ରାଜନୀତି ପୌରାଧକ୍ଷ ଭାବେ ଅକ୍ଷୟ ନେଲେ ଦାୟିତ୍ଵ ଗ୍ରହଣ Angul OnlineMarch 30, 2022March 30, 2022 ଅନୁଗୁଳ – ଅନୁଗୁଳ ପୌରପାଳିକାର ପୌରାଧକ୍ଷ ଭାବେ ଅକ୍ଷୟ କୁମାର ସାମନ୍ତ ବୁଧବାର ଦାୟିତ୍ଵ ଗ୍ରହଣ କରିଛନ୍ତି । ଶ୍ରୀ ସାମନ୍ତ ବିଜୟୀ ବିଜେଡି କାଉନସିଲର ଏବଂ ସମର୍ଥକଙ୍କ ଗହଣରେ ଅମଲାପଡ଼ା ଦୁର୍ଗା ମଣ୍ଡପରୁ ବାହାରି ସିଧା କାର୍ଯ୍ୟାଳୟକୁ ଆସିଥିଲେ । ଓଡ଼ିଶା ବିଧାନସଭା ଉପ-ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ , ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ , ଯୁବ ବିଜେଡି ସଭାପତି ଦୀନେଶ ପ୍ରଧାନ , ସୁଜିତ୍ ଦ୍ବିବେଦୀ , ଅଜିତ ଦ୍ବିବେଦୀ ପ୍ରମୁଖ ଏହି ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ । ପୌରପାଳିକା କାର୍ଯ୍ୟାଳୟରେ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ଏବଂ କର୍ମଚାରୀମାନେ ପୁଷ୍ପ ଗୁଚ୍ଛ ଦେଇ ଶ୍ରୀ ସାମନ୍ତ ଙ୍କୁ ସ୍ଵାଗତ କରିଥିଲେ । ଏ ଅବସରରେ ଶ୍ରୀ ସାମନ୍ତ ସାମ୍ବାଦିକ ମାନଙ୍କୁ ଅନୁଗୁଳ ସହରକୁ ଏକ ମଡେଲ ସହରରେ ପରିଣତ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯିବ ବୋଲି କହିଥିଲେ । ଶ୍ରୀ ସାମନ୍ତ ଏଥି ପୂର୍ବରୁ କଂଗ୍ରେସ ଦଳ ପକ୍ଷରୁ ଜିତି ଅନୁଗୁଳ ପୌରପାଳିକାର ପୌରାଧକ୍ଷ ହୋଇ ପାରିଥିଲେ । ନିକଟରେ ଅନୁଷ୍ଠିତ ପୌର ନିର୍ବାଚନରେ ଶ୍ରୀ ସାମନ୍ତ ବିଜେଡିରୁ ଲଢି ବିଜେପିର ପ୍ରାର୍ଥୀ ଦିଲୀପ ପ୍ରଧାନଙ୍କୁ ହରାଇ ନିର୍ବାଚିତ ହୋଇଛନ୍ତି । Advertisement
ଜିଲ୍ଲା ଯୋଜନା କମିଟିରେ ସଦସ୍ୟ ଭାବେ ଉଷା ଓ ଜଗନ୍ନାଥ ବିଜୟୀ ଅନୁଗୋଳ – ଅନୁଗୋଳ ଜିଲ୍ଲା ଯୋଜନା କମିଟିରେ ସଦସ୍ୟ ଭାବେ ତାଳଚେର ପୌର ପରିଷଦ ୨ ନମ୍ବର ଓ ୪ ନମ୍ବର କାଉନ୍ସିଲର ନିର୍ବାଚିତ ହୋଇଛନ୍ତି…
ଇଭିଏମରେ ବନ୍ଦ ହେଲା ପୌରାଧ୍ୟକ୍ଷ-କାଉନସିଲରଙ୍କ ଭାଗ୍ୟ – ୨୬ ରେ ଫଳାଫଳ ଅନୁଗୁଳ – ପୌର ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ ଶେଷ ହୋଇଛି । ସହରୀ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି । ସକାଳ ୮ଟାରୁ ଆରମ୍ଭ…
ତିନି ସହରାଞ୍ଚଳରେ ୩୩ ୱାର୍ଡ ସଂରକ୍ଷିତ ୨୨ ୱାର୍ଡ ଅଣସଂରକ୍ଷିତ ଭୁବନେଶ୍ଵର – ରାଜ୍ୟର ୧୦୭ଟି ପୌରସଂସ୍ଥାର ୧୭୫୬ କାଉନସିଲର ପଦବୀ ପାଇଁ ସଂରକ୍ଷଣ ତାଲିକା ଘୋଷଣା କରା ଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ପ୍ରେସ୍ମିଟ୍ର ଜରିଆରେ…