ଆଞ୍ଚଳିକ ଅଗଷ୍ଟ କ୍ରାନ୍ତି ଦିବସ ପାଳିତ Angul OnlineAugust 9, 2021August 11, 2021 ଅନୁଗୁଳ -(AO)- ଅନଗୁଳ ଗାନ୍ଧୀ ପାର୍କ ଠାରେ ଭାରତ ଛାଡ଼ ଆନ୍ଦୋଳନ ୭୯ ତମ ଦିବସ ପାଳିତ ହୋଇ ଯାଇଛି । ୧୯୪୨ ମସିହା ଆଜିର ଦିନରେ ଯେଉଁ ଭାରତ ଛାଡ଼ ଆନ୍ଦୋଳନର ସୂତ୍ରପାତ ହୋଇଥିଲା । ସେହି ଦିନକୁ କ୍ରାନ୍ତୀ ଦିବସ ଭାବେ ପାଳନ କରା ଯାଇଆସୁଛି । ଏହି ୯ ଅଗଷ୍ଟ ମହାତ୍ମା ଗାନ୍ଧୀ ଙ୍କ ନେତୃତ୍ବରେ ଅନେକ ଭାରତୀୟ ସତ୍ୟାଗ୍ରହୀ ଯୋଗ ଦେଇ ମୁମ୍ବାଇ ର ଶିବାଜୀ ପାର୍କ (ଏବେ କ୍ରାନ୍ତୀ ମୈଦାନ ନାମିତ)ରେ ବ୍ରିଟିଶ ଶାସନ ବିରୁଦ୍ଧରେ ଆମେ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସଂଗ୍ରାମ କରିବା ବୋଲି ଶପଥ ନେଇଥିଲେ । ଯେଉଁଥିରେ ତାଙ୍କର ସ୍ଲୋଗାନ ଥିଲା “କର ବା ମର” । ଏହାକୁ ମାନେ ପକାଇ ରାଷ୍ଟ୍ରୀୟ ଯୁବ ସଂଗଠନ ଓ ନବ ମାଳତୀ ସ୍ମୃତୀ କମିଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାକ୍ତନ ପ୍ରାଧ୍ୟାପକ ବିଶ୍ବରଞ୍ଜନ ପ୍ରଧାନ , ବରିଷ୍ଠ ସମ୍ବାଦିକ ବିଶ୍ବରଞ୍ଜନ ପଟନାୟକ , ସାମାଜିକ କର୍ମୀ କଲ୍ୟାଣ କିଶୋର ମହାନ୍ତି , ପର୍ଶୁରାମ ଦାଶ , ବିଦ୍ୟାଧର ନାୟକ ଆଦି ଅତିଥି ଭାବେ ଯୋଗ ଦେଇଥିଲେ । ଯେଉଁଥିରେ ସଂଗଠକ ସିତୁ ନାୟକ , ରଶ୍ମିରଞ୍ଜନ ସାହୁ , ଅଦ୍ୟାଶ୍ଲୋକ ମିଶ୍ର , ଅନିରୋଧ ନାୟକ , ଦିବ୍ୟଜ୍ୟୋତି ନାୟକ ଓ ଛବିନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। Advertisement
ହାତ ଛାଡିଲେ ସୁବୋଧ – ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଅନୁଗୁଳରେ ବିଜେପିର ମିଶ୍ରଣ ପର୍ବ ଅନୁଗୁଳ – ଆଜି କେନ୍ଦ୍ର ପେଟ୍ରୋଲିୟମ ଓ ଗ୍ୟାସ , ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଗସ୍ତରେ ଆସି ବିଜେପି ମିଶ୍ରଣ ପର୍ବର ଯୋଗ ଦେଇ…
ପଞ୍ଚାୟତିରାଜ ଦିବସରେ ସମ୍ମାନିତ ହେଲେ ବିଭିନ୍ନ ପଞ୍ଚାୟତ ଅନୁଗୁଳ – ସ୍ଥାନୀୟ ବିଜୁମଇଦାନ ଠାରେ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ୨୦୨୫ ମହସମାରୋହ ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକ ଶ୍ରୀ…
ସର୍ବୋଦୟ ଦିଶା ଦର୍ଶନ ଶିବିର ଉଦଘାଟିତ ଅନୁଗୁଳ – ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅନୁଗୁଳ ସ୍ଥିତ ବାଜିରାଉତ ଛାତ୍ରାବାସ ପରିସରରେ ରାଷ୍ଟ୍ରୀୟ ଯୁବା ସଂଗଠନ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଓ ବାଜିରାଉତ…