ଅପରାଧ ଯୌତୁକଜନିତ ବଧୂହତ୍ୟା ଅଭିଯୋଗ – ସ୍ଵାମୀ ଶଶୁର ଗିରଫ Angul OnlineJuly 14, 2022July 14, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଲାଛବନ୍ଧ ଗ୍ରାମରେ ଯୌତୁକ ଦାବିରେ ଜଣେ ବଧୂକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ପୁଲିସ ଅଭିଯୋଗ ପାଇବା ପରେ ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ସ୍ଵାମୀ ଓ ଶଶୁରକୁ ଗିରଫ କରିଛି । ସୂଚନା ଅନୁସାରେ ଅନୁଗୁଳ ବ୍ଲକ ଖିଣ୍ଡା ଗ୍ରାମର ସରୋଜିନୀ ସାହୁଙ୍କ ସହିତ ଲାଛବନ୍ଧ ଗ୍ରାମର ଚୈତନ୍ୟ ସାହୁଙ୍କର ୨ ବର୍ଷ ତଳେ ବୈଦିକ ରୀତିରେ ବିବାହ ହୋଇଥିଲା । ତେବେ ବାହାଘର ପରଠାରୁ ଅଧିକ ଯୌତୁକ ଦାବିରେ ସରୋଜିନୀଙ୍କୁ ତାଙ୍କ ସ୍ଵାମୀ ଚୈତନ୍ୟ ସାହୁ ଓ ଶଶୁର ଜୀବନ ସାହୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଏପରିକି ପାଟିତୁଣ୍ଡ ହେବା ପରେ ସରୋଜିନୀ ଶାଶୂଘର ଛାଡ଼ି ବାପଘର ଖିଣ୍ଡା ଗ୍ରାମରେ ରହୁଥିଲେ । ତେବେ ବହୁ ବୁଝାସୁଝା ପରେ ସେ ପୁଣି ଥରେ ନିଜ ଶାଶୂଘରକୁ ୪ ଦିନ ହେଲା ଫେରିଥିଲେ । ଆଜି ସକାଳୁ ଘର ଭିତରୁ ତାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଯୌତୁକ ପାଇଁ ତାଙ୍କୁ ଶାଶୂଘର ଲୋକେ ହତ୍ୟା କରିଥିବା ଭିଣୋଇ ଚନ୍ଦ୍ରମଣି ଦେହୁରୀ ବନ୍ତଳା ଥାନାରେ ଅଭିଯୋଗ କରିଥିଲେ । ପୁଲିସ ମୃତ୍ୟୁଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ କରିଥିଲା । ଆଉ ପ୍ରାଥମିକ ତଦନ୍ତ ଆଧାରରେ ସ୍ଵାମୀ ଚୈତନ୍ୟ ସାହୁ ଓ ଶଶୁର ଜୀବନ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
୧୦ ଗ୍ରାମ ବ୍ରାଉନସୁଗାର ଜବତ ଜଣେ ଗିରଫ ଅନୁଗୋଳ – ଅନୁଗୋଳ ଅବକାରୀ ବିଭାଗକୁ ପୁଣି ଏକ ସଫଳତା ମିଳିଛି । ଅନେକଦିନ ହେଲା ଅବକାରୀ ବିଭାଗ ନଜରରେ ଥିବା ଜଣେ ବ୍ରାଉନସୁଗାର ବେପାରିକୁ ଶେଷରେ…
ଦୁର୍ବୃତ୍ତଙ୍କ ଅମାନବୀୟ କାଣ୍ଡ – ଶୋଇଥିବା ବେଳେ ଲଗାଇ ଦେଲେ ନିଆଁ ଅନୁଗୁଳ – ଅନଗୁଳ ସହର ଆଖଣ୍ଡଳମଣି ମନ୍ଦିର ନିକଟରେ ଘଟିଛି ଅଭାବନୀୟ କାଣ୍ଡ । ମନ୍ଦିର ନିକଟସ୍ଥ ଏକ ସିମେଣ୍ଟ ଚଟାଣରେ ମହମ୍ମଦ ମହବୁଲ ନାମକ ଜଣେ…
ପାରିବାରିକ କଳହରୁ ଯୁବକଙ୍କୁ ପିଟିପିଟି ହତ୍ଯା ! ଅନୁଗୁଳ – ପାରିବାରିକ କଲହରୁ ଯୁବକଙ୍କୁ ପିଟିପିଟି ହତ୍ୟା । ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା କୋଠଭୁଇଁ ଗାଁରେ ଏଭଳି ଘଟିଥିବା ଅଭିଯୋଗ ହୋଇଛି । ହତ୍ୟାକାଣ୍ଡର…