରକାରୀ ଶିବାନୀ ଦେହୁରୀ, ପିଣ୍ଟୁ ବେହେରା, ମୁନୁ ବାରିକ ଓ ଅଜୟ ଭୋଈ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସଫଳତାର ସହ ଅହିରାଜ ସାପକୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ପୂର୍ବରୁ ଗିଳିଥିବା ଢମଣା ସାପଟିକୁ ଅହିରାଜ ବାହାର କରି ଦେଇଥିଲା । ସେତେବେଳକୁ ଢମଣା ସାପଟି ମରି ସାରିଥିଲା ଏବଂ ଢମଣା ସାପଟି ପୂର୍ବରୁ ଖାଇଥିବା ଏକ ମଲା କୁକୁଡା ବାହାରିଥିଲା । ପରବର୍ତ୍ତୀ ସମୟରେ ସାପଟିକୁ ଟିକରପଡା ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଇଥିଲା । ଉଦ୍ଧାର ପୂର୍ବରୁ ଏବଂ ପରେ ଘଟଣା ସମ୍ପର୍କରେ ସାତକୋଶିଆ ବନଖଣ୍ଡ ଅଧିକାରୀ ଏବଂ ଟିକରପଡା ବନାଞ୍ଚଳ ଅଧିକାରୀଙ୍କୁ ଅବଗତ କରାଯାଇଥିଲା । ସାପଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜାଣି ବନ କର୍ମଚାରୀଙ୍କ ଉପସ୍ଥିତିରେ ନିକଟସ୍ଥ ସୁରକ୍ଷିତ ପ୍ରାକୃତିକ ଆବାସସ୍ଥଳୀରେ ଛାଡି ଦିଆଯାଇଥିଲା । https://angulonline.com/odia/wp-content/uploads/2022/04/WhatsApp-Video-2022-04-11-at-10.59.00.mp4 Advertisement
ସେଣ୍ଟ୍ରାଲ ଗଣେଶ ପୂଜା କମିଟି ବୈଠକ ଅନୁଷ୍ଠିତ ଅନୁଗୁଳ – ଅନୁଗୁଳ ମିଶ୍ରପଡା ସ୍ଥିତ ଏକ ହୋଟେଲର ହଲରେ ଅନୁଗୋଳ ସେଣ୍ଟ୍ରାଲ ଗଣେଶ ପୂଜା କମିଟିର ଏକ ସଭା ଅନୁଷ୍ଠିତ ହୋଇଯାଇଅଛି । ଏହି ସଭାରେ…
ଧର୍ମପରାୟଣ ମହିଳାଙ୍କ ପରଲୋକ ଅନୁଗୁଳ – ଅନୁଗୁଳର ପୂର୍ବତନ ଓକିଲ ସଙ୍ଘ ସଭାପତି ଭୁପେଶ ପ୍ରଧାନଙ୍କ ମା ମଞ୍ଜୁରାଣୀ ପ୍ରଧାନଙ୍କର ଗୁରୁବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କ…
ଗାଁରେ ମାତିଛି ଭାଲୁ – ଭୟଭୀତ ଅଞ୍ଚଳବାସୀ କିଶୋରନଗର – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଏବଂ କିଶୋରନଗର ଅଞ୍ଚଳରେ ଏବେ ଭାଲୁ ଭୟ ଘାରିଛି । ଗତ ଏକ ମାସ ଭିତରେ ଭାଲୁ ଆକ୍ରମଣରେ ପ୍ରାୟ…