ମୁଖ୍ୟ ଖବର ଜିଲ୍ଲାପାଳଙ୍କ ନାମରେ ଫେକ ହ୍ଵାଟସଆପ ନମ୍ବର Angul OnlineAugust 16, 2022August 17, 2022 ଅନୁଗୁଳ – ରାଜ୍ୟରେ ଜଣଙ୍କ ପରେ ଜଣେ ବରିଷ୍ଠ ଅଧିକାରୀମାନେ ସାଇବର ଅପରାଧୀଙ୍କ ଶିକାର ହେବାରେ ଲାଗିଛନ୍ତି । ଏହି ତାଲିକାରେ ସଦ୍ୟତମ ସାମିଲ ହୋଇଛନ୍ତି ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ । ତାଙ୍କ ନାମରେ ଫେକ ହ୍ଵାଟସଆପ ନମ୍ବର କରାଯାଇ ସେଥିରେ ଜିଲ୍ଲାପାଳଙ୍କ ପ୍ରୋଫାଇଲ ଫଟୋ ମଧ୍ୟ ରଖା ଯାଇଛି । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ନାଁ ରେ ଆକାଉଣ୍ଟ ଖୋଲି ଏହି ଠକ ବଡ଼ ବଡ଼ ଅଧିକାରୀଙ୍କୁ ଟଙ୍କା ମାଗୁଥିବା ଜଣା ପଡିଛି । ଏହି ଠକ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଫଟୋ ବ୍ୟବହାର କରି ସାମାଜିକ ଗଣମାଧ୍ୟମରେ ସରକାରୀ ଅଧିକାରୀ , କର୍ମଚାରୀଙ୍କୁ ଟଙ୍କା ମାଗୁଛି । ଏହା ଜାଣିବା ପରେ ନିଜେ ଜିଲ୍ଲାପାଳ ତାଙ୍କ ହ୍ଵାଟସଆପ ଷ୍ଟାଟସରେ ଲୋକଙ୍କୁ ସଚେତନ କରାଇବା ସହ ପୁଲିସକୁ ଜଣାଇଥିବା ଜଣା ପଡିଛି । ପୁଲିସ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଫଟୋ ଥାଇ ଏକ ମୋବାଇଲ୍ ନମ୍ବରରେ ଏକ ହ୍ଵାଟସଆପ ଆକାଉଣ୍ଟ ଖୋଲାଯାଇଛି । ଏହି ନମ୍ବରରୁ ବିଭିନ୍ନ ଅଧିକାରୀଙ୍କ ପାଖକୁ ମେସେଜ୍ ପଠାଇ ଗିଫ୍ଟ ଭାଉଚର ଆଉ ଟଙ୍କା ମଗାଯାଉଛି । ଏହା ସାଇବର ଠକଙ୍କ କାମ ବୋଲି ଜଣା ପଡିଛି । ଜିଲ୍ଲାପାଳ ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଲୋକଙ୍କୁ ସତର୍କ କରାଇବା ସହ ଠକେଇର ଶିକାର ନ ହେବାକୁ ପରାମର୍ଶ ଦେଇଛନ୍ତି । Advertisement
ଅନୁଗୁଳର ଦେବାଶିଷଙ୍କୁ ମିଳିବ ଶୌର୍ଯ୍ୟ ଚକ୍ର ସମ୍ମାନ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବୀର ସହିଦ ଦେବାଶିଷ ସେଠୀଙ୍କୁ ମିଳିବ ବୀର ଶୌର୍ଯ୍ୟ ଚକ୍ର ସମ୍ମାନ । ୨୦୨୦ ମସିହା ସେପ୍ଟେମ୍ବର ୧୦ ତାରିଖ ଦିନ…
କେନାଲରେ ଭାସିଗଲେ ମହିଳା ଅନୁଗୁଳ – ଗାଧେଇବା ବେଳେ କେନାଲରେ ଭାସିଗଲେ ମହିଳା । ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢ଼ାପଙ୍କ ଗ୍ରାମ ପଞ୍ଚାୟତ ର କେନାଲ ରେ ଗାଧୋଇଲା…
ଭୟାବହ ଅଗ୍ନିକାଣ୍ଡ – ଗୋରୁ , ମେଣ୍ଢା ଜୀବନ୍ତ ଦଗ୍ଧ , ଲକ୍ଷାଧିକ ମୂଲ୍ୟର ସମ୍ପତ୍ତି ନଷ୍ଟ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଖାଲଗାଁରେ ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ଯାଇଛି । ଏଥିରେ ଦୁଇଟି ପରିବାରର ୬ ଟି…