ଋଣ ଟଙ୍କା ମାଗିବାରୁ ବ୍ୟାଙ୍କ କର୍ମଚାରୀଙ୍କୁ ନିସ୍ତୁକ ମାଡ

ଅନୁଗୁଳ – ଋଣ ଟଙ୍କା ମାଗିବାକୁ ଯାଇଥିବା ବେଳେ ବ୍ୟାଙ୍କ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ । ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ତୁଳସୀପାଳ ଗ୍ରାମରେ ଏଭଳି ଘଟଣା ଘଟିଛି । ଆ.ସି.ଆଇ.ସି.ଆଇ ବ୍ୟାଙ୍କ କର୍ମଚାରୀ ମାନେ କ୍ରେଡିଟ୍ କାର୍ଡର ଋଣ ଟଙ୍କା ମାଗିବାକୁ ଆସିଥିବା ବେଳେ ସେମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।

ଅଭିଯୋଗକାରୀଙ୍କ ସୂଚନା ମୁତାବକ ତୁଳସୀପାଳ ଗ୍ରାମର ନିର୍ମଳ ବିଶ୍ଵାଳଙ୍କ ପୁଅ ବିନମୟ ସାମଲ ବ୍ୟାଙ୍କର କ୍ରେଡିଟ୍ କାର୍ଡ ଜରିଆରେ ୩ ଲକ୍ଷ ୭୫ ହଜାର ଟଙ୍କା ଋଣ କରିଥିଲେ। ଏହି ଟଙ୍କା ମାଗିବାକୁ ରାଉରକେଲା ଡିଭିଜନ ବ୍ୟାଙ୍କ ଅଧିକାରୀ ରମାକାନ୍ତ ରଥଙ୍କ ସହ ପ୍ରମୋଦ କୁମାର ସାହୁ, ଦିବ୍ୟଜ୍ୟୋତି ସାମଲ, ଓ ସନ୍ତୋଷ କୁମାର ବେହେରା ୨୧ ତାରିଖରୁ ନିଜ ୱାଗନର କାର ଯୋଗେ ଆସି ବିନମୟଙ୍କୁ ଟଙ୍କା ମାଗିଥିଲେ । ଏ ନେଇ ଉଭୟ ମଧ୍ୟରେ ବଚସା ହେବାରୁ ବାପା ନିର୍ମଳ ଓ ପୁଅ ବିନମୟ ଅଧିକାରୀଙ୍କୁ ଅସଭ୍ୟ ଭାସାରେ ଗାଳି ଗୁଳଜ କରିବା ସହ ଟଙ୍କା ମାଗିଲେ ଜୀବନରେ ମାରିଦେବାକୁ ଧମକ ଦେବା ସହ ଏକ ବାଉଁଶ ଠେଙ୍ଗାରେ ଅଧିକାରୀଙ୍କୁ ନିସ୍ତୁକ ମାଡ ମାରିଥିଲେ । ରମାକାନ୍ତ ଆହତ ହୋଇ ଥିଲେ ମଧ୍ୟ ଆକ୍ରମଣକାରୀଙ୍କ ଠାରୁ ଖସି ଯାଇ ୧୧୨ ଯୋଗେ ପୁଲିସ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ବଅଁରପାଳ ପୁଲିସ ପହଞ୍ଚି ବ୍ୟାଙ୍କ କର୍ମଚାରୀଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ନିମନ୍ତେ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ। ପରେ ଏ ନେଇ ବ୍ୟାଙ୍କ କର୍ମଚାରୀ ମାନେ ଲିଖିତ ଅଭିଯୋଗ କରିଥିବା ବେଳେ ବଅଁରପାଳ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *