ରାଜନୀତି ପୌରାଧକ୍ଷ ଭାବେ ଅକ୍ଷୟ ନେଲେ ଦାୟିତ୍ଵ ଗ୍ରହଣ Angul OnlineMarch 30, 2022March 30, 2022 ଅନୁଗୁଳ – ଅନୁଗୁଳ ପୌରପାଳିକାର ପୌରାଧକ୍ଷ ଭାବେ ଅକ୍ଷୟ କୁମାର ସାମନ୍ତ ବୁଧବାର ଦାୟିତ୍ଵ ଗ୍ରହଣ କରିଛନ୍ତି । ଶ୍ରୀ ସାମନ୍ତ ବିଜୟୀ ବିଜେଡି କାଉନସିଲର ଏବଂ ସମର୍ଥକଙ୍କ ଗହଣରେ ଅମଲାପଡ଼ା ଦୁର୍ଗା ମଣ୍ଡପରୁ ବାହାରି ସିଧା କାର୍ଯ୍ୟାଳୟକୁ ଆସିଥିଲେ । ଓଡ଼ିଶା ବିଧାନସଭା ଉପ-ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ , ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ , ଯୁବ ବିଜେଡି ସଭାପତି ଦୀନେଶ ପ୍ରଧାନ , ସୁଜିତ୍ ଦ୍ବିବେଦୀ , ଅଜିତ ଦ୍ବିବେଦୀ ପ୍ରମୁଖ ଏହି ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ । ପୌରପାଳିକା କାର୍ଯ୍ୟାଳୟରେ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ଏବଂ କର୍ମଚାରୀମାନେ ପୁଷ୍ପ ଗୁଚ୍ଛ ଦେଇ ଶ୍ରୀ ସାମନ୍ତ ଙ୍କୁ ସ୍ଵାଗତ କରିଥିଲେ । ଏ ଅବସରରେ ଶ୍ରୀ ସାମନ୍ତ ସାମ୍ବାଦିକ ମାନଙ୍କୁ ଅନୁଗୁଳ ସହରକୁ ଏକ ମଡେଲ ସହରରେ ପରିଣତ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯିବ ବୋଲି କହିଥିଲେ । ଶ୍ରୀ ସାମନ୍ତ ଏଥି ପୂର୍ବରୁ କଂଗ୍ରେସ ଦଳ ପକ୍ଷରୁ ଜିତି ଅନୁଗୁଳ ପୌରପାଳିକାର ପୌରାଧକ୍ଷ ହୋଇ ପାରିଥିଲେ । ନିକଟରେ ଅନୁଷ୍ଠିତ ପୌର ନିର୍ବାଚନରେ ଶ୍ରୀ ସାମନ୍ତ ବିଜେଡିରୁ ଲଢି ବିଜେପିର ପ୍ରାର୍ଥୀ ଦିଲୀପ ପ୍ରଧାନଙ୍କୁ ହରାଇ ନିର୍ବାଚିତ ହୋଇଛନ୍ତି । Advertisement
ଜ୍ୟୋତିର୍ମୟୀ ସରପଞ୍ଚ ସଂଘ ସଭାପତି ଅନୁଗୋଳ – ଅନୁଗୋଳ ଜିଲ୍ଲାର ଆଠଟି ବ୍ଲକକୁ ନେଇ ସରପଞ୍ଚ ସଂଘ , ଅନୁଗୋଳ ଜିଲ୍ଲା ଗଠିତ ହୋଇ ଯାଇଛି । ଆଜି ସହରର ଏକ…
ବଢୁଛି ଅକ୍ଷୟଙ୍କ ସମର୍ଥନ – ସାଂସଦଙ୍କ ସହ ଶକ୍ତି ଓ ଭକ୍ତିଙ୍କ ଜୋରଦାର ପ୍ରଚାର ଅନୁଗୁଳ – ପୌର ନିର୍ବାଚନ ପାଇଁ ଭୋଟ୍ ତାରିଖ ଯେତିକି ପାଖେଇ ଆସୁଛି , ପୌରାଞ୍ଚଳ ଇଲାକାରେ ପ୍ରଚାର ସେତିକି କୋର୍ଦାର ହେଉଛି । ବିଜେଡି ନଗରପାଳ…
କୁଆଡ଼େ ଗଲେ ରାଜାସାହେବ୍? ଅନୁଗୁଳ – ସାଂସଦଙ୍କ ଦେଖା ମିଳୁନି । ମାସେ କି ଦୁଇ ମାସ ନୁହେଁ । ବର୍ଷ ବର୍ଷ ଧରି ସାଂସଦ ନିର୍ବାଚନ ମଣ୍ଡଳୀ ମାଟି ମାଡ଼ିନାହାଁନ୍ତି…