ଆଞ୍ଚଳିକ ବର୍ଷାରେ ବେହାଲ ଅନୁଗୋଳ Angul OnlineJune 25, 2023June 25, 2023 ଅନୁଗୋଳ – ଜାତୀୟ ରାଜପଥ ରେ ଲହଡି ମାରୁଛି ପାଣି , ଘର ଭିତରେ ଆଣ୍ଠୁଏ ପାଣି , ଗାଡି ପାଣିରେ ଭାସୁଛି । ଦୁଇଦିନ ଲଗାଣ ବର୍ଷାରେ ଏଭଳି ବେହାଲ ହୋଇ ଯାଇଛି ଅନୁଗୋଳ ଓ ଏହାର ଆଖପାଖ ଅଞ୍ଚଳ । ମୌସୁମୀ ପ୍ରଭାବରେ ଅନୁଗୋଳ ଜିଲ୍ଲାରେ ଗତକାଲି ଠାରୁ ଲଗାଣ ବର୍ଷା ଲାଗି ରହିଛି । ଏହି ବର୍ଷା ଫଳରେ ଅନୁଗୋଳ ତୁରଙ୍ଗ ଅଞ୍ଚଳରେ ଜାତୀୟ ରାଜପଥରେ ପାଣି ନିଷ୍କାସନ ହୋଇ ନପାରି ରାସ୍ତାରେ ପାଣି ଭରି ରହିଛି । ଫଳରେ ଗାଡି ମୋଟର ଯିବା ଆସିବା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିଭଳି ଅନୁଗୋଳ ସହର ଗାନ୍ଧିମାର୍ଗ ଠାରୁ ବଜାର ଛକ ପର୍ଯ୍ୟନ୍ତ ରାସ୍ତାରେ ଦୁଇ ଫୁଟ ଉଚ୍ଚତାରେ ପାଣି ପ୍ରଭାବିତ ହୋଇଥିଲା । ଯାହା ଫଳରେ ସ୍ଥାନୀୟ ବାସିନ୍ଦା , ଦୋକାନୀ ଓ ସେହି ରାସ୍ତାରେ ଯିବା ଆସିବା କରୁଥିବା ଲୋକ ଅସୁବିଧା ଭୋଗିଥିଲେ । ସେହିଭଳି ଭରତନଗର , ବ୍ରାହ୍ମଣୀଦେଇପଡା ଆଦି ଜଳମଗ୍ନ ହେବା ଫଳରେ ଘର ଭିତରେ ପାଣି ପଶି ଯାଇଥିଲା । ଅନୁଗୋଳ ସହର ନିକଟସ୍ଥ ଏକ ଘରୋଇ ଷ୍ଟିଲ ପ୍ଲାଣ୍ଟ ମଧ୍ୟ ଏହି ବର୍ଷା ପ୍ରଭାବରେ ପ୍ରଭାବିତ ହୋଇଥିଲା । ପ୍ଲାଣ୍ଟର ଏକ ବଡ଼ ବ୍ରାଉଣ୍ଡରୀ ଭୁଶୁଡି ପଡିଥିବା ଜଣା ପଡ଼ିଛି । ପ୍ରାୟ ଅଞ୍ଚଳ ଜଳମଗ୍ନ ହୋଇଥିବା ଯୋଗୁଁ ଅନେକ ଗୁଡିଏ ମୋଟରସାଇକେଲ , କାର ଆଦି ପାଣିରେ ବୁଡି ରହିଛି । Advertisement
ବରିଷ୍ଠ ସାମ୍ବାଦିକଙ୍କ ପରଲୋକ ଅନୁଗୁଳ – ଅନୁଗୁଳର ବରିଷ୍ଠ ସାମ୍ବାଦିକ ସନ୍ତୋଷ ତ୍ରିପାଠୀଙ୍କ ଆଜି ତାଙ୍କ ଅମଲାପଡ଼ା ସ୍ଥିତ ବାସଭବନରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ…
ବାର ଲକ୍ଷ ଲୋକ ଖାଇବେ ଏହି ବଟିକା ଅନୁଗୁଳ – ଅନୁଗୁଳ ଜିଲ୍ଲାରୁ ଫାଇଲେରିଆ ରୋଗର ସମ୍ପୂର୍ଣ୍ଣ ନିରାକରଣ ପାଇଁ ଆସନ୍ତା ଫେବୃଆରୀ ୨୫ ତାରିଖରୁ ମାର୍ଚ୍ଚ ୬ ଯାଏ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ…
ପପୁ ତ୍ରିପାଠୀ ହେଲେ ନିର୍ବାହୀ ଅଧିକାରୀ ଅନୁଗୁଳ – ଅନୁଗୁଳର ପପୁ ତ୍ରିପାଠୀ ନାମରେ ପରିଚିତ ସତ୍ୟ ପ୍ରକାଶ ତ୍ରିପାଠୀ ହେଲେ ଚାନ୍ଦବାଲି ଏନ ଏ ସି ର ନିର୍ବାହୀ ଅଧିକାରୀ । ଆଜି…