ବିନା ପ୍ରତିଦ୍ବନ୍ଦିତାରେ ସରିଲା ଅନୁଗୁଳ କ୍ରିକେଟ ସଙ୍ଘ ନିର୍ବାଚନ

ଅନୁଗୁଳ – ଅନୁଗୁଳ ଜିଲ୍ଲା କ୍ରିକେଟ ସଂଘର କଦମ ପଡିଆ ସ୍ଥିତ ନିଜସ୍ଵ କାର୍ଯ୍ୟାଳୟ ଠାରେ ଚଳିତ ମାସ ୧୩ ତାରିଖ ଦିନ ପରିଚାଳନା କମିଟି( ୭ ଜଣ ସଦସ୍ୟ ବିଶିଷ୍ଠ)ର ସଦସ୍ୟ ଚୟନ ପ୍ରକ୍ରିୟା ପାଇଁ ନିର୍ବାଚନ ନିମନ୍ତେ ଆଜି(୦୯.୦୨.୨୦୨୬) ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରଯାଇଥିଲା ।

ଏଥିରେ ସଭାପତି-୧ , ଉପସଭାପତି-୨, ସମ୍ପାଦକ-୧, ଯୁଗ୍ମ ସମ୍ପାଦକ-୨ ଓ କୋଷାଧ୍ୟକ୍ଷ-୧  ପଦବୀ ନିମନ୍ତେ ବର୍ତ୍ତମାନ ଜିଲ୍ଲା କ୍ରିକେଟ ସଂଘର ପରିଚାଳନା କମିଟିର ସମସ୍ତ ପଦାଧିକାରୀ ନିଜର ନାମାଙ୍କନ ପତ୍ର ଦାଖଲ  କରିଥିଲେ । ଏହି ନିର୍ବାଚନରେ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ ପୁନର୍ବାର ଦ୍ଵିତୀୟ ଥର ପାଇଁ ନିର୍ଦ୍ଵନ୍ଦରେ  ଅନୁଗୁଳ ଜିଲ୍ଲା କ୍ରିକେଟ ସଂଘର ସଭାପତି ଭାବେ ବିଜୟୀ ହେବା ସହ ପରିଚାଳନା କମିଟିର ଉପସଭାପତି ଭାବେ ପ୍ରଭାତ କୁମାର ସିହ୍ନା ଓ ଅରୁଣ କୁମାର ପୁଷପାଳକ, ସାଧାରଣ ସମ୍ପାଦକ ଭାବେ ସାଗରନାଥ ମିଶ୍ର , ଯୁଗ୍ମ ସମ୍ପାଦକ ଭାବେ ଗଙ୍ଗାଧର ପଟ୍ଟନାୟକ ଓ ସତ୍ଯେନ୍ଦ୍ର  ପ୍ରଧାନ ଓ କୋଷାଧ୍ୟକ୍ଷ ରଞ୍ଜନ କୁମାର ଧୀରସାମନ୍ତ ମଧ୍ୟ ନିର୍ଦ୍ଵନ୍ଦରେ ବିଜୟୀ ହୋଇଥିଲେ । ପ୍ରତାପ ପ୍ରଧାନ ଏହି ବିଜୟ ପାଇଁ ସଙ୍ଘର ସମସ୍ତ ସଦସ୍ୟଙ୍କୁ ଶ୍ରେୟ ଦେଇଥିଲେ ଓ ଅନୁଗୁଳ ଜିଲ୍ଲା କ୍ରିକେଟରେ ଏକ ବୈପ୍ଲବିକ ପରିବର୍ତ୍ତନ ହେବା ନେଇ ଆଶା ପ୍ରକଟ କରିଥିଲେ । ସଂଘର ଏହି ନିର୍ବାଚନ କାର୍ଯ୍ୟକୁ ଅନୁଗୁଳ ଓକିଲ ସଂଘର ନିର୍ବାଚନ ଅଫିସର ବରିଷ୍ଠ ଆଇନଜୀବୀ ଭୁପେଶ ଚନ୍ଦ୍ର ପ୍ରଧାନ ତଥା ଅନୁଗୁଳ ଜିଲ୍ଲା କ୍ରିକେଟ ସଂଘର ନିର୍ବାଚନ ଅଫିସର ଆଇନଜୀବୀ ପ୍ରଶାନ୍ତ ରଥ ଏହି ନିର୍ବାଚନରେ ତାଙ୍କୁ ସହଯୋଗ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page