ଅପରାଧ ପିତଳ ଥାଳି ଧରେଇ ୧୫ ଲକ୍ଷ ଟଙ୍କା ଠକିନେଲେ ଦୁଇ ମହିଳା Angul OnlineNovember 14, 2024November 14, 2024 ତାଳଚେର – ସୁନା ଥାଳି କହି ଦମ୍ପତିଙ୍କୁ ଦେଲେ ପିତଳ ଥାଳି ଆଉ ଲୁଟିନେଲେ ୧୫ ଲକ୍ଷ ଟଙ୍କା । ତାଳଚେର ଲିଙ୍ଗରାଜ କଲୋନୀରେ ପରିବାର ସହ ରହୁଥିବା ଦୀପକ କୁମାର ବରାଳ ଏବଂ ତାଙ୍କ ସ୍ତ୍ରୀ ପ୍ରଣତୀ ପରିଡାଙ୍କୁ ସୁନା ଥାଳି କହି ଦୁର୍ବୃତ୍ତ ଠକି ନେଲେ ୧୫ ଲକ୍ଷ ଟଙ୍କା । ଏନେଇ ଦୀପକ ଏବଂ ତାଙ୍କ ସ୍ତ୍ରୀ ପ୍ରଣତୀ କଲିୟରୀ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ସୂଚନା ଅନୁଯାୟୀ ଦୀପକ ଏବଂ ତାଙ୍କ ସ୍ତ୍ରୀ ଙ୍କୁ ଦୁଇ ଜଣ ଅଜଣା ମହିଳା ପରିବାର ସଦସ୍ୟ ଅସୁସ୍ଥ ଥିବା ଦର୍ଶାଇ ୨୦ ଲକ୍ଷ ଟଙ୍କା ମାଗିଥିଲେ । ପ୍ରଥମେ ଦୀପକ ତାଙ୍କୁ ଟଙ୍କା ଦେଇ ନ ଥିଲେ । କିନ୍ତୁ ମହିଳା ଦୁଇଜଣ ଦୀପକଙ୍କୁ ଏକ ସୁନା ଥାଳିର ପ୍ରଲୋଭନ ଦେଖାଇଥିଲେ । ଯେଉଁଥିରେ ଦୀପକ ପ୍ରଲୋଭିତ ହୋଇ ନଭେମ୍ବର ମାସ ୭ ତାରିଖ ସକାଳ ୮ ଟାରେ ହାଣ୍ଡିଧୁଆଁ ଗାନ୍ଧିଛକ ଠାରେ ପ୍ରଥମେ ୧୫ ଲକ୍ଷ ଟଙ୍କା ଦେଇଥିଲେ । ଆଉ ଦୁଇ ଦିନ ପରେ ବାକି ୫ ଲକ୍ଷ ଟଙ୍କା ଉଭୟେ ମହିଳା ଆସି ନେବେ ବୋଲି କହିଥିଲେ । କିନ୍ତୁ ଦୁଇ ଦିନ ପରେ ଉଭୟ ମହିଳା ନ ଆସିବାରୁ ଏବଂ ତାଙ୍କ ସହ କୌଣସି ଯୋଗାଯୋଗ ନ ହୋଇ ପାରିବାରୁ ସନ୍ଦେହ କରି ଦୀପକ ନିକଟସ୍ଥ ଅଳଙ୍କାର ଦୋକାନରେ ପରୀକ୍ଷା କରିଥିଲେ ଏବଂ ଏହା ସୁନା ପାଣି ଦିଆ ପିତଳ ଥାଳି ବୋଲି ଜାଣିବାକୁ ପାଇଥିଲେ । ଯାହାକୁ ନେଇ ଦୀପକ କଲିୟରୀ ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । Advertisement
ଆସିଆନା ହୋଟେଲରେ ଚୋରି କରିଥିବା ତିନି ଅଭିଯୁକ୍ତ ଗିରଫ ଅନୁଗୁଳ – ଅନୁଗୁଳ ସଦର ଥାନା ଆସିଆନା ହିଲ୍ ଭ୍ୟୁ ହୋଟେଲ, ପଞ୍ଚମହଳାରେ ଘଟିଥିବା ଚୋରି ଘଟଣାର ତିନି ଜଣଙ୍କୁ ଗିରଫ କରିଛି ପୁଲିସ । ସୂଚନା…
ଯୌତୁକ ଦାବିରେ ନବବଧୁକୁ ହତ୍ଯା ଅଭିଯୋଗ ତାଳଚେର – ଯୌତୁକ ଜୁଇରେ ନବବଧୁ । ସାମାନ୍ୟ ଗୋଟିଏ ଏସି ଓ କିଛି ଟଙ୍କା ପାଇଁ ନବ ବିବାହିତା ଝିଅକୁ ମାରିଦେଲେ ଶାଶୁ ଘର ଲୋକ…
ଡକାୟତ ଗ୍ୟାଙ୍ଗଙ୍କ ଠାରୁ ୧୨୦ ଟି ମୋବାଇଲ ଫୋନ ସମେତ ମାରଣାସ୍ତ୍ର ଜବତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ କଣ୍ଢାଳ ଜଙ୍ଗଲ ଠାରେ ଡକାୟତି ଉଦ୍ୟମ ପାଇଁ ଯୋଜନା କରୁଥିବା ଖବର ପାଇ ସାତ ଜଣ ଆନ୍ତଜିଲା ଡକାୟତଙ୍କୁ…