ଅପରାଧ ଯୁବକଙ୍କୁ ପଥରରେ ଛେଚି ହତ୍ଯା ଅଭିଯୋଗ Angul OnlineMay 12, 2023May 12, 2023 ତାଳଚେର – ତାଳଚେର ଡେରା ପାଣିହାଟିଙ୍ଗ ନିକଟରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା ପରେ ରେଳ ଧାରଣା କଡ଼ରେ ଥିବା ଡ୍ରେନକୁ କେହି ଦୁର୍ବୃତ୍ତ ଫିଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ମୃତ ଯୁବକ ଜଣଙ୍କ ହେଲେ ଡେରା ପାଣି ହାଟିଙ୍ଗ ଅଞ୍ଚଳର ସନ୍ତୋଷ ଗିରି । ତବେ ସେ ଗତ ସୋମବାର ଠାରୁ ନିଖୋଜ ଥିବା ବେଳେ ଆଜି ତାଙ୍କ ମା କୋଇଲା ପାଇଁ ଯିବା ବେଳେ ତାଙ୍କ ଚପଲ ରେଳ ଧାରଣା ଉପରେ ପଡିଥିବା ଦେଖି ସନ୍ଦେହ କରିଥିଲେ । ଏଣେ ତେଣେ ଦେଖିବା ବେଳେ ତାଙ୍କ ପୁଅର ମୃତ ଦେହ ରେଳ ଲାଇନ କଡ଼ରେ ଥିବା ଡ୍ରେନରେ ପଡି ଥିବା ଦେଖିବାକୁ ପାଇଥିଲେ । ଘଟଣା ସ୍ଥଳରେ ଏକ ରକ୍ତ ଲାଗିଥିବା ପଥର ପଡିଥିବା ବେଳେ ସେହି ସ୍ଥାନର ବିଭିନ୍ନ ସ୍ଥାନରେ ରକ୍ତ ପଡିଥିବା ଦେଖିବାକୁ ମିଳିଥିଲା । ତେବେ କିଛି ଦୁର୍ବୃତ୍ତ ତାଙ୍କୁ ପଥରରେ ଛେଚି ହତ୍ୟା କରିବା ପରେ ରେଳ ଧାରଣା ପାଖରେ ଥିବା ଡ୍ରେନକୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ କୋଲିୟାରୀ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । Advertisement
ଦାଦାବଟି ନଦେବାରୁ ଦୋକାନୀକୁ ଆକ୍ରମଣ – ଭାଙ୍ଗିଦେଲା ଦୋକାନ ଅନୁଗୁଳ – ଦାଦାବଟି ମାଗିଲା , ନ ଦେବାରୁ ଦୋକାନ ଉଜାଡ଼ି ଦେବା ସହ ଛୁରୀ ରେ ଆକ୍ରମଣ କଲା ଦୁର୍ବୃତ୍ତ । ଅନୁଗୁଳ ଟାଉନ୍ ଥାନା…
ଅଶାନ୍ତ ଅନୁଗୁଳ – ପୁଣି ଗୁଳି ମାଡରେ ଦୁଇ ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା କହ୍ନେଇ ନଗର ଠାରେ ଗୁଳି ମାଡରେ ଶଳା ଭେଣେଇ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତର ହେଲେ ବନ୍ତଳା…
ମହିଳାଙ୍କୁ ଜାଳି ମାରିଦେବା ଘଟଣାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଅନୁଗୁଳ – ସମ୍ବଲପୁର ଜିଲ୍ଲା ଶାସନସାହି ଥାନା ଶୋଡ଼ସିଂହା ଗାଁରେ ୨୦୧୫ ମସିହା ଜୁଲାଇ ୨୫ ତାରିଖରେ ଏକ ଅଭାବନୀୟ ଘଟଣା ଘଟିଥିଲା । ଘର ଭିତରେ…