ଅପରାଧ ଧାରଣା ଦେଇଥିବା ବୋହୂକୁ ରାତିଅଧିଆ ନିର୍ଧୁମ ମାଡ଼ Angul OnlineDecember 14, 2022December 14, 2022 ଅନୁଗୁଳ – ସ୍ତ୍ରୀର ହକ ପାଇବାକୁ ସ୍ୱାମୀ ଘର ଆଗରେ ଧାରଣା ଦେଇଥିଲା । ହେଲେ ରାତିରେ ଏକୁଟିଆ ପାଇ ନିର୍ଧୁମ ଛେଚିଲେ ସ୍ୱାମୀ , ଶଶୁର , ଶାଶୁ ଆଉ ଦେଢ଼ ଶାଶୁ । ଫଳରେ ଗୁରୁତର ହୋଇ ଏବେ ଡାକ୍ତରଖାନାରେ ଚିକିତ୍ସିତ । ଏଭଳି ଘଟଣା ଘଟିଛି ଅନୁଗୁଳରେ । ସୂଚନା ଅନୁସାରେ ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସାମନ୍ତ ସାହିର ଦିଗାମ୍ବର ବାରିକଙ୍କ ପୁଅ ମାନସ ବାରିକଙ୍କ ସହ ସେ ଭଲପାଇ କୋର୍ଟରେ ବିବାହ କରିଥିଲେ । କିଛି ଦିନ ଭଡ଼ା ଘରେ ରହିଥିଲେ । ତାର କିଛି ଦିନ ପରେ ମାନସ ଜୋସ୍ନାଙ୍କୁ ଭଡା ଘରେ ଛାଡ଼ି ଚାଲିଯାଇଥିଲେ । ଜୋସ୍ନା ମାନସଙ୍କୁ ଚାରି ଆଡେ ଖୋଜାଖୋଜି କରିଥିଲା । ତା ପରେ ଅନୁଗୁଳ ଟାଉନ୍ ଥାନାରେ ଜୋସ୍ନା ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ପରେ ଜୋସ୍ନାଙ୍କୁ ଶ୍ୱଶୁର ଘର ଲୋକେ ବୋହୁର ମାନ୍ୟତା ଦେଇ ଘରକୁ ନେଇଥିଲେ । କିଛି ଦିନ ହେଲା ଜୋସ୍ନାଙ୍କୁ ଶ୍ୱଶୁର ଘର ଲୋକେ ମାଡ଼ମାରି ଘରୁ ବାହାର କରି ଦେଇଥିଲେ । କୌଣସି ସୁଫଳ ନ ମିଳିବାରୁ ମାନସଙ୍କ ଘର ସମ୍ମୁଖରେ ଧାରଣା ଦେଇଥିଲେ ଜୋସ୍ନା ।ତେବେ ଗତକାଲି ରାତିରେ ଜ୍ୟୋତ୍ସ୍ନାଙ୍କ ଶଶୁର ଘର ଲୋକ ନିର୍ଧୁମ ମାଡ଼ ମାରି ଥିଲେ । ସେମାନଙ୍କ ମାଡରେ ଜ୍ୟୋତ୍ସ୍ନାଙ୍କ ମୁହଁ ହାଡ଼ ଭାଙ୍ଗି ଯାଇଥିବା ବେଳେ ଛାତିରେ ମାଡ଼ ହୋଇଛି । ସେ ଗୁରୁତର ଅବସ୍ଥାରେ ଅନୁଗୁଳ ଥାନାରେ ଅଭିଯୋଗ କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ତେବେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସେପଟେ ପୁଲିସ ଜ୍ୟୋତ୍ସ୍ନାଙ୍କ ସ୍ୱାମୀ , ଶଶୁର , ଶାଶୁ ଓ ଦେଢ଼ଶାଶୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ସ୍କୁଲ ଛାତ୍ରୀଙ୍କୁ ବସ ହେଲପରଙ୍କ ମାଡ଼ ଅଭିଯୋଗ ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଫୁଲପଡାଠାରେ ଥିବା ଏକ ଘରୋଇ ସ୍କୁଲର ଛାତ୍ରୀଙ୍କୁ ସ୍କୁଲ ବସର ହେଲପର ମାଡ଼ ମାରିଥିବା ଅଭିଯୋଗ ହୋଇଛି ।…
ଚୋରି କରିବାକୁ ଆସି ବିଦ୍ୟୁତ ଖୁଣ୍ଟରେ ବନ୍ଧା ହୋଇ ନିର୍ଦ୍ଧୂମ ଛେଚା ଖାଇଲେ ତିନି ଯୁବକ ଅନୁଗୁଳ – ଦୋକାନରୁ ଚୋରି କରୁଥିବା ବେଳେ ଧରାପଡି ଖୁଣ୍ଟରେ ବନ୍ଧା ହୋଇ ଛେଚା ଖାଇଲେ ୩ ଯୁବକ । ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା ଫୁଲଝରୀ…
ଦୁର୍ଗା ମଣ୍ଡପ ପଛ ପାଖରୁ ବ୍ରାଉନସୁଗାର ଜବତ – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଅମଲାପଡା ଦୁର୍ଗା ପୂଜା ମଣ୍ଡପ ନିକଟରୁ ୧୨ ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ ସହ ପୁଲିସ ଜଣଙ୍କୁ ଗିରଫ…