ଅପରାଧ ଚୋରା ବାଲି ଚାଲାଣ ଅଭିଯୋଗରେ ୫ ଗିରଫ Angul OnlineMay 12, 2023May 12, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ପୁଲିସ ଶୁକ୍ରବାର ସକାଳେ ବାଲି ଚୋରା ଚାଲାଣ ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିବା ସହ ୫ଟି ଟ୍ରକ୍କୁ ଜବତ କରିଛି । ସୂଚନା ଅନୁସାରେ, ଦେବଗଡ଼ ଓ ଅନୁଗୁଳ ଜିଲ୍ଲା ସୀମାରେ ଥିବା ଟିକିରା ନଦୀରୁ ନିୟମିତ ଚୋରା ବାଲି ଚାଲାଣ ହେଉଛି । ଏ ନେଇ ସୂଚନା ପାଇବାପରେ ଛେଣ୍ଡିପଦା ପୁଲିସ ଶୁକ୍ରବାର ସକାଳେ ଛେଣ୍ଡିପଦା ମେଡ଼ିକାଲ ଛକ ପାଖରେ ଚୋରା ଚାଲାଣ ହେଉଥିବା ୫ଟି ଟ୍ରକ୍କୁ ଜବତ କରିବାସହ ଏହାର ଚାଳକ ମାମୁରିଆ ଗାଁର ନୃପତି ମାଝୀ(୩୦), ରୁଲୁ ସାହୁ(୪୦), ଦେବଗଡ଼ ଜିଲ୍ଲା କୁଣ୍ଡେଇଗୋଳା ଥାନା ଅନ୍ତର୍ଗତ ଷେଣ୍ଢା ଗାଁର ପ୍ରଫୁଲ ଠାକୁର(୩୩), ଆମ୍ବଖୋଳ ଗାଁର ବଂଶୀଧର ଧଳ(୨୫) ଓ କିଶୋରନଗର ଥାନା ଅନ୍ତର୍ଗତ ହିମତିରା ଗାଁର ବିନୋଦ ବେହେରା(୩୧)ଙ୍କୁ ଗିରଫକରି ଏକ ମାମଲା ରୁଜୁକରି କୋର୍ଟ ଚାଲାଣ କରିଛି । Advertisement
ପଚାଷ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ଡେପୁଟି ଏକ୍ସକ୍ୟୁଟିଭ ଇଞ୍ଜିନିୟର ଅନୁଗୁଳ – ଭିଜିଲାନ୍ସ ଜାଲରେ ଅନୁଗୁଳ ଲିଫ୍ଟ ଇରିଗେସନ ଡିପାର୍ଟମେଣ୍ଟର ଡେପୁଟି ଏକ୍ସକ୍ୟୁଟିଭ ଇଞ୍ଜିନିୟର ଶରତ କୁମାର ପ୍ରଧାନ ।ଦୁଇଟି ଲିଫ୍ଟ ଇରିଗେସନର ଇଲେକ୍ଟ୍ରିକାଲ ଏଷ୍ଟିମେଟ ପାଇଁ…
ନିଖୋଜ ଯୁବକଙ୍କ ମୃତ ଦେହ ଗାଡ଼ିଆରୁ ଉଦ୍ଧାର – ହତ୍ୟା ନା ଦୁର୍ଘଟଣା !! ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା କାଳିଆକଟା ଗାଁ ନିକଟରୁ ଗୁରୁବାର ଜଣେ ନିଖୋଜ ଯୁବକଙ୍କ ମୃତ ଦେହ ପୁଲିସ ଉଦ୍ଧାର କରିଛି ।…
ରାସ୍ତା କଡରୁ ନାଲକୋ ଠିକା କର୍ମଚାରୀଙ୍କ ମୃତଦେହ ଉଦ୍ଧାର – ହତ୍ୟା କରି ଫୋପାଡି ଦେଇଥିବା ସନ୍ଦେହ ଅନୁଗୁଳ – ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା FCI ର ଚର୍ଚ୍ଚ ନିକଟରେ ଏକ ହତ୍ୟାକାଣ୍ଡ ଘଟି ଯାଇଛି । ଲୁହା ରଡରେ ମାଡ ମାରି ନାଲକୋର…