ମୁଖ୍ୟ ଖବର ଛାତରୁ ପଡି ଯୁବକ ମୃତ Angul OnlineApril 11, 2022April 11, 2022 ଅନୁଗୁଳ – ଅନୁଗୁଳ ସହର ଶିକ୍ଷକପଡାରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଛାତରୁ ପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ହଣ୍ଡପା ଅଞ୍ଚଳର ପ୍ରତାପ ସାହୁ ବୋଲି ଜଣା ପଡିଛି । ସେ ଶିକ୍ଷକପଡାସ୍ଥିତ ସ୍କୁଲ ନିକଟରେ ଭଡାରେ ରହୁଥିଲେ । ଗତକାଲି ରାତିରେ ସାମାନ୍ୟ ଗୁଳୁଗୁଳି ଥିବା ବେଳେ ସେ ବିଳମ୍ବିତ ରାତିରେ ଛାତ ଉପରେ ବୁଲୁଥିଲେ । ତେବେ ଆଜି ସକାଳେ ତାଙ୍କ ମୃତ ଦେହ ତଳେ ପଡିଥିବା ପଡୋଶୀ ଦେଖି ପୁଲିସକୁ ସୂଚନା ଦେଇଥିଲେ । ଖବର ପାଇ ଅନୁଗୁଳ ପୁଲିସ ଘଟଣା ସ୍ଥଳରେ ପହଞ୍ଛି ମୃତଦେହ ଜବତ କରି ତଦନ୍ତ କରୁଛି । ତେବେ ଅସାବଧାନତା ଯୋଗୁଁ ସେ ଛାତ ଉପରୁ ପଡି ଯିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରା ଯାଉଛି । ତଦନ୍ତ ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି ପୁଲିସ କହିଛି । Advertisement
ସାଂସଦଙ୍କ ବାସଭବନରୁ ଚୋରି ପାଲଲହଡ଼ା – ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ବାସଭବନରୁ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ତାଙ୍କ ପାଲଲହଡା ଥାନା ପେଣ୍ଡେରାବସା ସ୍ଥିତ ବାସଭବନରୁ ବିଳମ୍ବିତ…
ତାଳଚେର ବନ୍ଦ – ସର୍ତ୍ତ ମାନିବାକୁ ପ୍ରସ୍ତୁତ ଏମସିଏଲ ତାଳଚେର – ତାଳଚେର ମେଡିକାଲ କଲେଜକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ସହ ରାଜ୍ୟ ସରକାର ଏହାକୁ ପରିଚାଳନା ଓ ଏହାର ସମସ୍ତ ଖର୍ଚ୍ଚ ଏମସିଏଲ ବହନ କରିବା…
ଗାଡି ସାଇଡମରା ପାଇଁ ହୋଇଥିଲା ଗୋଡାଇ ଗୋଡାଇ ଛୁରାମାଡ – ୧୦ ଜଣଙ୍କୁ ଗିରଫ କଲା ପୁଲିସ ଅନୁଗୁଳ – ଗତ ଦୁଇ ଦିନ ତଳେ ଅନୁଗୁଳ ସହରରେ ଯୁବକଙ୍କୁ ଗୋଡାଇ ଗୋଡାଇ ଛୁରା ମାଡ ଘଟଣାର ପର୍ଦାଫାସ କରିଛି ପୁଲିସ । ଗାଡି ସାଇଡମରା…