ମୁଖ୍ୟ ଖବର ସାତକୋଶିଆରେ ଅଣ୍ଡା ଫୁଟି ବାହାରିଲେ ଘଡିଆଳ ଛୁଆ Angul OnlineMay 25, 2023May 25, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ସାତକୋଶିଆରୁ ପୁଣି ଥରେ ଖୁସି ଖବର ଆସିଛି । ଘଡିଆଳ କୁମ୍ଭୀର ପାଇଁ ସାରା ଦେଶରେ ପରିଚିତ ସାତକୋଶିଆରେ କ୍ରମାଗତ ତୃତୀୟ ବର୍ଷ ପାଇଁ ଘଡ଼ିଆଳ ପ୍ରଜନନ ସଫଳ ହୋଇଛି । ଗୁରୁବାର ଅଣ୍ଡା ଫୁଟି ଘଡ଼ିଆଳ କୁମ୍ଭୀର ବାହାରିଛନ୍ତି । ମା ‘ କୁମ୍ଭୀର ସହ ଛୁଆ ଗୁଡିକ ଖେଳୁଥିବାର ଫଟୋ ବନ ବିଭାଗର କ୍ୟାମେରାରେ କଏଦ କରିଛି । ସାତକୋଶିଆ ଗଣ୍ଡର ବଳଦମରା ନିକଟରେ ୩୦ ରୁ ୩୫ ଘଡ଼ିଆଳ ଛୁଆ ବାହାରିଥିବା ସାତକୋଶିଆ ଡିଏଫଓ ସରୋଜ କୁମାର ପଣ୍ଡା ସୂଚନା ଦେଇଛନ୍ତି । ପ୍ରକାଶ ଯେ ବିଲୁପ୍ତପ୍ରାୟ ଘଡ଼ିଆଳ କୁମ୍ଭୀର ୨୦୨୧ ମସିହାରୁ ସଫଳତାର ସହ ଅଣ୍ଡା ଫୁଟେଇ ଆସୁଛି । ଦୀର୍ଘ ୪୦ବର୍ଷ ପରେ ପ୍ରଥମେ ୨୦୨୧ ମସିହାରେ ୩୮ ଛୁଆ ଦେଇଥିଲା । ଗତ ବର୍ଷ ବି ୨୮ ଅଣ୍ଡା ଫୁଟିଥିଲା । Advertisement
ଅଜଣା ଗାଡି ଧକ୍କାରେ ମୋଟରସାଇକେଲ ଆରୋହୀ ମୃତ କଣିହାଁ- ଅନୁଗୁଳ ଜିଲ୍ଲା ସମଲ ଥାନା ପୁରୁଣାବଲାଙ୍ଗି ଗାଁ ନିକଟସ୍ଥ ବଲାଙ୍ଗି- ସମଲ ରାସ୍ତାରେ ଭୋର ସମୟରେ ମୋଟରସାଇକେଲରେ ଯାଉଥିବା ଦୁଇଜଣକୁ କୌଣସି ଅଜଣା ଗାଡି ଧକ୍କା…
ନିଆରା ଢଙ୍ଗରେ ଅଲମ୍ପିକ୍ସ ଶୁଭେଚ୍ଛା ଅନୁଗୁଳ – ଜାପାନର ଟୋକିଓରେ ଆଜି(ଶୁକ୍ରବାର) ଠାରୁ ଅଲମ୍ପିକ ମ୍ୟାଚ୍ ଆରମ୍ଭ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଭାରତରୁ ମଧ୍ୟ ବିଭିନ୍ନ…
ବଦଳିଲେ ୮ ଥାନା ଅଧିକାରୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସ ଈନ୍ସପେକ୍ଟର ସ୍ତରରେ ବ୍ଯାପକ ଅଦଳବଦଳ ହୋଇଛି । ଅନୁଗୁଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କ ନିର୍ଦେଶକ୍ରମେ…