ମୁଖ୍ୟ ଖବର ବେଆଇନ ଭାବେ ନିର୍ମାଣ ସପିଙ୍ଗ ମଲକୁ ସିଲ କଲା ପ୍ରଶାସନ Angul OnlineAugust 22, 2022August 22, 2022 ଅନୁଗୁଳ – ଅନୁଗୁଳ ଶଙ୍କର ସିନେମା ରୋଡରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଏକ ସପିଙ୍ଗ ମଲକୁ ଆଜି ପ୍ରଶାସନ ପକ୍ଷରୁ ସିଲ କରା ଯାଇଛି । ସୂଚନା ଅନୁସାରେ ଶଙ୍କର ସିନେମା ରୋଡରେ ଜିଏସ ସେଣ୍ଟର ନାମରେ ସପିଙ୍ଗ ମଲ ନିର୍ମାଣ ହୋଇଥିବା ବେଳେ ଏହା ସଠିକ ନିୟମ ଅନୁସାରେ ନିର୍ମାଣ ହୋଇ ନଥିବା ଅଭିଯୋଗ ହୋଇଥିଲା । ପ୍ରଶାସନ ପକ୍ଷରୁ ଏହାକୁ ଯେଉଁ ଉଦ୍ୟେଶରେ ଅନୁମତି ଦିଆ ଯାଇଥିଲା ତାହ ନ କରି ମଲ ନିର୍ମାଣ କରା ଯାଇଥିଲା । ଏହା ସହ ନବ ନିର୍ମାଣ କୋଠାର ଉପର ମହଲା ବିନା ଅନୁମତିରେ ମଧ୍ୟ ନିର୍ମାଣ କରା ଯାଇଥିଲା । କୋଠା ମାଲିକ ପୌରପାଳିକାକୁ ହୋଲଡିଙ୍ଗ ଟାକ୍ସ ମଧ୍ୟ ଦେଇ ନଥିବା ଜଣା ପଡିଛି । ଏହା ସହ ଏତେ ବଡ ମଲ ନିର୍ମାଣ କରା ଯାଇଥିଲେ ମଧ୍ୟ ପାର୍କିଂ ବ୍ୟବସ୍ଥା ନଥିଲା । ଏଥିପାଇଁ କୋଠା ଏବଂ ମଲ ମାଲିକଙ୍କୁ ପ୍ରଶାସନ ପକ୍ଷରୁ ପୂର୍ବରୁ ନୋଟିସ ହୋଇ ଥିଲେ ମଧ୍ୟ ସେ ଧରା ଦେଇ ନଥିଲେ । ଏଥିପାଇଁ ଆଜି ଟାମଡା ଓ ପୌରପାଳିକା ପକ୍ଷରୁ ମଲରେ ଚଢାଉ କରାଯାଇ ପ୍ରଥମେ ଡାକବାଜି ଯନ୍ତ୍ର ଯୋଗେ ମଲକୁ ଖାଲି କରା ଯାଇଥିଲା । ପରେ ପୌରପାଳିକା ଏହି ମଲକୁ ସିଲ କରିଥିଲା । Advertisement
ପାଣିରେ ଦୁଇ କିଲୋମିଟର ଭାସିଗଲେ ଯୁବକ – ଉଦ୍ଧାର କଲେ ଗ୍ରାମବାସୀ ଅନୁଗୁଳ – ଲିଙ୍ଗରା ନାଳ ବଢ଼ି ପାଣିରେ ଭାସି ଯାଇଥିଲେ ଯୁବକ।ଉଦ୍ଧାର କଲେ ଗ୍ରାମବାସୀ । ଅନୁଗୁଳ ସହର ଦେଇ ଯାଇଥିବା ଲିଙ୍ଗରା ନାଳରେ , ଡେରଜାଙ୍ଗ…
ପ୍ରେମିକା ଘରେ ନିଜ ହାତ କାଟିଲା ପ୍ରେମିକ – ଚିକିତ୍ସାଧିନ ଅବସ୍ଥାରେ ମୃତ ଅନୁଗୁଳ – ପ୍ରେମିକାକୁ ପାଇବା ପାଇଁ ପ୍ରେମିକା ଘରକୁ ଗଲା ପ୍ରେମିକ , ହେଲେ ପ୍ରେମିକାଙ୍କ ପରିବାର ପକ୍ଷରୁ ସୀକୃତି ନ ମିଳିବାରୁ ଧାରୁଆ ଅସ୍ତ୍ରରେ ନିଜ…
ନାବଳିକାକୁ ଦୁଷ୍କର୍ମ ମାମଲାରେ ସୁବୁକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବହୁ ଚର୍ଚ୍ଚିତ ବସଷ୍ଟାଣ୍ଡ ନିକଟରେ ଘଟିଥିବା ନାବାଳିଆ ଦୁଷ୍କର୍ମ ମାମଲାରେ ଶୁଭ୍ରାଂଶୁ ପଟ୍ଟନାୟକ ( ସୁବୁ)କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ମାନ୍ୟବର…