ମୁଖ୍ୟ ଖବର ଖାଦ୍ୟ ମାନ ଜାଞ୍ଚ କଲେ – ଅଖାଦ୍ୟ ଫୋପାଡି ଦେଲେ Angul OnlineAugust 22, 2022August 22, 2022 ଅନୁଗୁଳ – ଅନୁଗୁଳ ବସଷ୍ଟାଣ୍ଡ ଅଞ୍ଚଳରେ ଆଜି ଅନୁଗୁଳ ଜିଲ୍ଳା ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଭନ୍ନ ଜଳଖିଆ ଦୋକାନ , ମିଠା ଦୋକାନ ଆଦିରେ ଚଢାଉ କରା ଯାଇଥିଲା । ଚଢାଉ ବେଳେ ଖାଦ୍ୟର ମାନ ଜାଞ୍ଚ କରିବା ସହ ଫୁଡ ଲାଇସେନ୍ସ ଜାଞ୍ଚ କରା ଯାଇଥିଲା । ଅନେକ ଦୋକାନରେ ଅସ୍ଵାସ୍ଥ୍ୟକର ପରିବେଶରେ ଖାଦ୍ୟ ତିଆରି ଏବଂ ବିକ୍ରି କରା ଯାଉଥିବା ଦେଖିବାକୁ ମିଳିଥିଲା । କିଛି ସ୍ଥାନରେ ଅସ୍ଵାସ୍ଥ୍ୟକର ଖାଦ୍ୟ ବିକ୍ରି ହେଉଥିବା ଯୋଗୁଁ ବିଭାଗ ପକ୍ଷରୁ ସେଗୁଡିକୁ ଫୋପାଡି ନଷ୍ଟ କରି ଦିଆ ଯାଇଥିଲା । ଏହା ସହ ସେମାନଙ୍କୁ ଭବିଷ୍ୟତରେ ଏଭଳି ଅସ୍ଵାସ୍ଥ୍ୟକର ପରିବେଶରେ ଏବଂ ଅଖାଦ୍ୟ ବିକ୍ରି ନ କରିବାକୁ ତାଗିଦ କରା ଯାଇଛି । ଜିଲ୍ଳା ଅତିରିକ୍ତ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା ଧନଞ୍ଜୟ ବେହେରାଙ୍କ ନିର୍ଦେଶରେ ଅନୁଗୁଳ ଖାଦ୍ୟ ନିରାପତ୍ତା ଅଧିକାରୀ ହରପ୍ରିୟା ବେହେରା , ତାଳଚେର ଖାଦ୍ୟ ନିରାପତ୍ତା ଅଧିକାରୀ ସୁମିତ ସୌରଭ ପରିଡା ଓ ନୀଳାମ୍ବର ପ୍ରଧାନ ଏହି ଚଢାଉ କରିଥିଲେ । Advertisement
ମତ୍ସ ବିଭାଗ ଅଧିକାରୀଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଅନୁଗୋଳ – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ମତ୍ସ ବିଭାଗ ନାମରେ ଏକ ସାଙ୍ଘାତିକ ହୋଇଛି । ଅନୁଗୋଳ ସହରର ଜଣେ ଦୋକାନୀ ତାଙ୍କ ଦୋକାନ ନାମକୁ ଏବଂ…
ମାତୃ ଦିବସରେ ମା’ର ଅମାନୁଷିକତା – ବୁଦା ମୂଳରୁ ନବଜାତକ ଶିଶୁକନ୍ୟା ଉଦ୍ଧାର ଅନୁଗୁଳ – ଆଜି ବିଶ୍ଵ ମାତୃ ଦିବସ । ହେଲେ ଏହି ମାତୃ ଦିବସରେ ଜଣେ ମା‘ ତାର ନବଜାତ ଶିଶୁ କନ୍ୟାକୁ ଫୋପାଡି ଦେଇ ଚାଲିଯିବା…
ପୁଲିସକୁ ‘ମାନହାନୀ’ ମକଦ୍ଦମା ଧମକ ଦେଲେ ସୁଶୀଲ ଅନୁଗୁଳ – ଅନୁଗୁଳର ବ୍ୟବସାୟୀ ସୁଶୀଲ ଅଗ୍ରୱାଲଙ୍କ ନାଁରେ ସୁଧ କାରବାର ଅଭିଯୋଗ ଆସିବା ପରେ ଅନୁଗୁଳ ସଦର ଥାନା ପୁଲିସ ତାଙ୍କୁ କୋର୍ଟ ଚାଲାଣ କରିବା…