ଖେଳ ଓ ଖେଳାଳିମୁଖ୍ୟ ଖବର ଅନୁଗୁଳ ଆସିବେ ଗୌତମ ଗାମ୍ଭୀର Angul OnlineDecember 19, 2022December 19, 2022 ଅନୁଗୁଳ – ଅନୁଗୁଳ ଆସିବେ ଗୌତମ ଗାମ୍ଭୀର । ଆସନ୍ତା ୨୫ ତାରିଖ ସେ ଅନୁଗୁଳ ଆସି ସ୍ଥାନୀୟ କଦମ ପଡ଼ିଆରେ ଅନୁଗୁଳ କ୍ରିକେଟ ସଂଘ ( ଏଡିସିଏ ) ର ୨୫ ବର୍ଷ ପୁର୍ତ୍ତି ଉପଲକ୍ଷେ ହେଉଥିବା ଜାତୀୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସୂଚନା ଅନୁସାରେ ଅନୁଗୁଳ କ୍ରିକେଟ ସଂଘର ୨୫ ବର୍ଷ ପୂର୍ତ୍ତି ହେବାକୁ ଯାଉଛି । ଏହି ଅବସରରେ ଆସନ୍ତା ୨୧ ତାରିଖ ଦିନ ୧୦ : ୩୦ ରୁ ଏକ ୨୦ – ୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ହୋଇ ୨୫ ତାରିଖରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ । ଏହି ମହାମୁକବିଲାରେ ଓଡିଶା ପୋଷ୍ଟଲ , ସୋଲାର କ୍ରିକେଟ କ୍ଲବ , ୟୁନିୟନ ସ୍ମୋଚିଂ , ଜାମସେଦପୁର , ଅନୁଗୁଳ , କୋଲକାତା ରେଳବାଇ , ରାଇଜିଙ୍ଗ ଷ୍ଟୁଡେଣ୍ଟ , ଭିଲାଇ ଆଦି ଦଳ ଭାଗ ନେବାକୁ ସ୍ବୀକୃତି ଦେଇଛନ୍ତି । ସୋମବାର ସଂଘ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଥିନେଇ ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ସଙ୍ଘ ସଭାପତି ପ୍ରତାପ ପ୍ରଧାନ କହିଛନ୍ତି ସଂଘର ୨୫ ବର୍ଷ ପୁର୍ତ୍ତି ଅବସରରେ ଜିଲ୍ଲାର ବିଭିନ୍ନ କ୍ରିକେଟ ଦଳକୁ କ୍ରିକେଟ କୀଟ ବଣ୍ଟନ କରାଯିବ । ମୁଖ୍ୟତଃ ଜିଲ୍ଲାରେ ଡ୍ୟୁଜ ବଲ ଖେଳିବାକୁ ପ୍ରୋତ୍ସାହନ ଦେବାକୁ ଏଭଳି ଉଦ୍ୟମ କରାଯିବ । ଜୁନିଅର ପିଲାମାନଙ୍କୁ ତାଲିମ ଦେବାର ବ୍ୟବସ୍ଥା କରାଯାଇଛି । ସମାରୋହ ଅବସରରେ ସଂଘର ପୁରୁଣା ପ୍ରତିଷ୍ଠିତ ଖେଳାଳୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ତେବେ ଏହି ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ଭାରତୀୟ ଦଳର ପୂର୍ବତନ କ୍ରିକେଟ ଗୌତମ ଗମ୍ଭୀର , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଦି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ସାଗର ମିଶ୍ର , ଉପସଭାପତି ପ୍ରଭାତ ସିହ୍ନା , ଅରୁଣ କୁମାର ପୁଷ୍ପାଳକ , ଯୁଗ୍ମ ସମ୍ପାଦକ ଗଙ୍ଗାଧର ପଟ୍ଟନାୟକ ତଥା ବରିଷ୍ଠ ସଦସ୍ୟ , ଶିବ ପ୍ରସାଦ ରାଉତ , ମାୟାଧର ମିଶ୍ର , ବିରେନ ସାମଲ , ଶେଖ ରଫିକ ପ୍ରମୁଖ ଉପସ୍ଥିତ ଥିଲେ । Advertisement
ଉପଖଣ୍ଡ କ୍ରୀଡ଼ା ସଂସଦ ପୁନର୍ଗଠନ ନେଇ ବୈଠକ – ନୂତନ କୋଠା ନିର୍ମାଣ ସହ କ୍ରୀଡ଼ା ସଂସଦକୁ ସକ୍ରିୟ କରିବା ଉପରେ ଗୁରୁତ୍ୱ ଅନୁଗୋଳ – ଅନୁଗୋଳ ଉପଖଣ୍ଡ କ୍ରୀଡ଼ା ସଂସଦର ପୁନର୍ଗଠନ ନେଇ ଗୁରୁବାର ପୂର୍ବାହ୍ନରେ ଅନୁଗୋଳ ସର୍କିଟ୍ ହାଉସ୍ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଅନୁଗୋଳ ବିଧାୟକ ପ୍ରତାପ…
ଜିଲା ପ୍ରଶାସନ ଓ ସାମ୍ବାଦିକ କ୍ରିକେଟ ମ୍ୟାଚ – ପ୍ରଶାସନ ଦଳ ବିଜୟୀ ଅନୁଗୁଳ – ଶନିବାର ଅନୁଗୁଳ ସାମ୍ବାଦିକ ଏକାଦଶ ଓ ଜିଲା ପ୍ରଶାସନ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ବନ୍ଧୁତ୍ୱ…
ମନସୁନ୍ କ୍ରିକେଟ୍ ପ୍ରତିଯୋଗିତା ଉଦ୍ଘାଟିତ ଅନୁଗୁଳ – ସ୍ଥାନୀୟ ମା’ ବାସନ୍ତୀ ଦୁର୍ଗାପୂଜା ପଡ଼ିଆରେ ଆଜି ଉଦ୍ଘାଟିତ ହୋଇଛି ମନ୍ସୁନ କ୍ରିକେଟ୍ ପ୍ରତିଯୋଗିତା । ଏମ୍ବିସିସି ପକ୍ଷରୁ ଆୟୋଜିତ ଏହି ଦୁଇ ଦିନିଆ…