ମୁଖ୍ୟ ଖବର ଅର୍ଥନୈତିକ ଅବରୋଧ ଯୋଗୁଁ ଭାରିଯାନ ଚଳାଚଳ ଠପ Angul OnlineSeptember 26, 2022September 26, 2022 ଅନୁଗୁଳ – ଦୈନିକ ଅନୁଗୋଳରୁ ଛେଣ୍ଡିପଦା ଦେଇ ଯାଇଥିବା ୬୩ ନଂ . ରାଜ୍ୟ ରାଜପଥରେ ତାଳଚେରରୁ ଝାରସୁଗୁଡା ଅଞ୍ଚଳକୁ ଶତାଧିକ ଭାରିଯାନ ଚଳାଚଳ କରୁଛି । ଯାହା ଫଳରେ ଏହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି । କିଛି ମାସ ମଧ୍ୟରେ ଭାରୀଜାନ ଚଳାଚଳ ଯୋଗୁଁ ଦୁର୍ଘଟଣା ଘଟି ୫ ଜଣଙ୍କର ଜୀବନହାନୀ ହୋଇଛି । ତେବେ ଏହି ରାସ୍ତାରେ ଭାରିଯାନ ଚଳାଇବା ଉପରେ କଟକଣା ଓ ରାସ୍ତା ମରାମତି ପାଇଁ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ । ଏହାର ପ୍ରତିବାଦରେ ସୋମବାର କୋଶଳା ମିଳିତ ଯୁବ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅର୍ଥନୈତିକ ଅବରୋଧ କରା ଯାଇଛି । ଭୋରରୁ ରାସ୍ତାରେ କୋଇଲା ବୋଝେଇ ଓ ବାଲି ବୋଝେଇ ସମେତ ଅନ୍ୟାନ୍ୟ ଭାରିଯାନକୁ ଅଟକାଇ ଦିଆ ଯାଇଛି । ଅନ୍ୟ ସମସ୍ତ ଯାନବାହନ ଚଳାଚଳ ସ୍ବଭାବିକ ରହିଛି । କୋଶଳା ଗ୍ରାମର ବିଭିନ୍ନ କ୍ଲବ ଓ ଯୁବଗୋଷ୍ଠୀ ସଙ୍ଗଠନର ଶତାଧିକ ସଦସ୍ୟ ଏଥିରେ ସାମିଲ ହୋଇଛନ୍ତି । ଏହି ଅବରୋଧ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଭାରିଯାନ ଅଟକି ରହିଛି । Advertisement
ଜିଲ୍ଲା ଆଇଆଇସି ଓ ଏସ୍ଆଇ ସ୍ତରରେ ଅଦଳବଦଳ ଅନୁଗୋଳ – ଅନୁଗୋଳ ଜିଲ୍ଲା ଆଇଆଇସି ଓ ଏସ୍ଆଇ ସ୍ତରରେ ଗୁରୁବାର ଏକ ବଡ଼ ଧରଣର ଅଦଳବଦଳ ହୋଇଛି । ନୂଆ ବର୍ଷରେ ନୂଆ ଏସ୍ପି ଭାବେ…
ସାପ କାମୁଡାରେ ଯୁବକ ମୃତ (ଭିଡିଓ) ଅନୁଗୁଳ – ଅନୁଗୁଳ ଜିଲ୍ଲା ବଇଣ୍ଡା ଅଞ୍ଚଳରେ ଆଜି ସାପ କାମୁଡାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମରୁତ ଯୁବ,କ ଜଣଙ୍କ ସେହି ଅଞ୍ଚଳର ୧୮…
ବିବାଦ ଘେରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ – ରୋଗୀଙ୍କୁ ଝଡାଫୁଙ୍କା , ସମ୍ପର୍କୀୟଙ୍କୁ ମାଡ଼ ଅଭିଯୋଗ ଅନୁଗୁଳ – ବିବାଦ ପିଛା ଛାଡ଼ୁନି ଅନୁଗୁଳ ମୁଖ୍ୟ ଚିକିତ୍ସାଳୟର । ପୂର୍ବରୁ ୱାର୍ଡ ଭିତରେ ସାପ କାମୁଡା ରୋଗୀଙ୍କୁ ଝଡାଫୁଙ୍କାର ଅଭିଯୋଗ ଅନେକ ଥର ଆସିଛି…