ମୁଖ୍ୟ ଖବର ସାପ କାମୁଡାରେ ଯୁବକ ମୃତ (ଭିଡିଓ) Angul OnlineSeptember 8, 2022September 8, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଇଣ୍ଡା ଅଞ୍ଚଳରେ ଆଜି ସାପ କାମୁଡାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମରୁତ ଯୁବ,କ ଜଣଙ୍କ ସେହି ଅଞ୍ଚଳର ୧୮ ବର୍ଷୀୟ ଲିପୁନ ସାହୁ ବୋଲି ଜଣା ପଡିଛି । ସୂଚନା ଅନୁସାରେ ବଇଣ୍ଡାର ଏକ ଗ୍ୟାରେଜ ରେ କାମ କରୁଥିବା ଲିପୁନ ଏବଂ ଅନ୍ୟ ୫ ଜଣ କାମ ସାରି ଖଟରେ ଶୋଇଥିଲେ । ତେବେ ରାତିରେ ଶୋଇଥିବା ବେଳେ ଏକ ଚିତି ସାପ ମଝିରେ ଶୋଇଥିବା ଲିପୁନଙ୍କୁ କାମୁଡି ଦେଇଥିଲା । ଶାପ କାମୁଡିବା ପରେ ଅନ୍ୟମାନେ ଲିପୁନଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତେବେ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର ବେଳେ ଆଠଗଡ ନିକଟରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ସାପଟି ଲିପୁନକୁ କାମୁଡି ସାରିବା ପରେ ସେଇଠି ବୁଲୁଥିବାର ଏକ ଭିଡିଓ ଆମର ଅହସ୍ତଗୟତ ହୋଇଛି । ଦେଖନ୍ତୁ କିଭଳି ବୁଲୁଛି ସାପ । https://angulonline.com/odia/wp-content/uploads/2022/09/WhatsApp-Video-2022-09-08-at-18.41.01.mp4 Advertisement
ଜାତୀୟ ପ୍ରତିଯୋଗିତାରେ ଚମକିଲେ ଅନୁଗୁଳର ପୁଅ – ଓଡ଼ିଶାକୁ ଦେଲେ ପଦକ ଅନୁଗୁଳ – ନୂଆଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ୨୩ ବର୍ଷରୁ କମ ଜାତୀୟ ଆଥଲେଟିକ୍ସ ଚାମ୍ପିଅନସିପରେ ଓଡ଼ିଶାକୁ ଗୋଟିଏ ପଦକ ମିଳିଛି । ଉଚ୍ଚ ଡିଆଁରେ ଅନୁଗୁଳର…
ଭାଙ୍ଗିଲା ୧୦ ବର୍ଷର ରେକର୍ଡ – ଅନୁଗୁଳ ସବୁଠୁ ଉତ୍ତପ୍ତ ଅନୁଗୁଳ – ଓଡ଼ିଶାର ଉତ୍ତପ୍ତ ସହର ହୋଇଛି ଅନୁଗୁଳ । ରବିବାର ସହରର ତାପମାତ୍ରା ୪୦.୧ ଡିଗ୍ରୀ ରେକର୍ଡ଼ କରାଯାଇଛି । ଏହା ରାଜ୍ୟର ସବୁଠୁ ଅଧିକ…
ସରକାରୀ ଅର୍ଥ ଆତ୍ମସାତ ମାମଲାରେ ପୂର୍ବତନ ଭିଜିଲାନ୍ସ ଡିଏସ୍ପିଙ୍କୁ ୫ ବର୍ଷ ଜେଲ୍ ଅନୁଗୋଳ: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଅନୁଗୋଳର ପୂର୍ବତନ ଭିଜିଲାନ୍ସ ଡିଏସ୍ପି ଗୌତମ କୁମାର ମଲ୍ଲିକଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା…