ଆଞ୍ଚଳିକ ଢମଣା ଗିଳିଥିବା ବେଳେ ୧୩ ଫୁଟ ଲମ୍ବ ଅହିରାଜ ଉଦ୍ଧାର(ଭିଡିଓ) Angul OnlineApril 11, 2022April 11, 2022 ଅନୁଗୁଳ – ପୃଥିବୀର ସବୁଠୁ ବଡ (ଲମ୍ବ) ବିଷଧର ସାପ ଅହିରାଜର ପ୍ରିୟ ଖାଦ୍ୟ ସାପ ଓ ସରୀସୃପ । ଏପରି ଏକ ସାପ ଖାଇବାର ଘଟଣା ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ଟିକରପଡା ଗ୍ରାମରେ ଦେଖିବାକୁ ମିଳିଛି । ୧୩ ଫୁଟର ଅହିରାଜ ସାପଟି ୭ ଫୁଟ ଲମ୍ବର ଢମଣା ସାପକୁ ଗିଳି ଦେଇ ଟିକରପଡା ଗ୍ରାମର ଏକ ଘର ଭିତର ଶଙ୍ଗା (ଭାଡି) ଉପରେ ଥିଲା । ପରିବାର ଲୋକେ ଘର ଭିତରେ ଏତେ ବଡ ସାପ ଦେଖି ନିକଟସ୍ଥ ସାତକୋଶିଆ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ କର୍ମଚାରୀ ଲକ୍ଷ୍ମଣ ମିର୍ଦ୍ଧାଙ୍କ ସହ ଅନୁଗୋଳର ସର୍ପମିତ୍ର ଆଦିତ୍ୟ ବେହେରା, ସର୍ପଉଦ୍ଧାରକାରୀ ଶିବାନୀ ଦେହୁରୀ, ପିଣ୍ଟୁ ବେହେରା, ମୁନୁ ବାରିକ ଓ ଅଜୟ ଭୋଈ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସଫଳତାର ସହ ଅହିରାଜ ସାପକୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ପୂର୍ବରୁ ଗିଳିଥିବା ଢମଣା ସାପଟିକୁ ଅହିରାଜ ବାହାର କରି ଦେଇଥିଲା । ସେତେବେଳକୁ ଢମଣା ସାପଟି ମରି ସାରିଥିଲା ଏବଂ ଢମଣା ସାପଟି ପୂର୍ବରୁ ଖାଇଥିବା ଏକ ମଲା କୁକୁଡା ବାହାରିଥିଲା । ପରବର୍ତ୍ତୀ ସମୟରେ ସାପଟିକୁ ଟିକରପଡା ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଇଥିଲା । ଉଦ୍ଧାର ପୂର୍ବରୁ ଏବଂ ପରେ ଘଟଣା ସମ୍ପର୍କରେ ସାତକୋଶିଆ ବନଖଣ୍ଡ ଅଧିକାରୀ ଏବଂ ଟିକରପଡା ବନାଞ୍ଚଳ ଅଧିକାରୀଙ୍କୁ ଅବଗତ କରାଯାଇଥିଲା । ସାପଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜାଣି ବନ କର୍ମଚାରୀଙ୍କ ଉପସ୍ଥିତିରେ ନିକଟସ୍ଥ ସୁରକ୍ଷିତ ପ୍ରାକୃତିକ ଆବାସସ୍ଥଳୀରେ ଛାଡି ଦିଆଯାଇଥିଲା । https://angulonline.com/odia/wp-content/uploads/2022/04/WhatsApp-Video-2022-04-11-at-10.59.00.mp4 Advertisement
ଜିଲ୍ଲାପାଳଙ୍କ ସହ ଉନ୍ନୟନ କାର୍ଯ୍ୟର ଆଲୋଚନା କଲେ ପୂର୍ବତନ ଟାମଡା ଅଧ୍ୟକ୍ଷ ଶକ୍ତି ପଟ୍ଟନାୟକ ଅନୁଗୁଳ – ଅନୁଗୁଳ ପୌରାଞ୍ଚଳର ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ପୂର୍ବତନ ଟାମଡା ଅଧ୍ୟକ୍ଷ ତଥା ଓଡ଼ିଶା ମୋ ପରିବାର ଜିଲା ସଂଯୋଜକ ଶକ୍ତି ପ୍ରସାଦ ପଟ୍ଟନାୟକ…
ପୂର୍ବତନ ମନ୍ତ୍ରୀ ଅଦ୍ୱୈତ ପ୍ରସାଦ ସିଂହଙ୍କ ତ୍ରୟୋଦଶତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ଅନୁଗୁଳ – ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଅଦ୍ୱୈତ ପ୍ରସାଦ ସିଂହଙ୍କ ତ୍ରୟୋଦଶତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଆଜି ଅନୁଗୁଳ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମ କରା ଯାଇଛି…
ବ୍ୟାରେଜ ବ୍ୟାସଚ୍ୟୁତଙ୍କ ସମସ୍ୟା ନେଇ ଉପ-ବାଚସ୍ପତିଙ୍କ ସମୀକ୍ଷା ଅନୁଗୁଳ – ଅନୁଗୁଳ ଜିଲ୍ଲାର ସମଲ ବ୍ୟାରେଜ ଠାରେ ହୋଇଥିବା ସମଲ ନଦୀବନ୍ଧ ଯୋଜନାରେ ସମ୍ପୂର୍ଣ୍ଣ ବାସଚ୍ୟୁତ ମାନଙ୍କର ନିଯୁକ୍ତି ସମସ୍ୟା ନେଇ ଅନୁଗୁଳ ସର୍କିଟ ହାଉସ…