ଖେଳ ଓ ଖେଳାଳି ଅନୁଗୁଳ କ୍ଲାସିକ୍ ବଡ଼ି ବିଲଡିଂ – ଭାଗ ନେଲେ ୧୧୯ ପ୍ରତିଯୋଗୀ Angul OnlineFebruary 25, 2023February 25, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ପ୍ରତିଷ୍ଠାକୁ ୩୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଶନିବାର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡ଼ା ସଂଘର ମିଳିତ ଆନୁକୂଲ୍ୟରେ ସଭାଘର ଠାରେ ଅନୁଷ୍ଠିତ ହୋଇଛି ବଡ଼ି ବିଲଡିଂ ଚାମ୍ପିଅନ୍ସିପ । ଅନୁଗୁଳ କ୍ଲାସିକ ନାମରେ ନାମିତ ଏହି ଚମ୍ପିୟାନସିପରେ ରାଜ୍ୟର ୧୧୯ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି । ଶନିବାର ଅପରାହ୍ନରେ ଆରମ୍ଭ ହୋଇଥିବା ପ୍ରତିଯୋଗିତାକୁ ମୁଖ୍ୟ ଅତିଥି ଭାବେ ଅନୁଗୁଳ ଉପଜିଲ୍ଲାପାଳ ଚଇତୁରା ଦିପ୍ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡ଼ା ସଂଘର ସମ୍ପାଦକ ରମେଶ ଚନ୍ଦ୍ର ସାହୁ , ଉପସଭାପତି ଗୌର ଗୋବିନ୍ଦ ସାମନ୍ତ , ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଥମ ପାଇଁ ଅନୁଗୁଳରେ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ହୋଇଥିବା ବେଳେ ଏହାକୁ ଦେଖିବା ପାଇଁ ବହୁ ଦର୍ଶକଙ୍କ ସମାଗମ ହୋଇଥିଲା । ବଡ଼ି ବିଲଡିଂର ୭ଟି ବର୍ଗରେ ଓ ମେନ୍ସ ଫିଜିକ୍ସର ୬ ଟି ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ମେନ୍ସ ଫିଜିକ୍ସ ଜୁନିୟର ବି ’ କ୍ୟାଟେଗୋରୀରେ ଶୁଭଙ୍କର ରାଉତ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସାଗର ଓଝା ଦ୍ଵିତୀୟ , ବିଶ୍ବଜିତ୍ ନାହାକ ତୃତୀୟ , ଉତ୍କଳ କେଶରୀ ପଣ୍ଡା ଚତୁର୍ଥ ଓ ବୈଷ୍ଣବ ପ୍ରଧାନ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି । ସେହିପରି କ୍ୟାଟେଗୋରୀ ଏ’ରେ ଅବିନାଶ ଜେନା ପ୍ରଥମ , ଚକ୍ରଧର ପ୍ରଧାନ ଦ୍ବିତୀୟ ଏସ୍ ଇରସାଦ୍ ତୃତୀୟ , ଦୀପକ ରୟ ଚତୁର୍ଥ ଓ ପୁତ୍ର ଘିଦେଲା ପଞ୍ଚମ ସ୍ଥାନ ଲାଭ କରିଛନ୍ତି । କ୍ୟାଟେଗୋରୀ ସି’ରେ ଏମ୍ଡି ରିଜୱାନ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଅମର ପ୍ରଧାନ ଦ୍ଵିତୀୟ , ଅବଦୁଲ କାଦିର ତୃତୀୟ , ଦେବାଶିଷ ବେହେରା ତୃତୀୟ ଓ ଜଗମୋହନ ପଞ୍ଚମ ସ୍ଥାନ ଲାଭ କରିଛନ୍ତି । Advertisement
ଅନୁଗୁଳର ପୁଅ ସ୍ୱାଧୀନଙ୍କୁ ମିଳିଲା ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ ଅନୁଗୁଳ – ରାଜ୍ୟ ସରକାରଙ୍କ ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ମଙ୍ଗଳବାର ଜାତୀୟ କ୍ରୀଡ଼ା ଦିବସ ଅବସରରେ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ…
ଅନୁଗୁଳ ଭଲିବଲ କପ୍ – ଭୁବନେଶ୍ୱରକୁ ହରାଇ ଭଦ୍ରକ ଚମ୍ପିୟାନ ଅନୁଗୁଳ – ଅନୁଗୁଳ ବାସନ୍ତୀ ଭଲିବଲ ଟ୍ରଷ୍ଟ ପକ୍ଷରୁ ଏକ ତିନି ଦିନିଆ ଭଳିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି । ୫ ତାରିଖ ଆରମ୍ଭ ହୋଇଥିବା…
ଜେଏସପି ଫାଉଣ୍ଡେସନ ଏବଂ ଡିଟିଏସଆରଡିଏଫ୍ ଆନୁକୂଲ୍ୟରେ ଗ୍ରାମାଞ୍ଚଳରେ ତୃଣମୂଳ ହକିକୁ ପ୍ରୋତ୍ସାହିତ କରିବା ପାଇଁ ମେଗା କାର୍ଯ୍ୟକ୍ରମ ଶୁଭାରମ୍ଭ ଅନୁଗୋଳ – ଜେଏସପି ଫାଉଣ୍ଡେସନ ଏବଂ ଦିଲୀପ ତିର୍କି ସ୍ପୋର୍ଟସ ରିସର୍ଚ୍ଚ ଏବଂ ଡେଭେଲପମେଣ୍ଟ ଫାଉଣ୍ଡେସନ(ଡିଟିଏସଆରଡିଏଫ୍)ର ମିଳିତ ଆନୁକୁଲ୍ୟରେ ଗ୍ରାମାଞ୍ଚଳରେ ତୃଣମୂଳ ହକିକୁ ପ୍ରୋତ୍ସାହିତ କରିବା ପାଇଁ…