ଅପରାଧମୁଖ୍ୟ ଖବର ଅନୁଗୁଳରେ ପୁଣି ଲଜ୍ଜା, ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ Angul OnlineJanuary 27, 2021January 27, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଚକୋଲେଟ ଦେବା ବାହାନାରେ ଜଣେ ପାଞ୍ଚ ବର୍ଷ ନାବାଳିକାକୁ ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏ ନେଇ ପୀଡ଼ିତାଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଅଭିଯୁକ୍ତ ଯୁବକକୁ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତ କଣିହାଁ ଥାନା ଅନ୍ତର୍ଗତ କୁମୁଣ୍ଡା ଗ୍ରାମର ରିଙ୍କୁ ସେଠୀ (୨୪) ଓ ସେ ପୀଡିତାଙ୍କ ପରିବାରର ଦୂର ସମ୍ପର୍କୀୟ । ସୂଚନା ଅନୁସାରେ ଗତ ୨୫ ତାରିଖରେ ରିଙ୍କୁ ତାଙ୍କ ସମ୍ପର୍କୀୟଙ୍କ ଘରକୁ ଆସିଥିଲା । ଝିଅଟି ଘର ସାମ୍ନାରେ ଖେଳୁ ଥିବା ସମୟରେ ରିଙ୍କୁ ଝିଅଟିକୁ ବିଭିନ୍ନ ପ୍ରଲୋଭନ ଦେଖାଇ ମୋଟରସାଇକେଲରେ ବସାଇ ଗାଁ ମୁଣ୍ଡ ଆମ୍ବତୋଟାକୁ ନେଇଯାଇ ଥିଲା । ପ୍ରାୟ ଏକ ଘଣ୍ଟା ପରେ ଝିଅଟିକୁ ଆଣି ଘର ପାଖରେ ଛାଡି ଚମ୍ପଟ ମାରି ଯାଇଥିଲା । ପରେ ଝିଅର ଲୁଗାରେ ରକ୍ତ ଲାଗିଥିବାର ଦେଖି ପରିବାର ଲୋକ ଝିଅକୁ ଘଟଣା ବିଷୟରେ ପଚାରି ବୁଝିଥିଲେ । ଦୁଷ୍କର୍ମ ହୋଇଥିବା ଜାଣିବା ପରେ ପୀଡ଼ିତାଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଠାକୁରଗଡ଼ ଥାନା ଅଧିକାରୀ ପିତାମ୍ବର ମହାଳିକ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ରିଙ୍କୁକୁ ଗିରଫ କରିଥିବା ସୂଚନା ମିଳିଛି । Advertisement
୧୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ – ଚାରିଜଣ ଗିରଫ ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗ ହାବୁଡ଼ରେ ଗଞ୍ଜେଇ ମାଫିଆ । ଫୁଲବାଣୀରୁ କାର ଯୋଗେ ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ କରି ନେଉଥିବା ବେଳେ ଅବକାରୀ…
ସ୍ତ୍ରୀକୁ କାଙ୍କରେ ହାଣି ହତ୍ୟା ଅନୁଗୁଳ – ସ୍ତ୍ରୀକୁ କାଙ୍କରେ ହାଣି ହତ୍ୟା । ଏଭଳି ଘଟଣା ଘଟିଛି ଅନୁଗୁଳ ସହର ଶିକ୍ଷକପଡ଼ାରେ । ଘରୋଇ କଳହରୁ ନିଜର ଦ୍ଵିତୀୟ ପତ୍ନୀକୁ ସ୍ଵାମୀ…
ଟ୍ରେନ ଲୋକୋ ପାଇଲଟ ଚଲାଇଥିଲେ ବ୍ରାଉନସୁଗାର ବେପାର – ମାଡି ବସିଲା ପୁଲିସ ତାଳଚେର – ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ରେଲୱେ ଲୋକୋ ପାଇଲଟ ସମେତ ଦୁଇଜଣଙ୍କୁ ପୁଲିସ ଗିରଫ କରିଛି । ଲୋକୋ ପାଇଲଟ ଜଣଙ୍କ ଅନେକ ଦିନ ହେଲା…