ମୁଖ୍ୟ ଖବର ପୁଲିସ ର ମାଡରେ ଯୁବକ ଗୁରୁତର ଅଭିଯୋଗ Angul OnlineFebruary 11, 2023February 11, 2023 ପାଲଲହଡା – ଅନୁଗୋଳ ଜିଲ୍ଲା ଖାମାର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ଆଦିତ୍ୟ ବେହେରା ପୁଲିସର ମାଡରେ ଗୁରୁତର ହୋଇଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଛି । ଆଦିତ୍ୟ ବେହେରାଙ୍କ ଅଭିଯୋଗ ଯେ, ଗତ ବୁଧବାର ଦିନ ବ୍ୟାଙ୍କକୁ ଯାଇଥିଲେ । ସେଠାରେ ଟଙ୍କା ଡିପୋଜିଟ୍ କରି ଘରକୁ ଆସିଥିଲେ । ସେହି ବୁଧବାର ଦିନ ପାଲଲହଡ଼ା ଅଞ୍ଚଳର ଜଣେ ବ୍ୟକ୍ତିଙ୍କର ୧ ଲକ୍ଷ ଟଙ୍କା ଚୋରି ହୋଇଥିଲା । ଏହି ଚୋରି ସମ୍ପର୍କରେ ଅନୁସନ୍ଧାନ ବେଳେ ଆଦିତ୍ୟ ବେହେରାଙ୍କୁ ସନ୍ଦେହ କରି ପାଲଲହଡ଼ା ପୁଲିସ ଉଠାଇ ନେଇଥିଲା । ଆଦିତ୍ୟଙ୍କୁ ଦୁଇ ଦିନ ଧରି ପାଲଲହଡ଼ା ପୁଲିସ ମାଡ ମାରିଥିବା ସେ ଅଭିଯୋଗ କରିଛନ୍ତି । ଯାହା ଫଳରେ ଆଦିତ୍ୟଙ୍କ ଗୋଡ, ହାତ, ଛାତି, ମୁହଁରେ ଗଭୀର ଆଘାତ ଲାଗିଛି । ତେବେ ଆଦିତ୍ୟଙ୍କ ଅଭିଯୋଗ ନେଇ ପାଲଲହଡା ପୁଲିସର ପ୍ରତିକ୍ରିୟା ମିଳି ପାରି ନାହିଁ । ତେବେ ପୁଲିସର ଏଭଳି ଥାର୍ଡ ଡିଗ୍ରୀକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯିବା ସହ ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । Advertisement
ସ୍କୁଲରେ ବିଦ୍ୟୁତ ଆଘାତରେ ଶିକ୍ଷକ ମୃତ ଅନୁଗୁଳ – ସ୍କୁଲର ପାଣି ପମ୍ପ ସଜାଡ଼ିବାକୁ ଯାଇ ବିଦ୍ୟୁତ ଆଘାତରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲା ପୋକଟୁଙ୍ଗା…
ଅଙ୍ଗନୱାଡି କେନ୍ଦ୍ର ଛାତରୁ ପ୍ଲାଷ୍ଟର ଖସି ୫ ଜଣ ଛାତ୍ରଛାତ୍ରୀ ଓ ଦିଦି ଆହତ ଆଠମଲ୍ଲିକ – ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ପେଡିପଥର ପଞ୍ଚାୟତ ଝିଲ୍ଲିମୁଣ୍ଡା ଅଙ୍ଗନୱାଡି କେନ୍ଦ୍ରରେ ଏକ ଅଘଟଣ ଘଟି ଯାଇଛି । ଅଙ୍ଗନୱାଡି କେନ୍ଦ୍ରରେ ପିଲାମାନେ ଖାଉଥିବା ବେଳେ…
୪୯ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରା ପଡିଲେ ଜିଲ୍ଳା ମଙ୍ଗଳ ଅଧିକାରିଣୀ ଅନୁଗୁଳ – ଭିଜିଲାନ୍ସ ଜାଲରେ ଅନୁଗୁଳ ଜିଲ୍ଲା ମଙ୍ଗଳ ଅଧିକାରୀ । ନିଜର ସହାୟିକା ତଥା ରୋଷେୟାଙ୍କ ଠାରୁ ୪୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…