ମୁଖ୍ୟ ଖବର ସାବତ ମା ପ୍ରରୋଚନାରେ ନାବାଳକକୁ ଚେଙ୍କ ଦେଲା ବାପା Angul OnlineAugust 12, 2023August 12, 2023 ଅନୁଗୁଳ – ସ୍କୁଲ ଗଲା ନାହିଁ ବୋଲି ନାବାଳକକୁ ଚେଙ୍କ । ପୁଣି ସାବତ ମା ପ୍ରବଚନାରେ ପଡି ବାପା ଦେଲା ଚେଙ୍କ । ଏଭଳି ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଅନ୍ତର୍ଗତ ହଟିଆନାଳି ଗାଁରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ୧୨ ବର୍ଷର ନାବାଳକକୁ ସାବତ ମା ସ୍କୁଲ ଯିବାକୁ ମନା କରିଥିଲା । ସେଥିପାଇଁ ନାବାଳକ ଜଣଙ୍କ ସ୍କୁଲ ଯାଇ ନଥିଲା । ତେବେ ପୂର୍ବରୁ ପୁଅକୁ ବାପ ଓ ସାବତ ମା ବାରମ୍ବାର ମାଡ ଗାଳି ସହ ମାନସିକ ଚାପ ଦେଉଥିଲେ । ହେଲେ ସ୍କୁଲ ନ ଯିବା କାରଣରୁ ନିର୍ଯାତନା ଚରମ ସୀମାରେ ପହଞ୍ଚିଛି । ବାପା ସୁବାସ ପ୍ରଧାନ ପୁଅକୁ ମାଡ ମାରିବା ସହ ୨ ଗୋଡ ୨ ହାତରେ ଲୁହା ରଡରେ ଚେଙ୍କ ଦେଇଛନ୍ତି । ଆଉ ଏଥିପାଇଁ ସାବତ ମା ପ୍ରବର୍ତ୍ତାଇଥିବା ଅଭିଯୋଗ ହୋଇଛି । ଗତ କିଛିଦିନ ତଳେ ଏହି ଘଟଣା ଘାଇଥିବା ବେଳେ ନାବାଳକ ଜଣଙ୍କ ଏହି ଚେଙ୍କ ପାଇଁ ଗୁରୁତର ହୋଇ ପଡ଼ିଥିଲା । ସ୍ଥାନୀୟ ଲୋକ ଏ କଥା ଜାଣିପାରି ଚାଇଲଡ଼ ଲାଇନକୁ ଯୋଗାଯୋଗ କରିଥିଲେ । ଆଜି ପୁଲିସ ଉପସ୍ଥିତିରେ ନାବାଳକକୁ ଉଦ୍ଧାର କରାଯିବା ସହ ବାପ ଓ ସାବତ ମାକୁ ଅଟକ ରଖି ପଚରାଉଚରା କରା ଯାଉଛି । Advertisement
ପୁଣି ଅଲୋଡା ହେଲା ଶିଶୁକନ୍ୟା ବନ୍ତଳା – ଅନୁଗୁଳ ଜିଲ୍ଲାରେ ପୁଣି ଶିଶୁକନ୍ୟା ଅଲୋଡ଼ା ହୋଇଛି । ଜନ୍ମ ପରେ ରାସ୍ତା କଡକୁ ଫିଙ୍ଗିଦେଇ ମା ଚାଲି ଯାଇଛି । ଏଭଳି ଏଭଳି…
କୂଅ ଭିତରେ ପଡିଲା ହାତୀ – ୮ ଘଣ୍ଟା ପରେ ହେଲା ଉଦ୍ଧାର ଅନୁଗୁଳ – ଅନୁଗୁଳ ବ୍ଲକ ଶରଧାପୁର ପଞ୍ଚାୟତ ବାଲିଜେରେଙ୍ଗ ଗାଁ ର ଏକ କୂଅରେ ଏକ ମାଈ ହାତୀ ରାତି ପ୍ରାୟ ୨ଟା ବେଳେ ପଡିଥିବା ୮…
ମୋଟରସାଇକେଲ ଦୁର୍ଘଟଣାରେ ୨ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲାର ଦୁଇଟ ସ୍ଥାନରେ ଦୁର୍ଘଟଣା ଘଟି ଦୁଇ ଜଣଙ୍କ ଜୀବନ ଯାଇଛି । ଜରପଡା ଥାନା ଓଗୀ-ଅନ୍ତୁଳିଆ ପୂର୍ତ୍ତ ବିଭାଗ ରାସ୍ତାର ଓଗୀ…