ମୁଖ୍ୟ ଖବର କାର ଭିତରୁ ସୁରକ୍ଷାକର୍ମୀଙ୍କ ମୃତଦେହ ଉଦ୍ଧାର Angul OnlineSeptember 8, 2022September 8, 2022 ବଅଁରପାଳ – ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅନ୍ତର୍ଗତ ୫୫ନଂ ଜାତୀୟ ରାଜପଥ କାଣ୍ଡସର ଗ୍ରାମ ନିକଟରେ ଛିଡ଼ା ହୋଇଥିବା (ଓଡ଼ି ୧୯ଟି ୫୮୨୦) ଏକ ମାରୁତି କାର ଭିତରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ଗଞ୍ଜାମ ଅଞ୍ଚଳର ୪୦ ବର୍ଷୀୟ ପୀତାମ୍ବର ବେହେରା ବୋଲି ଜଣା ପଡିଥିବା ବେଳେ ସେ ନାଲକୋ ସିଆଏସଫରେ ହାବିଲଦାର ଭାବେ କାର୍ଯ୍ୟ କରୁଥିବା ସୂଚନା ମିଳିଛି । ସେ କୋୖଣସି କାମରେ ନିଜେ କାର ଚଳାଇ ନାଲକୋ ଟାଉନସିପ ବଜାରକୁ ଆସିଥିଲେ । କାରଟି ଦିନ ୯ ଠାରୁ ଅପରାହ୍ନ ୪ଟା ଯାଏ ଜାତୀୟ ରାଜପଥ କଡ଼ରେ ଛିଡ଼ା ହୋଇଥିଲା । ଦୀର୍ଘ ସମୟ ଧରି କାରଟି ଛିଡା ହୋଇଥିବାରୁ ସ୍ଥାନୀୟ ଲୋକମାନେ ସନ୍ଦେହ କରି ନାଲକୋନଗର ଥାନା ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି କାରର କାଚ ଭାଙ୍ଗି ଦେଖିବା ବେଳେ ସେଥିରେ ପୀତାମ୍ବର ମାରି ପଡିଥିବା ଦେଖିବାକୁ ମିଳିଥିଲା । ତେବେ ପିତାମ୍ବରଙ୍କ କିଭଳି ମୃତ୍ୟୁ ହୋଇଛି ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି । Advertisement
ଶ୍ରୀ ମେଟାଲିକ୍ ଆଇରନ କମ୍ପାନୀରେ ଦୁର୍ଘଟଣା – ଶ୍ରମିକଙ୍କ ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଧୀନରେ ଥିବା ଶ୍ରୀ ମେଟାଲିକ୍ ଆଇରନ କମ୍ପାନୀ ଭିତରେ ମଙ୍ଗଳବାର ସକାଳେ ଏକ ଦୁର୍ଘଟଣା ଘଟିଥିଲା ।ସେହି…
ହାତୀ ଆକ୍ରମଣରେ ଜଣେ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ସାନହିଂସର ଗାଁରେ ହାତୀ ଆକ୍ରମଣରେ ପୁଣି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତ ବ୍ଯକ୍ତି ଜଣଙ୍କ ସାନହିଂସର ଗାଁର ହାଡିବନ୍ଧୁ…
ପଥର କୁଆଁରୀରେ ପ୍ରଶାସନର ଚଢ଼ାଉ – ୨୭୫ କେଜିରୁ ଅଧିକ ବିସ୍ଫୋରକ ଜବତ ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ରେଙ୍ଗାଳି ଥାନା ଖିଣ୍ଡା ଅଞ୍ଚଳରେ ଥିବା ପଥର କୁଆଁରୀରେ ପ୍ରଶାସନ ପକ୍ଷରୁ ବିଳମ୍ବିତ ରାତିରେ ଚଢ଼ାଉ କରାଯାଇଛି ।…