ମୁଖ୍ୟ ଖବର ପେଟ୍ରୋଲରେ ଅପମିଶ୍ରଣ ଅଭିଯୋଗ Angul OnlineAugust 9, 2021August 9, 2021 ଅନୁଗୁଳ -(AO)- ଅନୁଗୁଳ ଜିଲ୍ଲା ସଦରମହକୁମାର ଏକ ପେଟ୍ରୋଲ ପମ୍ପର ପେଟ୍ରୋଲରେ ଅପମିଶ୍ରଣ ହେଉଥିବା ଅଭିଯୋଗ ହେବା ସହ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା । ସୂଚନା ଅନୁସାରେ ଅନୁଗୁଳ କଳିଙ୍ଗ ମାର୍କେଟରେ ଥିବା ମିରାନିଆ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପକୁ ସ୍ଵାଗତ ସାହୁ ନାମକ ଜଣେ ଯୁବକ ବୋତଲରେ ପେଟ୍ରୋଲ ଆଣିବାକୁ ଯାଇଥିଲେ । ତେବେ ସେଠାରୁ ପେଟ୍ରୋଲ ଆଣିବା ବେଳେ ପେଟ୍ରୋଲର ରଙ୍ଗ ଦେଖି ତାଙ୍କର ସନ୍ଦେହ ହୋଇଥିଲା । ପେଟ୍ରୋଲ ପମ୍ପରେ ଥିବା ଆଉ ଏକ ମେସିନରୁ ପେଟ୍ରୋଲ କାଢିବାରୁ ତାର ରଙ୍ଗ ପୂର୍ବ ରଙ୍ଗ ଅପେକ୍ଷା ଭିନ୍ନ ଥିଲା । ଦୁଇ ପ୍ରକାରର ରଙ୍ଗର ପେଟ୍ରୋଲ ଦେଖି ପେଟ୍ରୋଲରେ ଅପମିଶ୍ରଣ ହେଉଥିବା ସେ ଅଭିଯୋଗ କରି ଥିଲେ । ସେତେବେଳେ ସେହି ପେଟ୍ରୋଲ ପମ୍ପକୁ ତେଲ ପକାଇବାକୁ ଯାଇଥିବା ଗ୍ରାହକ ମାନେ ମଧ୍ୟ ଏହା ଦେଖି ସନ୍ଦେହ ପ୍ରକାଶ କରିଥିଲେ । ପେଟ୍ରୋଲ ଅପମିଶ୍ରଣ ହେଉଥିବା ଅଭିଯୋଗକୁ ନେଇ ସାମାନ୍ୟ ଉତ୍ତେଜନା ପରିସ୍ଥିତି ମଧ୍ୟ ଦେଖା ଦେଇଥିଲା । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣାଧୀନ କରିଥିଲା । ପରେ ଯୋଗାଣ ବିଭାଗ ମଧ୍ୟ ପେଟ୍ରୋଲ ପମ୍ପକୁ ଯାଇ ପେଟ୍ରୋଲର ମାନ ଯାଞ୍ଚ କରା ଯାଇଥିବା ସୂଚନା ମିଳିଛି । ତେବେ ପେଟ୍ରୋଲରେ ଅପମିଶ୍ରଣ ହୋଇଛି ନା ନାହିଁ ସେ ନେଇ ବିଭାଗ ପକ୍ଷରୁ ସୂଚନା ମିଳି ନାହିଁ । ସେପଟେ ପେଟ୍ରୋଲରେ ଅପମିଶ୍ରଣକୁ ପେଟ୍ରୋଲପମ୍ପ କର୍ମଚାରୀ ଖଣ୍ଡନ କରିଛନ୍ତି । Advertisement
ଛେଣ୍ଡିପଦା ହେବ କୋଇଲା ହବ୍ ଅନୁଗୁଳ – ପୁଣିଥରେ କୋଇଲା ଖଣି ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର। ଏଥିନେଇ ଘୋଷଣା ହୋଇଥିଲା ବେଳେ ଏଥିରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରୁ…
ଜାତୀୟ ରାଜପଥରେ ମାସେ ପାଇଁ ନୋ ଏଣ୍ଟ୍ରି ଅନୁଗୁଳ – ଅନୁଗୁଳ ସହର ଦେଇ ଯାଇଥିବା ଜାତୀୟ ରାଜପଥ ୫୫ର ରନ୍ତଲେଇଠାରୁ ବଅଁରପାଳ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି । ଯାହା…
ଛଅ ବର୍ଷରେ ଜାତୀୟ ରାଜପଥ ୫୫ରେ ଗଡ଼ିଲାଣି ୯୫୮ ମୁଣ୍ଡ – କେବେ ଚେତିବ ବିଭାଗ ଅନୁଗୋଳ -ଅନୁଗୋଳ ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ଏବେ ମରଣପଥ ପାଲଟିଛି । ଦୈନଦିନ ଏହି ରାଜପଥରେ ଦୁର୍ଘଟଣା ଯୋଗୁଁ ଜୀବନ ହାନୀ ହେଉଛି ।…