ମୁଖ୍ୟ ଖବର ସମାଜସେବୀ ଚିନ୍ମୟୀଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର ଅଭିଯୋଗ Angul OnlineJune 7, 2022June 7, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ସୁନାମଧାନ୍ୟ ସମାଜସେବୀ ତଥା ମାନବ ସେବାଶ୍ରମର ମୁଖ୍ୟ କିନ୍ନର ଚିନ୍ମୟୀ ଦାସଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ମହିଳା ଡାକ୍ତର ଦୁର୍ବ୍ୟବହାର କରିଥିବ୍ବା ସେ ସାମାଜିକ ଗଣମାଧ୍ୟରେ ଅଭିଯୋଗ ଆଣିବା ସହ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି । ଚିନ୍ମୟୀଙ୍କ କହିବା କଥା ସୋମବାର ଅପରାହ୍ନରେ ଆଶ୍ରମରେ ରହୁଥିବା ଜଣେ ବୟସ୍କା ମହିଳାଙ୍କ ଅକ୍ସିଜେନ ଲେବଲ କମ ଥିବାରୁ ଚିନ୍ମୟୀ ତାଙ୍କୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେତେବେଳକୁ ଅନେକ ରୋଗୀ ଡାକ୍ତରଖାନାରେ ଅପେକ୍ଷାରତ ଥିଲେ । ତେବେ ସେତେବେଳେ ଡ୍ୟୁଟିରେ ଥିବା ମହିଳା ଡାକ୍ତର ସୁଶ୍ରୀ ସଙ୍ଗୀତା ବରାଳ ରୋଗୀ ନ ଦେଖି ଏପଟସେପଟ ହେଉଥିଲେ । ଏହା ଦେଖି ଚିନ୍ମୟୀ ଡାକ୍ତରଙ୍କୁ , ଅନେକ ରୋଗୀ ଅଛନ୍ତି , ଅସହ୍ୟ ଗ୍ରାମ ହେଉଛି ଟିକିଏ ଜଲଦି ରୋଗୀ ଦେଖିବାକୁ ଅନୁରୋଧ କରିଥିଲେ । ତେବେ ଏତିକିରେ ମହିଳା ଡାକ୍ତର ଜଣଙ୍କ କ୍ଷୁବ୍ଧ ହୋଇ ତାଙ୍କୁ ଗାଳି କରିବା ସହ ସେଠାରୁ ବାହାରି ଯିବାକୁ କହିଥିଲେ । ଡାକ୍ତରଙ୍କ ଏପରି ବ୍ୟବହାର ଦେଖି ଚିନ୍ମୟୀ ତାଙ୍କ ସାଙ୍ଗରେ ଆଣିଥିବା ବୃଦ୍ଧା ମହିଳାଙ୍କୁ ଅନ୍ୟ ଜଣେ ଡାକ୍ତରଙ୍କ ନିକଟରେ ଦେଖାଇଥିଲେ । ପରେ ସେ ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜଣାଇବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସେଠାରେ ପହଞ୍ଚି ମହିଳା ଡାକ୍ତରଙ୍କୁ ତାଗିଦ କରିଥିଲେ । ତେବେ ଏ ସମ୍ପର୍କରେ ସମାଜସେବୀ ଚିନ୍ମୟୀ ଅନୁଗୁଳ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିବା ବେଳେ ମହିଳା ଡାକ୍ତରଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ । Advertisement
ବଢି ପାଣି ଭିତରୁ ଉଦ୍ଧାର ହେଲା ହାତୀ ଛୁଆ ଅନୁଗୁଳ – ପାଣି ଭିତରୁ ହାତୀ ଛୁଆ ଉଦ୍ଧାର । ହାତୀ ପଲରୁ ଖସି ଆସିଥିବା ଏକ ହାତୀ ଛୁଆ ଡ୍ୟାମ ପାଣି ଭିତରେ ପଶି ଯାଇ…
ଜିଲ୍ଲାରେ ପାଣିରେ ବୁଡି ଯୁବ ଇଞ୍ଜିନିୟର ସମେତ ୨ ନିଖୋଜ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପାଣିରେ ବୁଡି ଦୁଇଜଣ ନିଖୋଜ ଅଛନ୍ତି । ସେମାନଙ୍କ ମଧ୍ୟରୁ ଡେରେଜାଙ୍ଗ ପ୍ରୋଜେକ୍ଟରେ ନିଖୋଜ ଥିବା ଯୁବକ ଜଣକ ଜଣେ ଇଞ୍ଜିନିୟର…
କୋଭିଡ କଟକଣା ଭିତରେ ମା ହିଙ୍ଗୁଳାଙ୍କ ଯାତ୍ରା ଅନୁଷ୍ଠିତ ତାଳଚେର – ତାଳଚେର ଗୋପାଳପ୍ରସାଦ ସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ଆଜି ହେଉଛି ବାର୍ଷିକ ଯାତ୍ରା । ନଅ ଦିନ ବ୍ୟାପୀ ମା‘ଙ୍କ ଏହି ପୂଜା…