ଖେଳ ଓ ଖେଳାଳି ଅନୁଗୁଳ କ୍ଲାସିକ୍ ବଡ଼ି ବିଲଡିଂ – ଭାଗ ନେଲେ ୧୧୯ ପ୍ରତିଯୋଗୀ Angul OnlineFebruary 25, 2023February 25, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ପ୍ରତିଷ୍ଠାକୁ ୩୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଶନିବାର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡ଼ା ସଂଘର ମିଳିତ ଆନୁକୂଲ୍ୟରେ ସଭାଘର ଠାରେ ଅନୁଷ୍ଠିତ ହୋଇଛି ବଡ଼ି ବିଲଡିଂ ଚାମ୍ପିଅନ୍ସିପ । ଅନୁଗୁଳ କ୍ଲାସିକ ନାମରେ ନାମିତ ଏହି ଚମ୍ପିୟାନସିପରେ ରାଜ୍ୟର ୧୧୯ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି । ଶନିବାର ଅପରାହ୍ନରେ ଆରମ୍ଭ ହୋଇଥିବା ପ୍ରତିଯୋଗିତାକୁ ମୁଖ୍ୟ ଅତିଥି ଭାବେ ଅନୁଗୁଳ ଉପଜିଲ୍ଲାପାଳ ଚଇତୁରା ଦିପ୍ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡ଼ା ସଂଘର ସମ୍ପାଦକ ରମେଶ ଚନ୍ଦ୍ର ସାହୁ , ଉପସଭାପତି ଗୌର ଗୋବିନ୍ଦ ସାମନ୍ତ , ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଥମ ପାଇଁ ଅନୁଗୁଳରେ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ହୋଇଥିବା ବେଳେ ଏହାକୁ ଦେଖିବା ପାଇଁ ବହୁ ଦର୍ଶକଙ୍କ ସମାଗମ ହୋଇଥିଲା । ବଡ଼ି ବିଲଡିଂର ୭ଟି ବର୍ଗରେ ଓ ମେନ୍ସ ଫିଜିକ୍ସର ୬ ଟି ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ମେନ୍ସ ଫିଜିକ୍ସ ଜୁନିୟର ବି ’ କ୍ୟାଟେଗୋରୀରେ ଶୁଭଙ୍କର ରାଉତ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସାଗର ଓଝା ଦ୍ଵିତୀୟ , ବିଶ୍ବଜିତ୍ ନାହାକ ତୃତୀୟ , ଉତ୍କଳ କେଶରୀ ପଣ୍ଡା ଚତୁର୍ଥ ଓ ବୈଷ୍ଣବ ପ୍ରଧାନ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି । ସେହିପରି କ୍ୟାଟେଗୋରୀ ଏ’ରେ ଅବିନାଶ ଜେନା ପ୍ରଥମ , ଚକ୍ରଧର ପ୍ରଧାନ ଦ୍ବିତୀୟ ଏସ୍ ଇରସାଦ୍ ତୃତୀୟ , ଦୀପକ ରୟ ଚତୁର୍ଥ ଓ ପୁତ୍ର ଘିଦେଲା ପଞ୍ଚମ ସ୍ଥାନ ଲାଭ କରିଛନ୍ତି । କ୍ୟାଟେଗୋରୀ ସି’ରେ ଏମ୍ଡି ରିଜୱାନ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଅମର ପ୍ରଧାନ ଦ୍ଵିତୀୟ , ଅବଦୁଲ କାଦିର ତୃତୀୟ , ଦେବାଶିଷ ବେହେରା ତୃତୀୟ ଓ ଜଗମୋହନ ପଞ୍ଚମ ସ୍ଥାନ ଲାଭ କରିଛନ୍ତି । Advertisement
ଗାଁର ଝିଅ ଏବେ ଓସିଏ ଟେକ୍ନିକାଲ୍ ଆନାଲିଷ୍ଟ୍ ଅନୁଗୁଳ: ଗାଁର ଝିଅ ଏବେ ରାଜ୍ୟସ୍ତରର ମହିଳା କ୍ରିକେଟ୍ ଖେଳାଳୀଙ୍କ ମାର୍ଗଦର୍ଶକ । ନିଜ ସ୍ୱପ୍ନ ସିନା ପୂରଣ କରିପାରିଲେନି । କିନ୍ତୁ ଅନ୍ୟ କ୍ରିକେଟ୍ ଖେଳାଳୀଙ୍କୁ…
ଶୁଟିଂରେ ତନିଷ୍କାଙ୍କୁ ରୋପ୍ୟ ଏବଂ କାଂସ୍ୟ – ସମ୍ବର୍ଦ୍ଧିତ କଲେ ବିଧାୟକ ତାଳଚେର – ବନ୍ଧୁକ ଚାଳନା ପ୍ରତିଯୋଗିତାରେ ତାଳଚେର ପାଇଁ ଗର୍ବ ଓ ଗୌରବ ଆଣିଲେ ତାଳଚେର ରାଇଫଲ କ୍ଲବର ତନିଷ୍କା ସାମନ୍ତଙ୍କ ସମେତ ପାଞ୍ଚଜଣ ପ୍ରତିଯୋଗୀ ।…
ରାଜ୍ୟସ୍ତରୀୟ ଖୋଖୋ ଚାମ୍ପିଅନସିପ ଆରମ୍ଭ ଅନୁଗୁଳ – ଅନୁଗୁଳ ଜିଲ୍ଲା ଷ୍ଟାଡିୟମଠାରେ ୫୪ତମ ରାଜ୍ୟ ସ୍ତରୀୟ ଖୋଖୋ(ବରିଷ୍ଠ) ଚାମ୍ପିଅନସିପ ସୋମବାର ଅପରାହ୍ନରେ ଉଦ୍ଘାଟିତ ହୋଇଯାଇଛି । ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା…