ବାଣିଜ୍ୟ ବିଗୱିଙ୍ଗର ଶୁଭ ଉଦଘାଟନ Angul OnlineNovember 29, 2021November 29, 2021 ଅନୁଗୁଳ – ହୋଣ୍ଡା ମୋଟରସାଇକେଲ ଓ ସ୍କୁଟର ଇଣ୍ଡିଆର ଅତି ପ୍ରତିକ୍ଷିତ ଏବଂ ଆକର୍ଷଣୀୟ ପ୍ରିମିୟମ ହୋଣ୍ଡାର ଡିଲରଶିପ ହୋଣ୍ଡା ବିଗୱିଙ୍ଗର ଶୁଭ ଉଦଘାଟନ ହୋଇ ଯାଇଛି । ଅନୁଗୁଳ ପଞ୍ଚମହଲା ଠାରେ ଉଦଘାଟନ ହୋଇଥିବା ଏହି ଶୋ-ରୁମକୁ ରାମ ଚନ୍ଦ୍ର ବମଲିଆ ଏବଂ ଲକ୍ଷ୍ମୀ ଦେବୀ ଅଗ୍ରୱାଲା ଉଦଘାଟନ କରିଥିଲେ । ଏହି ଶୋ-ରୁମରେ କେବଳ ହୋଣ୍ଡାର ୩୦୦ ସିସିରୁ ଆରମ୍ଭ କରି ୧୮୦୦ ସିସି ପର୍ଯ୍ୟନ୍ତ ହୋଣ୍ଡା ପ୍ରିମିୟମ ମୋଟରସାଇକେଲ ଏବଂ ସ୍କୁଟର ଉପଲବ୍ଧ ରହିବ । ମୁଖ୍ୟତଃ ହିଙ୍ଗନେସ ୩୫୦ , ୩୫୦ଆର , ସିବି ୧୦୦୦ ଆର+ , ସିବିଆର ୧୦୦୦ ଆରଆର , ଏଫ୍ରିକାନ ଟ୍ଵିନ ଏବଂ ଗୋଲ୍ଡ ୱିଙ୍ଗ ପରି ନାମିଦାମି ମଡେଲ ଉପଲବ୍ଧ ରହିବ ଏବଂ ସମସ୍ତ ପ୍ରକାରର ସର୍ଭିସର ସୁବିଧା ଏବଂ ସହଜ ଫାଇନାନ୍ସର ବ୍ୟବସ୍ଥା କରା ଯାଇଛି । ଏହା ସହ ଗ୍ରାହକ ମାନେ ଏଠାରେ ସେମାନଙ୍କର ପୁରୁଣା ଗାଡି ଏକ୍ସଚେଞ୍ଜ କରାଇ ନୂତନ ନିଜ ମନମୁତାବକ ମୋଟରସାଇକେଲ ନେଇ ପାରିବେ । ବିଗୱିଙ୍ଗର ଏହି ଉଦଘାଟନ ଅବସରରେ ଏହାର ସତ୍ଵାଧିକାରୀ ସୁଜିତ କୁମାର ଅଗ୍ରୱାଲ ଉପସ୍ଥିତ ଥିବା ବେଳେ ଏଠାରେ ଗ୍ରାହକ ମାନଙ୍କୁ ଅତ୍ୟାଧୁନିକ ଗାଡି ସହିତ ଉତ୍ତମ ସେବା ଯୋଗାଇ ଦିଆଯିବାକୁ ସେ ସଂକଲ୍ପବଦ୍ଧ ବୋଲି କହିଥିଲେ । Advertisement
ଗରିବ ଓ ନିଃସହାୟଙ୍କ ପାଇଁ ଦକ୍ଷାୟଣୀ ହେଲଥ କେୟାରରେ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ଅନୁଗୁଳ – ଅନୁଗୁଳ ସହର ଗାନ୍ଧିମାର୍ଗ ଅମଲାପଡା ନିକଟରେ ଅତ୍ୟାଧୁନିକ ଦକ୍ଷାୟଣୀ ହେଲଥ କେୟାର ଉଦଘାଟିତ ହୋଇ ଯାଇଛି । ଡା. ଦିଭେନ୍ଦୁ ପ୍ରସାଦ ସାହୁ ଓ…
ଜିନ୍ଦଲ ପାୱାରକୁ ଗାରେ ପାଲମା 4/1 ଖଣି ପାଇଁ ସଫଳ ବିଡର ଭାବରେ କୋଇଲା ମନ୍ତ୍ରଣାଳୟର ଘୋଷଣା ରାୟପୁର/ଭୁବନେଶ୍ୱର – ଶିଳ୍ପପତି ଶ୍ରୀ ନବୀନ ଜିନ୍ଦଲଙ୍କ ନେତୃତ୍ୱାଧୀନ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)ର ସହାୟକ କମ୍ପାନୀ ଜିନ୍ଦଲ ପାୱାର ଲିମିଟେଡ (ଜେପିଏଲ)କୁ କୋଇଲା…
ହୋଣ୍ଡାର ନୂତନ ଶୋରୁମ୍ ଉଦ୍ଘାଟିତ ଅନୁଗୁଳ -ଅନୁଗୁଳ ଜିଲ୍ଲା ଆଠମଲ୍ଲିକଠାରେ ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର୍ ଇଣ୍ଡିଆର ନୂତନ ଶୋରୁମ ମମତା ମୋଟର୍ସ ଉଦ୍ଘାଟିତ ହୋଇଯାଇଛି । ଯେଉଁଥରେ ହୋଣ୍ଡାର ସମସ୍ତ ପ୍ରକାରର…