ନର୍ସିଂହୋମ ନାମରେ ସାଙ୍ଘାତିକ ଅଭିଯୋଗ – ଦୁଇ ଶିଶୁଙ୍କୁ ମାରି ଦେଇଥିବା ଅଭିଯୋଗ କଲେ ଦମ୍ପତ୍ତି

ଅନୁଗୁଳ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ମୟୁରକାଛେଣି ଗ୍ରାମର ଜିତେନ୍ କୁମାର ନାୟକ ଅନୁଗୁଳ ସଦର ଥାନାରେ ଏକ ନର୍ସିଂହୋମ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ।

ସେ ଅଭିଯୋଗ କରିଛନ୍ତି ଯେ ,  ଗତ ୧୯ ତାରିଖ ଅପରାହ୍ନ ଚାରିଟା ବେଳେ ତାଙ୍କ ସ୍ତ୍ରୀ ଗର୍ଭବତୀ ଥିବାରୁ ପେଟ ଯନ୍ତ୍ରଣା ହେଲା । ଜିତେନ କରଡାଗାଡିଆରେ ଥିବା ସରୋଜିନୀ ହସ୍ପିଟାଲରେ ଡାକ୍ତରଙ୍କୁ ଗର୍ଭବତୀ ଥିବା ବେଳେ ପ୍ରଥମରୁ ଚିକିତ୍ସା କରୁଥିଲେ । ତେଣୁ ଗର୍ଭ ଯନ୍ତ୍ରଣା ପରେ ଏକ କାର ଭଡ଼ା କରି ତାଙ୍କ ସ୍ତ୍ରୀଙ୍କୁ ସରୋଜିନୀ ମେଡିକାଲରେ ଭର୍ତ୍ତି କରିଥିଲେ । ମେଡିକାଲରେ ସବୁ ଠିକ୍ ଅଛି ଦୁଇଦିନ ଚିକିତ୍ସା କରିବାକୁ ହେବ ବୋଲି କୁହା ଯାଇଥିଲା । ଏଥିପାଇଁ ଜୀତେନ୍ ସେହି ନର୍ସିଂହୋମରେ ତାଙ୍କ ସ୍ତ୍ରୀଙ୍କ ଆଡ଼ମିଶନ କରାଇଥିଲେ । ଦୁଇ ଦିନ ଧରି ବାରମ୍ବାର ଯନ୍ତ୍ରଣା ହେବାରୁ ଜିତେନ ନର୍ସ ମାନଙ୍କୁ ପଚାରିଲେ ନର୍ସ ମାନେ ସବୁ ଠିକ୍ ଅଛି ବୋଲି କୁହନ୍ତି।

ଗତ କାଲି (ମଙ୍ଗଳବାର) ଡାକ୍ତର ରକ୍ତ କମି ଯାଇଛି ବୋଲି କହିଥିଲେ। ଏଣୁ ଜିତେନ ଗତ କାଲି ଗୋଟିଏ ବ୍ଲଡ଼ ଆଣିଥିଲେ । ରାତିରେ ପେଟ ଯନ୍ତ୍ରଣା ହେବାରୁ ଓଟିକୁ ନେଇ ଇଞ୍ଜେକସନ ଦେବାରୁ ସ୍ତ୍ରୀ ଅଚେତ୍ ହୋଇ ଯାଇଥିଲେ। ମୋ ସ୍ତ୍ରୀ ଅଚେତ୍ କାହିଁକି ହୋଇଗଲା ବୋଲି ପଚାରିବାରୁ ଆସନ୍ତା କାଲି ଅପରେସନ ହେବ ସବୁ ଠିକ୍ ଅଛି ବୋଲି ନର୍ସିଂହୋମ ପକ୍ଷରୁ କୁହା ଯାଇଥିଲା। ଆଜି ସକାଳେ ପୁଣି ଗୋଟେ ବ୍ଲଡ଼ ଦରକାର ବୋଲି ଡ଼ାକ୍ତର କହିଥିଲେ। ଜିତେନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବ୍ଲଡ଼ ଧରି ଗଲା ବେଳେ ଡ଼ାକ୍ତର ଓଟିରୁ ବାହାରି ସବୁ ଠିକ୍ ଅଛି ବୋଲି କହିଲେ । କିଛି ସମୟ ପରେ ପୁଅ କି ଝିଅ ହୋଇଛି ବୋଲି ନର୍ସ ଓ ଅନ୍ୟ କର୍ମଚାରୀଙ୍କୁ ପଚାରିଲା ବେଳେ ତମର ଦୁଇଟି ଶିଶୁ ରକ୍ତ ଅଭାବରୁ ମରି ଯାଇଛନ୍ତି ବୋଲି କହିଥିଲେ । ଏହାକୁ ନେଇ ଜିତେନ ସନ୍ଦେହ କରିବା ସହ ଏନେଇ ଅନୁଗୁଳ ସଦର ଥାନରେ ଅଭିଯୋଗ କରିଛନ୍ତି କି ତାଙ୍କ ଦୁଇ ନବଜାତ ଶିଶୁକୁ ଡ଼ାକ୍ତର ଓ ଅନ୍ୟ କର୍ମଚାରୀ ମାନେ ଜାଣିଶୁଣି ମାରି ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page