ଅପରାଧମୁଖ୍ୟ ଖବର ଅନୁଗୁଳରେ ପୁଣି ଲଜ୍ଜା, ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ Angul OnlineJanuary 27, 2021January 27, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଚକୋଲେଟ ଦେବା ବାହାନାରେ ଜଣେ ପାଞ୍ଚ ବର୍ଷ ନାବାଳିକାକୁ ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏ ନେଇ ପୀଡ଼ିତାଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଅଭିଯୁକ୍ତ ଯୁବକକୁ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତ କଣିହାଁ ଥାନା ଅନ୍ତର୍ଗତ କୁମୁଣ୍ଡା ଗ୍ରାମର ରିଙ୍କୁ ସେଠୀ (୨୪) ଓ ସେ ପୀଡିତାଙ୍କ ପରିବାରର ଦୂର ସମ୍ପର୍କୀୟ । ସୂଚନା ଅନୁସାରେ ଗତ ୨୫ ତାରିଖରେ ରିଙ୍କୁ ତାଙ୍କ ସମ୍ପର୍କୀୟଙ୍କ ଘରକୁ ଆସିଥିଲା । ଝିଅଟି ଘର ସାମ୍ନାରେ ଖେଳୁ ଥିବା ସମୟରେ ରିଙ୍କୁ ଝିଅଟିକୁ ବିଭିନ୍ନ ପ୍ରଲୋଭନ ଦେଖାଇ ମୋଟରସାଇକେଲରେ ବସାଇ ଗାଁ ମୁଣ୍ଡ ଆମ୍ବତୋଟାକୁ ନେଇଯାଇ ଥିଲା । ପ୍ରାୟ ଏକ ଘଣ୍ଟା ପରେ ଝିଅଟିକୁ ଆଣି ଘର ପାଖରେ ଛାଡି ଚମ୍ପଟ ମାରି ଯାଇଥିଲା । ପରେ ଝିଅର ଲୁଗାରେ ରକ୍ତ ଲାଗିଥିବାର ଦେଖି ପରିବାର ଲୋକ ଝିଅକୁ ଘଟଣା ବିଷୟରେ ପଚାରି ବୁଝିଥିଲେ । ଦୁଷ୍କର୍ମ ହୋଇଥିବା ଜାଣିବା ପରେ ପୀଡ଼ିତାଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଠାକୁରଗଡ଼ ଥାନା ଅଧିକାରୀ ପିତାମ୍ବର ମହାଳିକ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ରିଙ୍କୁକୁ ଗିରଫ କରିଥିବା ସୂଚନା ମିଳିଛି । Advertisement
ଯୁବତୀଙ୍କ ଅଶ୍ଳୀଳ ଫଟୋ ଉଠାଇବା ସହ ବ୍ଲାକମେଲ କରି ଅବକାରୀ ଏ ଏସ ଆଇ ଗିରଫ ଅନୁଗୁଳ – ଯୁବତୀଙ୍କୁ ପ୍ରେମ ଫାଶରେ ଫସାଇବା ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଉଠାଇଥିଲେ । ଆଉ ପରେ ସେହି ଫଟୋ ଦେଖାଇ ବ୍ଲାକମେଲ କରିବା ଅଭିଯୋଗରେ…
ଚୋରା କୋଇଲା ଖଣିରେ ଚଢାଉ , ଦୁଇ ମିନି ଟ୍ରକ ,ବୋଲେରୋ ସହ ୮ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ବ୍ୟାପକ ଚୋରା କୋଇଲା ଖଣି ଥିବା ସହିତ ସେଥିରୁ ଜିଲ୍ଲା ତଥା ଜିଲ୍ଲା ବାହାରକୁ ଚୋରା କୋଇଲା…
ଡାକ୍ତରଙ୍କ ଘରୁ ଟଙ୍କା ଓ ସୁନା ଚୋରି – ରୋଷେୟା ଗିରଫ ନାଲକୋନଗର – ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗଡ଼ସାହିର ଅବସରପ୍ରାପ୍ତ ଡ଼ାକ୍ତର ଅକ୍ଷୟ କୁମାର ସିଂଙ୍କ ଘରୁ ଟଙ୍କା , ସୁନା ଚୋରି ଘଟଣାର…