ରାଜନୀତି ପୌରାଧକ୍ଷ ଭାବେ ଅକ୍ଷୟ ନେଲେ ଦାୟିତ୍ଵ ଗ୍ରହଣ Angul OnlineMarch 30, 2022March 30, 2022 ଅନୁଗୁଳ – ଅନୁଗୁଳ ପୌରପାଳିକାର ପୌରାଧକ୍ଷ ଭାବେ ଅକ୍ଷୟ କୁମାର ସାମନ୍ତ ବୁଧବାର ଦାୟିତ୍ଵ ଗ୍ରହଣ କରିଛନ୍ତି । ଶ୍ରୀ ସାମନ୍ତ ବିଜୟୀ ବିଜେଡି କାଉନସିଲର ଏବଂ ସମର୍ଥକଙ୍କ ଗହଣରେ ଅମଲାପଡ଼ା ଦୁର୍ଗା ମଣ୍ଡପରୁ ବାହାରି ସିଧା କାର୍ଯ୍ୟାଳୟକୁ ଆସିଥିଲେ । ଓଡ଼ିଶା ବିଧାନସଭା ଉପ-ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ , ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ , ଯୁବ ବିଜେଡି ସଭାପତି ଦୀନେଶ ପ୍ରଧାନ , ସୁଜିତ୍ ଦ୍ବିବେଦୀ , ଅଜିତ ଦ୍ବିବେଦୀ ପ୍ରମୁଖ ଏହି ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ । ପୌରପାଳିକା କାର୍ଯ୍ୟାଳୟରେ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ଏବଂ କର୍ମଚାରୀମାନେ ପୁଷ୍ପ ଗୁଚ୍ଛ ଦେଇ ଶ୍ରୀ ସାମନ୍ତ ଙ୍କୁ ସ୍ଵାଗତ କରିଥିଲେ । ଏ ଅବସରରେ ଶ୍ରୀ ସାମନ୍ତ ସାମ୍ବାଦିକ ମାନଙ୍କୁ ଅନୁଗୁଳ ସହରକୁ ଏକ ମଡେଲ ସହରରେ ପରିଣତ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯିବ ବୋଲି କହିଥିଲେ । ଶ୍ରୀ ସାମନ୍ତ ଏଥି ପୂର୍ବରୁ କଂଗ୍ରେସ ଦଳ ପକ୍ଷରୁ ଜିତି ଅନୁଗୁଳ ପୌରପାଳିକାର ପୌରାଧକ୍ଷ ହୋଇ ପାରିଥିଲେ । ନିକଟରେ ଅନୁଷ୍ଠିତ ପୌର ନିର୍ବାଚନରେ ଶ୍ରୀ ସାମନ୍ତ ବିଜେଡିରୁ ଲଢି ବିଜେପିର ପ୍ରାର୍ଥୀ ଦିଲୀପ ପ୍ରଧାନଙ୍କୁ ହରାଇ ନିର୍ବାଚିତ ହୋଇଛନ୍ତି । Advertisement
ଅନୁଗୁଳରୁ କୋଲକତାକୁ ଚାଲିବ ନୂଆ ଟ୍ରେନ – ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ – ଖୁବ ଶୀଘ୍ର ସମ୍ବଲପୁରରୁ ଏକ ନୂଆ ଟ୍ରେନ ତାଳଚେର, ଅନୁଗୁଳ ଓ ଢ଼େଙ୍କାନାଳ ଦେଇ କୋଲକତାକୁ ଚଳାଚଳ କରିବ ବୋଲି ରବିବାର ରେଳ ବିଭାଗର…
ପୂର୍ବତନ ପୌରାଧ୍ୟକ୍ଷଙ୍କ ସମେତ ଅନେକ ବିରୋଧୀଙ୍କ ବିଜେଡ଼ିରେ ଯୋଗଦାନ ଅନୁଗୁଳ – ପୌରପାଳିକା ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜୁ ଯୁବ ଜନତା ଦଳରେ ଅନୁଗୁଳ ମ୍ୟୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷ ତଥା କଂଗ୍ରେସ ନେତା ଅକ୍ଷୟ ସାମନ୍ତ…
ରାଜ୍ୟରେ ମହିଳା ମାନେ ଅସୁରକ୍ଷିତ – ଦୀପ୍ତି ରାୱତ୍, ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ଅନୁଗୁଳ – ବିଜେପି ମହିଳା ମୋର୍ଚ୍ଚାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦୁଇଦିନିଆ ଅନୁଗୁଳ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ…