ଅପରାଧମୁଖ୍ୟ ଖବର ଗଞ୍ଜେଇ ସହ ଧରା ପଡିଲେ ବ୍ୟାଙ୍କ କ୍ୟାସିୟର – ୧୬୫ କେଜି ଗଞ୍ଜେଇ ଜବତ Angul OnlineMarch 22, 2022March 22, 2022 adv ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ବଙ୍କାପଲସା ଗ୍ରାମ ରାସ୍ତା ନିକଟରେ ରବିବାର ବିଳମ୍ବିତ ରାତିରେ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) ଚଢାଉ କରି ଏକ କାରରେ ଚାଲାଣ ହେଉଥିବା ୧ କୁଇଣ୍ଟାଲ ୬୫ କେଜି ଗଞ୍ଜେଇ ଜବତ କରିଛି । ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ କିଶୋରନଗରସ୍ଥିତ ବଙ୍କାପଳସା ଗ୍ରାମର ସୁଶାନ୍ତ କୁମାର ସାହୁ ଓ ସଞ୍ଜାମୁରା ଗ୍ରାମର ଯୁଗଳ ସାହୁଙ୍କୁ ଗିରଫ କରାଯାଇଛି । ଅନ୍ୟ ୨ ବ୍ୟବସାୟୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣା ପଡିଛି । ସୁଶାନ୍ତ ଏଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ କ୍ଳକ/କ୍ୟାସିୟର ଥିବା ଜଣା ପଡିଛି । ଗଞ୍ଜେଇ ଚାଲାଣ ହେଉଥିବା କାରରୁ ଏକ ଦେଶୀ ବନ୍ଧୁକ ମଧ୍ୟ ଜବତ ହୋଇଛି । ସୂଚନା ଅନୁସାରେ , ସୁଶାନ୍ତ କିଛିବର୍ଷ ହେବ ଗଞ୍ଜେଇ ବ୍ୟବସାୟ କରୁଥିବାବେଳେ ଏକ କାର ଯୋଗେ ସହଯୋଗୀଙ୍କ ସହ ଗଞ୍ଜେଇ ଜିଲ୍ଲା ବାହାରକୁ ଚାଲାଣ କରୁଥିଲେ । Advertisement
ଦୁର୍ଗା ମଣ୍ଡପ ପଛ ପାଖରୁ ବ୍ରାଉନସୁଗାର ଜବତ – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଅମଲାପଡା ଦୁର୍ଗା ପୂଜା ମଣ୍ଡପ ନିକଟରୁ ୧୨ ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ ସହ ପୁଲିସ ଜଣଙ୍କୁ ଗିରଫ…
ନାବାଳିକାକୁ ଅସଦାଚାରଣ ମାମଲାରେ ଅଭିଯୁକ୍ତକୁ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ନାବାଳିକାକୁ ୨୦୨୪ ମସିହାରେ ଅସଦାଚାରଣ ଓ ପରିବାରବର୍ଗଙ୍କୁ ଧମକ ଦେବା ମାମଲାରେ ଯୁବକଙ୍କୁ କାରାଦଣ୍ଡାଦେଶ ।…
୪୯ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରା ପଡିଲେ ଜିଲ୍ଳା ମଙ୍ଗଳ ଅଧିକାରିଣୀ ଅନୁଗୁଳ – ଭିଜିଲାନ୍ସ ଜାଲରେ ଅନୁଗୁଳ ଜିଲ୍ଲା ମଙ୍ଗଳ ଅଧିକାରୀ । ନିଜର ସହାୟିକା ତଥା ରୋଷେୟାଙ୍କ ଠାରୁ ୪୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…