ରାଜନୀତି ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା Angul OnlineMarch 30, 2024March 30, 2024 ଅନୁଗୁଳ – ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରାର୍ଥୀ ତାଲିକା ଘୋଷଣା କରା ଯାଇଛି । ଦଳ ପକ୍ଷରୁ ଦେଶର ୧୫୧ ଟି ଲୋକସଭାରେ ଏଥର ପ୍ରାର୍ଥୀ ଦିଆଯାଇଛି । ଏହା ସହ ଓଡ଼ିଶାର ୧୬ ଟି ଲୋକସଭା ଓ ୨୮ ଟି ବିଧାନସଭା ପାଇଁ ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି କ୍ରମରେ ଢେଙ୍କାନାଳ ଲୋକସଭା ପାଇଁ ମାନସୀ ସ୍ଵାଇଁ ଏବଂ ସମ୍ବଲପୁର ଲୋକସଭା ପାଇଁ ନବିକଶୋର ପ୍ରଧାନ ପ୍ରାର୍ଥୀ ହେବେ । ସେହିଭଳି ଅନୁଗୁଳ ବିଧାନସଭା ପାଇଁ ମନ୍ଦୋଦରୀ ରାଉଳ, ଛେଣ୍ଡିପଦା ବିଧାନସଭା ପାଇଁ ଭରତ ନାଏକ ତାଳଚେର ବିଧାନସଭା ପାଇଁ ପ୍ରହଲ୍ଲାଦ ଚନ୍ଦ୍ର ସାହୁ, ଆଠମଲ୍ଲିକ ବିଧାନସଭା ପାଇଁ ରମଣୀରଞ୍ଜ ପ୍ରଧାନ, ପାଲଲହଡା ବିଧାନସଭା ପାଇଁ ପରମାନନ୍ଦ ସାହୁ ପ୍ରାର୍ଥୀ ଭାବେ ନିର୍ବାଚନରେ ପ୍ରତିଦ୍ଵନ୍ଦିତା କରିବେ ବୋଲି ସୂଚନା ଦିଆ ଯାଇଛି । ଲୋକ ମାନଙ୍କ ସାଧାରଣ ମୌଳିକ ସମସ୍ୟା ଓ ଜିଲ୍ଲାରେ ଗଢି ଉଠିଥିବା ଖଣି ଖାଦାନ ପାଇଁ ସୃଷ୍ଟି ହେଉଥିବା ବିସ୍ଥାପନ ଓ କ୍ଷତିଗ୍ରସ୍ତ ସମସ୍ୟା , ଜାତୀୟ ରାଜପଥ ୫୫ ର ଦୁରାବସ୍ଥା ଭଳି ସମସ୍ୟାକୁ ନେଇ ନିର୍ବାଚନ ଲଢ଼ିବ ବୋଲି ଦଳ କହିଛି । Advertisement
କେନ୍ଦ୍ରମନ୍ତ୍ରୀଙ୍କ ମାଟିରେ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କଲେ ୫ଟି ଅଧ୍ଯକ୍ଷ ଅନୁଗୁଳ – ପୁଣି ନାଁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କଲେ ୫ଟି ଅଧ୍ଯକ୍ଷ ଭିକେ ପାଣ୍ଡିଆନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଜ ଜିଲ୍ଲାରେ…
ଅନୁଗୁଳ ବିଇଡ଼ି କଲେଜ ଜାତୀୟ ସ୍ତରର ହେବ – କେନ୍ଦ୍ରମନ୍ତ୍ରୀ ଅନୁଗୁଳ – କେନ୍ଦ୍ର ଶିକ୍ଷା ,ଦକ୍ଷତା ବିକାଶ ଓ ଉଦ୍ୟମତା ମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ପାଇଁ…
ବିଜେଡିରେ ବିଧିବିଧ ଭାବେ ସାମିଲ ହେଲେ ଡାକ୍ତର ପ୍ରତାପ ପାଣି ଅନୁଗୁଳ – (ଅନୁଗୁଳ ଅନଲାଇନ୍) – ଆଜି ଭୁବନେଶ୍ୱର ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ମିଶ୍ରଣ ପର୍ବରେ ବିଜେଡିରେ ସାମିଲ…