ମୁଖ୍ୟ ଖବର ଜୀବନସାଥୀ ଖୋଜି ଦେବାକୁ ଜିଲ୍ଲାପାଳଙ୍କୁ ଆବେଦନ Angul OnlineAugust 7, 2023August 7, 2023 ଅନୁଗୋଳ – ଜୀବନସାଥୀ ଖୋଜି ଦେବାକୁ ଜିଲ୍ଲାପାଳଙ୍କୁ ଆବେଦନ । ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବେଳେ ଏଭଳି ଆବେଦନ କରିଛନ୍ତି ଜଣେ ଦିବ୍ୟଙ୍ଗ ଯୁବକ । ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ ଠାରେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଥିଲା । ଏହି ଅଭିଯୋଗ ଶୁଣାଣି ବେଳେ ନୂଆଁପଡା ଗାଁର ମୁରଲୀଧର ମହାପାତ୍ରଙ୍କ ସାନ ପୁଅ ସଞ୍ଜୀବ ମହାପାତ୍ର ନିଜ ଅଭିଯୋଗ ନେଇ ଆସିଥିଲେ । ତେବେ ସେ ଜିଲ୍ଲାପାଳଙ୍କୁ ଏକ ଅଜବ ଅଭିଯୋଗ କରିଥିଲେ । ସେ ତାଙ୍କ ଦରଖାସ୍ତରେ ନିଜେ ଭିନ୍ନକ୍ଷମ ହୋଇଥିବା ବେଳେ ବାପା – ମା ବୃଦ୍ଧ ହୋଇ ଯାଇଛନ୍ତି ଏବଂ ବଡ ଭାଇ ଅଲଗା ରହୁଥିବାରୁ ତାଙ୍କ ଚଳଣିରେ ଅସୁବିଧା ହେଉଛି ବୋଲି ଜଣାଇଥିଲେ । ଏଥିପାଇଁ ତାଙ୍କର ଜୀବନସାଥି ନିହାତୀ ଆବଶ୍ୟକ ବୋଲି ଗୁହାରି କରିଥିଲେ । ତେବେ ସେ ଭିନ୍ନକ୍ଷମ ଯୋଗୁଁ ତାଙ୍କୁ କେହି ଝିଅ ଦେଉ ନାହାନ୍ତି , ଏଣୁ ସେ ଜିଲ୍ଲାପାଳଙ୍କୁ ଜୀବନସାଥୀ ଯୋଗାଡି ଦେଲେ ସେ ଉପକୃତ ହେବେ ବୋଲି ନିବେଦନ କରିଛନ୍ତି । ଏହି ଘଟଣା ଆଜି ସବୁଠି ଚର୍ଚ୍ଚା ର ବିଷୟ ପାଲଟିଛି । Advertisement
ବଢିଲେ କୁମ୍ଭୀର , କମିଲେ ପକ୍ଷୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଗଣ୍ଡରେ ପକ୍ଷୀ ଓ କୁମ୍ଭୀର ଗଣନା ଶେଷ ହୋଇଛି । ଚଳିତ ବର୍ଷ ଗଣ୍ଡରେ ଉଭୟ ମଗର ଓ ଘଡିଆଳ…
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା – ଶବକୁ ଝଡାଫୁଙ୍କା କଲା ଗୁଣିଆ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଶବକୁ ଝଡାଫୁଙ୍କା କଲା ଗୁଣିଆ । ସାପ କାମୁଡିଥିବା ଜଣେ ମହିଳାଙ୍କ ମୃତ୍ୟୁ ହେବା ପରେ ଗୁଣିଆ…
ପୋଖରୀରେ ବୁଡି ଦୁଇ ନାବାଳିକା ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା କୁରୁମଛକ ଠାରେ ଏକ ଅଭାବନୀୟ ଘଟଣା ଘଟିଛି । କୁରୁମଛକ ନିକଟସ୍ଥ ଏକ ପୋଖରୀରେ ବୁଡି ଗାଁର ଦୁଇ…