ଅପରାଧମୁଖ୍ୟ ଖବର ଗଞ୍ଜେଇ ସହ ଧରା ପଡିଲେ ବ୍ୟାଙ୍କ କ୍ୟାସିୟର – ୧୬୫ କେଜି ଗଞ୍ଜେଇ ଜବତ Angul OnlineMarch 22, 2022March 22, 2022 adv ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ବଙ୍କାପଲସା ଗ୍ରାମ ରାସ୍ତା ନିକଟରେ ରବିବାର ବିଳମ୍ବିତ ରାତିରେ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) ଚଢାଉ କରି ଏକ କାରରେ ଚାଲାଣ ହେଉଥିବା ୧ କୁଇଣ୍ଟାଲ ୬୫ କେଜି ଗଞ୍ଜେଇ ଜବତ କରିଛି । ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ କିଶୋରନଗରସ୍ଥିତ ବଙ୍କାପଳସା ଗ୍ରାମର ସୁଶାନ୍ତ କୁମାର ସାହୁ ଓ ସଞ୍ଜାମୁରା ଗ୍ରାମର ଯୁଗଳ ସାହୁଙ୍କୁ ଗିରଫ କରାଯାଇଛି । ଅନ୍ୟ ୨ ବ୍ୟବସାୟୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣା ପଡିଛି । ସୁଶାନ୍ତ ଏଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ କ୍ଳକ/କ୍ୟାସିୟର ଥିବା ଜଣା ପଡିଛି । ଗଞ୍ଜେଇ ଚାଲାଣ ହେଉଥିବା କାରରୁ ଏକ ଦେଶୀ ବନ୍ଧୁକ ମଧ୍ୟ ଜବତ ହୋଇଛି । ସୂଚନା ଅନୁସାରେ , ସୁଶାନ୍ତ କିଛିବର୍ଷ ହେବ ଗଞ୍ଜେଇ ବ୍ୟବସାୟ କରୁଥିବାବେଳେ ଏକ କାର ଯୋଗେ ସହଯୋଗୀଙ୍କ ସହ ଗଞ୍ଜେଇ ଜିଲ୍ଲା ବାହାରକୁ ଚାଲାଣ କରୁଥିଲେ । Advertisement
ଅବସରପ୍ରାପ୍ତ ସରକାରୀ ଯନ୍ତ୍ରୀ ସାଇବର ଲୁଟର ଶିକାର ଅନୁଗୋଳ – ଅନୁଗୋଳ ସହରରେ ରହୁଥିବା ଜଣେ ଅବସରପ୍ରାପ୍ତ ସରକାରୀ ଯନ୍ତ୍ରୀ ଓଏଲ୍ଏକ୍ସ ୱେବ୍ସାଇଟ୍ରେ ଘର ଭଡ଼ା ପାଇଁ ବିଜ୍ଞାପନ ଦେଇ ସାଇବର ଲୁଟର ଶିକାର…
ଚୋରା ଦେଶୀ ବନ୍ଧୁକ ସହ ୪ ଗିରଫ ପାଳଲହଡା – ନିଜ ଘରେ ଚୋରା ଦେଶୀ ବନ୍ଧୁକ ରଖିବା ଅପରାଧରେ ୪ ଜଣକୁ ଗିରଫ କରିବା ସହ ପାଲଲହଡା ପିଲିସ ୪ ଟି ଦେଶୀ ବନ୍ଧୁକ…
ହତ୍ୟାକାଣ୍ଡର ୩ ଫେରାର ଅଭିଯୁକ୍ତ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନାରାୟଣଚନ୍ଦ୍ରପୁର ଗାଁରେ ଗତ ୧୧ ତାରିଖରେ ଘଟିଥିବା ଏକ ହତ୍ୟାକାଣ୍ଡର ୩ ଫେରାର ଅଭିଯୁକ୍ତଙ୍କୁ ସୋମବାର…