ମୁଖ୍ୟ ଖବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅସ୍ତ୍ରୋପଚାର ପାଇଁ ଡାକ୍ତର ଲାଞ୍ଚ ନେଇଥିବା ଅଭିଯୋଗ Angul OnlineNovember 5, 2024November 5, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଳକଣ୍ଟକ ଅପରେସନ ପାଇଁ ଜଣେ ଡାକ୍ତର ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ , ତାଳଚେର ବ୍ଲକ ଭରତପୁର ଅଞ୍ଚଳର ସୁନିଲ ମୁଣ୍ଡାଙ୍କ ପୁଅ ନିରଞ୍ଜନ ମୁଣ୍ଡା ଗତ ୩୧.୧୦.୨୦୨୪ ତାରିଖ ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଳକଣ୍ଟକ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ତେବେ ମଳକଣ୍ଟକ ଅସ୍ତ୍ରୋପଚାର ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ପ୍ରଦିପ କୁମାର ଧର ତାଙ୍କୁ କହିଥିଲେ । ଏହି ଚିକିତ୍ସା ହେଲେ ଆଠ ହଜାର ଟଙ୍କା ଦେବାକୁ ପଡିବ ବୋଲି କୁଆଡେ ଡାକ୍ତର ଧର ନିରଞ୍ଜନଙ୍କୁ କହିଥିଲେ ବୋଲି ନିରଞ୍ଜନ ଅଭିଯୋଗ କରିଛନ୍ତି । ନିରଞ୍ଜନ ନିରୁପାୟ ହୋଇ ତାଙ୍କର ସହଯୋଗୀଙ୍କ ଠାରୁ ଧାର କରି ଛଅ ହଜାର ଟଙ୍କା ଡାକ୍ତରଙ୍କ ଫୋନ ପେକୁ ପଠେଇ ଥିଲେ । ନିରଞ୍ଜନ ଟଙ୍କା ପଠେଇ ସାରି ଡାକ୍ତରଙ୍କୁ ଫୋନ କରି କହିଥିଲେ ଏବଂ ଡାକ୍ତର ମେଡିସିନ ସନ୍ଧ୍ୟାରେ ଲେଖିଦେବି ବୋଲି କହିଥିଲେ । ଏ ଘଟଣା ଜଣା ପଡିବା ପରେ ଡାକ୍ତର ପ୍ରଦିପ କୁମାର ଧରଙ୍କୁ ଫୋନ୍ ଯୋଗେ ପଚାରିବାରୁ ମୁଁ ରୋଗୀଙ୍କୁ ଟଙ୍କା ମାଗି ନାହିଁ କି ଟଙ୍କା ନେଇ ନାହିଁ ବୋଲି କହିଛନ୍ତି । ଏ ଘଟଣା ବିଷୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜନ ସ୍ଵାସ୍ଥ୍ୟ ଅଧିକାରୀ ଶିବାନନ୍ଦ ମହାନ୍ତିଙ୍କୁ ଏ ଘଟଣା ବିଷୟରେ ଜାଣିନାହିଁ । ଅଭିଯୋଗ ହେଲେ ମୁଁ ତଦନ୍ତ କରିବି ବୋଲି କହିଛନ୍ତି । Advertisement
ଏଚଡ଼ିଏଫସି ବ୍ୟାଙ୍କର ପୂର୍ବତନ ମ୍ୟାନେଜରଙ୍କୁ ଅଟକ ଘଟଣା – ତତ୍କାଳୀନ ଆଇଆଇସି ଓ ଆଇଓଙ୍କୁ ଦାୟୀକଲା ଓଏଚଆରସି ତଦନ୍ତ ଟିମ୍ ଅନୁଗୁଳ – ଅନୁଗୁଳ ଥାନାରେ ଜଣେ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ୨୪ ଘଣ୍ଟାରୁ ଅଧିକ ସମୟ ଥାନାରେ ଅଟକ ରଖିବା ପରେ ତାଙ୍କୁ ଜେଲ୍ କୁ ପଠାଇବା ଏବେ…
ଟ୍ରକ ଧକ୍କାରେ ଦୁଇ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପଵିତ୍ରମୋହନ ଛକ ନିକଟରେ ଦୁର୍ଘଟଣା । ଟ୍ରକ ଧକ୍କାରେ ଦୁଇ ମୋଟରସାଇକେଲ ଆରୋହି ମୃତ । ମୃତକ ମଧ୍ୟରୁ ଜଣେ…
୧୫ ବେଆଇନ କୋଇଲା ଖଣିରେ ଚଢାଉ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାହାଳସାହି ଅଞ୍ଚଳରେ ଖଣି ବିଭାଗ ଓ ପୁଲିସ ପକ୍ଷରୁ ଚଢ଼ାଉ କରି ୧୫ରୁ ଉର୍ଦ୍ଧ୍ବ ବେଆଇନ ଚୋରା ଖଣିରୁ…