ରାଜନୀତି ମୁକ୍ତା ଯୋଜନାର ସଫଳତା – ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା Angul OnlineNovember 18, 2021November 19, 2021 ଅନୁଗୁଳ – ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅନୁଗୁଳ ଜିଲ୍ଲା ଗସ୍ତ ପୂର୍ବରୁ ଗୁରୁବାର ଜିଲ୍ଲା ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଗସ୍ତକୁ ସ୍ୱାଗତ କରାଯିବା ସହ କୃତଜ୍ଞତା ଜ୍ଞାପନ କରାଯାଇଛି । ଗତ ସପ୍ତାହରେ ଏକ ଭିଡିଓ କନଫରେନ୍ସ ଜରିଆରେ ୫ଟି ସେକ୍ରେଟାରୀ ସହ ହୋଇଥିବା ବୈଠକରେ ପୌରାଞ୍ଚଳରେ ଅନେକ ଗୁଡିଏ ପ୍ରକଳ୍ପ ଯୋଜନା ଅନୁମୋଦନ କରିବାକୁ ଅନୁରୋଧ କରିଥିଲେ । ଅନୁଗୁଳ ବିଧାୟକ ତଥା ଉପ-ବାଚସ୍ପତି ରଜନୀକାନ୍ତ ସିଂହ ଯେତେ ଶୀଘ୍ର କାମ ଅନୁମୋଦନ କରିବାକୁ ଅନୁରୋଧ କରିଥିଲେ । ଆଉ ଏହି ଅନୁରୋଧ ରକ୍ଷା କରି ମୁଖ୍ୟମନ୍ତ୍ରୀ ମୁକ୍ତା ଯୋଜନାରେ ଅନୁଗୁଳ ପୌରାଞ୍ଚଳରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଓ ଉନ୍ନତି ପାଇଁ ୬ କୋଟି ୮୦ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଯେଉଁଥିରେ ଏସଏସଜି ଓ ଜବ କାର୍ଡ ହୋଲଡରଙ୍କ ଦ୍ଵାରା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଯିବ । ଯାହାଦ୍ୱାରା କୋଭିଡ କଟକଣା ସମୟରେ ଗରିବ ଲୋକମାନେ କାମ ନ ପାଇ ଯେଉଁ ହଇରାଣ ହରକତ ହୋଇଛନ୍ତି ସେମାନେ ଏହାଦ୍ବାରା କିଛି ଲାଭ ପାଇ ପାରିବେ । ତେବେ ଏତେ ଶୀଘ୍ର ଆଉ ଏହି ପ୍ରକଳ୍ପ ଗୁଡିକୁ ଅନୁମୋଦନ କରା ଯାଇଥିବାରୁ ଜିଲ୍ଲା ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକଙ୍କ ପ୍ରତିନିଧି ଅରୁଣାଭ ସିଂହ ସୂଚନା ଦେଇଥିଲେ ଯେ, ପୌରାଞ୍ଚଳରେ ମୋଟ ୧୦୦ଟି ପ୍ରକଳ୍ପ ପାଇଁ ଏହି ଅର୍ଥରାଶି ଖର୍ଚ୍ଚ ହେବ । ଏଥିରେ ଓପନ ଜିମ, ପାର୍କର ଉନ୍ନତି କରଣ, ଭେଣ୍ଡିଙ୍ଗ ଜୋନ ଆଦି କରାଯିବ ବୋଲି କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେଡିର ନଗର ସଭାପତି ବୃନ୍ଦାବନ ସ୍ୱାଇଁ, ରାଜ୍ୟ ଯୁବ ବିଜେଡି ଉପସଭାପତି ସୁଜିତ ଦ୍ବିବେଦୀ, ଅଜିତ ଦ୍ଵିବେଦୀ , ବିଶ୍ୱରଞ୍ଜନ ସାହୁ, ମହିଳା ସଭା ନେତ୍ରୀ ମାଳିନୀ ସର, ଛାତ୍ରନେତା ଦେବକାନ୍ତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । Advertisement
ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଗୁଳ – ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଛି…
ଅନୁଗୁଳରେ ବବିଙ୍କ ପ୍ରଚାର ଆରମ୍ଭ – ମା’ଙ୍କ ନେଲେ ଆଶିଷ ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ଅଧିଷ୍ଠାତ୍ରୀ ଦେବୀ ମାହେଶ୍ବରୀଙ୍କ ଦର୍ଶନ ସହ ଅନୁଗୁଳ ଜିଲ୍ଲାରେ ପ୍ରଚାର ଆରମ୍ଭ କରିଛନ୍ତି ବିଜେଡିର ସମ୍ବଲପୁର ସାଂସଦ ପ୍ରାର୍ଥୀ ପ୍ରଣବ…
ଅନୁଗୁଳରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ – ମାଳତି ଆଶ୍ରମ ବୁଲିଲେ , ଗରିବ ଘରେ ଖାଇଲେ ଅନୁଗୁଳ – ଭାରତ ସ୍ୱାଧୀନତାର ୭୫ ବର୍ଷରେ ଆଜାଦି କି ଅମୃତ ମହୋତ୍ସବ ପାଳନ ଅବସରରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଦୁଇ ଦିନିଆ ଅନୁଗୁଳ…