ଅପରାଧ ଚୋରି ମୋଟର ଉଦ୍ଧାର – ଧରା ପଡିଲେ ୫ ଜଣିଆ ଗ୍ୟାଙ୍ଗ Angul OnlineMarch 3, 2022March 3, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଥିବା ମଞ୍ଜରି ଏଣ୍ଟରପ୍ରାଇଜେସରୁ ଗତ ୨୪ ତାରିଖ ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କା ମୂଲ୍ୟର ପାଣି ପମ୍ପ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିଲା । ତେବେ ଅନୁଗୁଳ ପୁଲିସ ଏହି ଚୋରିର ପର୍ଦାଫାସ କରିବା ସହ ଏଥିରେ ସମ୍ପୃକ୍ତ ୫ ଜଣଙ୍କୁ ଧରିବାରେ ସଫଳ ହୋଇଛି । ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବା ବେଳେ ଅନ୍ୟମାନେ ହେଲେ ଛେଣ୍ଡିପଦା ଥାନା କମ୍ପସଲା ଗାଁର ଜିତୁ ଦେହୁରି , କମ୍ପସଲା ଗାଁର ଚିନ୍ମୟ ଦେହୁରି , ନୂଆପଡା ଗାଁର ସନାତନ ପାଣିଗ୍ରାହୀ ଓ ବନ୍ତଳା ଥାନା ବଲଙ୍ଗ ଗାଁର ବାବୁଲା ସାହୁ । ସୂଚନା ଅନୁସାରେ ଜିତୁ ସେହି ଦୋକାନରେ ପୂର୍ବରୁ କାମ କରୁଥିବା ବେଳେ ଏମାନେ ମିଳିତ ଭାବେ ଯୋଜନା କରି ନକଲି ଚାବି ତିଆରି କରିଥିଲେ । ଆଉ ଯୋଜନା ଅନୁସାରେ ବୁଧବାର ରାତିରେ ଚୋରି କରି ଫେରାର ହୋଇ ଯାଇଥିଲେ । ତଦନ୍ତ କରି ପୁଲିସ ଘଟଣା ସମ୍ପର୍କରେ ଜାଣି ଏମାନଙ୍କୁ ଗିରଫ କରିଛି । ଆଉ ଚୋରି ହୋଇଥିବା ୧୧ ଟି ପାଣି ପମ୍ପ ସମେତ ଚୋରିରେ ବ୍ୟବହାର କରିଥିବା ଏକ ସ୍ଵିଫ୍ଟ ଡିଜାୟାର କାରକୁ ଜବତ କରିଛି । Advertisement
ଦାମୀ କାରରେ ଗଞ୍ଜେଇ ବେପାର – ଜବତ କଲା ଅବକାରୀ ବିଭାଗ ଅନୁଗୁଳ – ଅନୁଗୁଳ ଅବକାରୀକୁ ବିଭାଗ ମିଳିଛି ବଡ ସଫଳତା । ଅବକାରୀ ନିରୀକ୍ଷକ ସଦର ରେଞ୍ଜ୍ ଏବଂ ଜିଲ୍ଲା ଭ୍ରାମ୍ୟମାଣ ବିଭାଗର ମିଳିତ ସହଯୋଗରେ ୭୫…
ବ୍ରାଉନସୁଗାର ଜବତ – ମହିଳାଙ୍କ ସମେତ ୨ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ହାତରେ ଦୁଇ ଧଳା ଜହର ବେପାରୀ । ତାଙ୍କ ନିକଟରୁ ୧୮ ଗ୍ରାମ ବ୍ରାଉନ ସୁଗାର ଜବତ କରିବା…
ଲକ୍ଷାଧିକ ଟଙ୍କା ହଡପ କରି ବନ୍ଧା ହେଲେ ବ୍ୟାଙ୍କ ମ୍ୟାନେଜର ଅନୁଗୁଳ – ନିଜ ନାମରେ ଜାଲିଆତି କରି ବ୍ୟାଙ୍କରୁ ଟଙ୍କା ହଡପ ଅଭିଯୋଗରେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଗିରଫ । ଗିରଫ ମ୍ୟାନେଜର ନବ କିଶୋର ଧାରୁଆଙ୍କୁ…