ଅପରାଧ ଡ୍ୟୁଟି ଯାଉଥିବା ବେଳେ ଭୁଜାଲିରେ ଆକ୍ରମଣ – ଦୁଇ ଆହତ Angul OnlineMarch 15, 2023March 15, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ନିଶାସ୍ଥିତ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ପ୍ଲାଣ୍ଟଙ୍କୁ ଡ୍ୟୁଟି କରିବାକୁ ଯାଉଥିବା ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଦୁଇଜଣ ଯୁବକ ଆହତ ହୋଇଛନ୍ତି । ଗୁରୁତର ଦୁଇଜଣ ଯୁବକ ବୁଲୁ ସାହୁ, ମାନସ ସାହୁ ବୋଲି ଜଣାପଡିଛି । ସେମାନେ ଆଜି ସନ୍ଧ୍ୟାରେ ବେଳେ ଜାମୁଣ୍ଡା ଗାଁ ନିକଟ ଫେଜ ୨ ଆସପଣ୍ଡ ଅଞ୍ଚଳକୁ ଡ୍ୟୁଟି କରିବାକୁ ଯାଉଥିଲେ । ହଠାତ ଜାମୁଣ୍ଡା ନିକଟରେ କିଛି ଦୁର୍ବୃତ୍ତ ସେମାନଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ । ଅଞ୍ଚଳ ଘଟଣା ସ୍ଥଳରେ ପୋଲିସ ତଦନ୍ତ କରୁଛି । ଫଳରେ ଉଭୟ ଗୁରୁତର ହୋଇ ପଡି ଯାଇଥିବା ବେଳେ ଆକ୍ରମଣକାରୀ ମାନେ ଫେରାର ହୋଇ ଯାଇଥିଲେ । ଖବର ପାଇ ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ତେବେ କିଏ ଓ କାହିଁକି ଏଭଳି ଆକ୍ରମଣ କରିଛି ସେ ନେଇ ତଦନ୍ତ କରାଯାଉଛି ବୋଲି ପୁଲିସ କହିଛି । Advertisement
କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ଅନ୍ତର୍ଗତ ବିଦ୍ୟୁତ ବିଭାଗ କ୍ୱାର୍ଟର ଲାଇନ ଅଞ୍ଚଳରେ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି ।…
ନାଳରେ ଭାସୁଛି ନବଜାତକର ମୃତଦେହ ଛେଣ୍ଡିପଦା – ନାଳରେ ଭାସୁଛି ନବଜାତକର ମୃତଦେହ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡିଆ ଗ୍ରାମ ନିକଟ ଦେଇ ବହି ଯାଇଥିବା ବଡଯୋରା ନାଳରେ ଏକ…
ଏଟିମ ଭାଙ୍ଗି ଟଙ୍କା ଲୁଟ ଉଦ୍ୟମ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲାକୁ ପୁଣି ଥରେ ଏଟିଏମ ଲୁଟେରାଙ୍କ ଲୋଲୁପ ଦୃଷ୍ଟି ପଡିଛି । ଗତ ଦୁଇ ବର୍ଷ ତଳେ ବାରମ୍ବାର ଏଟିଏମ ଭାଙ୍ଗି ଲୁଟ…