ଅପରାଧ ଡକାୟତି ମାମଲାରେ ୪ ଗିରଫ – ମୋଟରସାଇକେଲ ଓ ମୋବାଇଲ ଜବତ Angul OnlineAugust 24, 2021August 25, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର ଠାରେ ୨୦୨୦ ମସିହା ଡିସେମ୍ବର ୨୦ ତାରିଖରେ ଜଣେ ବ୍ୟବସାୟୀଙ୍କ ଠାରୁ ଟଙ୍କା ଓ ମୋବାଇଲ ଲୁଟ ହୋଇଥିବା ଘଟଣାର ପର୍ଦାଫାସ କରିଛି ପୁଲିସ । ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୩ ଟି ମୋଟରସାଇକେଲ ଓ ୩ ଟି ମୋବାଇଲ ଓ ଗୋଟିଏ କାତି ଜବତ କରିଛି । ସୂଚନା ଅନୁସାରେ ୨୦୨୦ ମସିହା ଡିସେମ୍ବର ୨୦ ତାରିଖ ସୁନୀଲ ମହାରଣା ନାମକ ଜଣେ ବ୍ୟବସାୟୀ ବଅଁରପାଳରୁ ରାସୋଳ ଅଭିମୁଖେ ଯାଉଥିବା ବେଳେ ୬ ଜଣ ଲୁଟେରା ତାଙ୍କୁ ଅଟକାଇ ମାଡ ମାରିବା ସହ ମାରଣାସ୍ତ୍ର ଦେଖାଇ ୫୫ ହଜାର ଟଙ୍କା ଓ ଦୁଇଟି ମୋବାଇଲ ଫୋନ ଛଡାଇ ନେଇ ଫେରାର ହୋଇ ଯାଇଥିଲେ । ସୁନୀଲ ଏ ନେଇ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିବବା ପରେ ପୁଲିସ ତଦନ୍ତ ଜାରି ରଖିଥିଲା । ଶେଷରେ ଏହି ଲୁଟରେ ସମ୍ପୃକ୍ତ ରାମିମୁଣ୍ଡା ଗାଁର ସୌମ୍ୟ ରଞ୍ଜନ ଗଡନାୟକ , ଅଙ୍ଗାରବନ୍ଧ ଗାଁର ସୁବ୍ରତ କତାର , ବୁଢାପଙ୍କ ଗାଁର ସୁବ୍ରତ ଭୁତିଆ ଓ ରତିକାନ୍ତ ବେହେରାଙ୍କୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା । ଏହି ଲୁଟରେ ୬ ଜଣ ସାମିଲ ଥିବା ବେଳେ କଣ୍ଟାବଣିଆ ଗାଁର ବ୍ରହ୍ମାଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ ବୁଢାପଙ୍କ ଗାଁର ନାଗେନ ବେହେରା ଫେରାର ଅଛି । ଗିରଫ ୪ ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ଗ୍ରାହକଙ୍କୁ ହୋଟେଲ କର୍ମଚାରୀଙ୍କ ନିସ୍ତୁକ ମାଡ – ଥାନାରେ ଅଭିଯୋଗ ଅନୁଗୁଳ – ଅନୁଗୁଳ ସହରର ଏକ ପ୍ରତିଷ୍ଠିତ ହୋଟେଲରେ ଖାଇବାକୁ ଯାଇଥିବା ଗ୍ରାହକଙ୍କୁ ନିସ୍ତୁକ ମାଡ ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ଅନୁଗୁଳ ଥାନାରେ…
ପୂଜା ପୁର୍ବରୁ ପୁଲିସକୁ ବଡ ସଫଳତା – ଆଠ ଜଣିଆ ଲୁଟେରା ଗ୍ଯାଙ୍ଗ ଗିରଫ ଅନୁଗୁଳ – (ଅନୁଗୁଳ ଅନଲାଇନ) – ୧୯/୦୯ – ପାର୍ବଣ ଋତୁ ପୂର୍ବରୁ ଅନୁଗୁଳ ପୁଲିସକୁ ବଡ ସଫଳତା ମିଳିଛି । ମାସେ ଭିତରେ ୧୦ ରୁ…
ସାମାଜିକ ଗଣମାଧ୍ୟମରେ ନାବାଳିକାଙ୍କ ଅଶ୍ଳୀଳ ଫଟୋ – ଥାନାରେ ମାମଲା ଅନୁଗୁଳ – ଅନୁଗୁଳ ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକାଙ୍କ ଫଟୋରେ ଅଶ୍ଳୀଳ ଫଟୋ ଯୋଡି ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରା ଯାଇଥିବା ନେଇ ଅଭିଯୋଗ ହୋଇଛି…