ଅପରାଧ ଯୌତୁକଜନିତ ବଧୂହତ୍ୟା ଅଭିଯୋଗ – ସ୍ଵାମୀ ଶଶୁର ଗିରଫ Angul OnlineJuly 14, 2022July 14, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଲାଛବନ୍ଧ ଗ୍ରାମରେ ଯୌତୁକ ଦାବିରେ ଜଣେ ବଧୂକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ପୁଲିସ ଅଭିଯୋଗ ପାଇବା ପରେ ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ସ୍ଵାମୀ ଓ ଶଶୁରକୁ ଗିରଫ କରିଛି । ସୂଚନା ଅନୁସାରେ ଅନୁଗୁଳ ବ୍ଲକ ଖିଣ୍ଡା ଗ୍ରାମର ସରୋଜିନୀ ସାହୁଙ୍କ ସହିତ ଲାଛବନ୍ଧ ଗ୍ରାମର ଚୈତନ୍ୟ ସାହୁଙ୍କର ୨ ବର୍ଷ ତଳେ ବୈଦିକ ରୀତିରେ ବିବାହ ହୋଇଥିଲା । ତେବେ ବାହାଘର ପରଠାରୁ ଅଧିକ ଯୌତୁକ ଦାବିରେ ସରୋଜିନୀଙ୍କୁ ତାଙ୍କ ସ୍ଵାମୀ ଚୈତନ୍ୟ ସାହୁ ଓ ଶଶୁର ଜୀବନ ସାହୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଏପରିକି ପାଟିତୁଣ୍ଡ ହେବା ପରେ ସରୋଜିନୀ ଶାଶୂଘର ଛାଡ଼ି ବାପଘର ଖିଣ୍ଡା ଗ୍ରାମରେ ରହୁଥିଲେ । ତେବେ ବହୁ ବୁଝାସୁଝା ପରେ ସେ ପୁଣି ଥରେ ନିଜ ଶାଶୂଘରକୁ ୪ ଦିନ ହେଲା ଫେରିଥିଲେ । ଆଜି ସକାଳୁ ଘର ଭିତରୁ ତାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଯୌତୁକ ପାଇଁ ତାଙ୍କୁ ଶାଶୂଘର ଲୋକେ ହତ୍ୟା କରିଥିବା ଭିଣୋଇ ଚନ୍ଦ୍ରମଣି ଦେହୁରୀ ବନ୍ତଳା ଥାନାରେ ଅଭିଯୋଗ କରିଥିଲେ । ପୁଲିସ ମୃତ୍ୟୁଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ କରିଥିଲା । ଆଉ ପ୍ରାଥମିକ ତଦନ୍ତ ଆଧାରରେ ସ୍ଵାମୀ ଚୈତନ୍ୟ ସାହୁ ଓ ଶଶୁର ଜୀବନ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ବୃଦ୍ଧ ଅଟକ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ପୁଣି ଏକ ଲଜ୍ୟା । ୧ ମାସ ତଳେ ଛେଣ୍ଡିପଦା ଥାନା ଅଞ୍ଚଳରେ ଜଣେ ଆଦିବାସୀ ମହିଳାଙ୍କୁ ଗଣ ଦୁଷ୍କର୍ମ…
ଚୋରି କରିନେଲେ ବଲେରୋ – ଖଣ୍ଡ ଖଣ୍ଡ କରି ବିକ୍ରି କରୁଥିବା ବେଳେ ଉଦ୍ଧାର କଲା ପୁଲିସ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ଗ୍ରାମର ଶିମିଳିସାହିଠାରୁ ୩ ତାରିଖ ରାତିରେ ଚୋରି ହୋଇଥିବା ଏକ ବଲେରୋ ଗାଡିକୁ ଠାବ କରିଛି…
ଚୋରି ସନ୍ଦେହରେ ପିଟିପିଟି ମାରିଦେଲେ ଅନୁଗୁଳ – ଚୋରି କଲା ବୋଲି ପିଟିପିଟି ମାରିଦେଲେ । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଥାନା ରାଣୀଗୋଡା ଅଞ୍ଚଳରେ । ସୂଚନା ଅନୁସାରେ ଗତକାଲି…