ଅନୁଗୁଳ – ଉତ୍କଟ ଶବ୍ଦ କରୁଥିବା ମୋଟରସାଇକେଲ ଚାଳକଙ୍କ ଉପରେ ପୁଲିସର କଠୋର କାର୍ଯ୍ୟାନୁଷ୍ଠାନ । ପୂର୍ବରୁ ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ଉତ୍କଟ ଶବ୍ଦ କଡୁଥିବା ମୋଟରସାଇକେଲ ଗୁଡିକୁ ଜବତ କରିବା ସହ ସେମାନଙ୍କ ମୋଡିଫାଏଡ଼ ସାଇଲେନ୍ସର ସବୁ ଖୋଲି ଜୋରିମନା କରିଥିଲା । ପରେ ସେହି ସାଇଲେନ୍ସର ଉପରେ ରୋଲର ଚଲା ଯାଇଥିଲା ।
ଅନୁଗୁଳ ଟାଉନ ଥାନାରେ ମଧ୍ୟ ଆଜି ସମାନ ଢଙ୍ଗରେ ସାଇଲେନ୍ସର ଉପରେ ରୋଲର ଚଲାଇଛି ପୁଲିସ । ସୂଚନା ଅନୁସାରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକ ମାନଙ୍କ ଉପରେ ବେଶ ନଜର ରଖିଛି ପୁଲିସ । ଗତ ୧୫ ଦିନ ମଧ୍ୟରେ ଅନୁଗୁଳ ସହରରେ ଟ୍ରାଫିକ ଚେକିଂ ସମୟରେ ୬୮ ଟି ମୋଟରସାଇକେଲ ପୁଲିସ ଜବତ କରିଥିଲା । ଏଜି ୬୮ ଟି ମୋଟରସାଇକେଲର ସାଇଲେନ୍ସର ମୋଡିଫଏଡ଼ କରାଯାଇଥିଲା । ଯାହାକି ସାଧାରଣ ଶବ୍ଦ ଠାରୁ ଅଧିକ ଶବ୍ଦ କରୁଥିଲା । ଏହି ସବୁ ଗାଡିର ଚାଳକଙ୍କୁ ଜୋରିମନା କରିବା ସହ ସେମାନଙ୍କ ସାଇଲେନ୍ସର ଖୋଲି ଦିଆ ଯାଇଥିଲା । ଆଜି ଏହି ୬୮ ଟି ସାଇଲେନ୍ସର ଉପରେ ରୋଲର ଚଳାଇ ନଷ୍ଟ କରି ଡ଼ିଆ ଯାଇଛି । ଆଉ ଆଗକୁ ମଧ୍ୟ ଏଭଳି ଟ୍ରାଫିକ ନିୟମ ଉଲ୍ଲଙ୍ଘନ ଓ ଶବ୍ଦ ପ୍ରଦୂଷଣ କରୁଥିବା ଗାଡି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପକ୍ଷରୁ କୁହା ଯାଇଛି ।
ବାଇଟ – ରମାକାନ୍ତ ମହାଳିକ । ଏସ ଡି ପି ଓ , ଅନୁଗୁଳ ।