ବିଜେପି ସାଂସଦଙ୍କ ଇସ୍ତଫା ଦାବି କଲା ବିଜୁ ଯୁବ – ଛାତ୍ର ଜନତା ଦଳ

ଅନୁଗୁଳ – ଓଡ଼ିଶାର ବରପୁତ୍ର, ମହାନ ଜନନାୟକ, ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିରୋଧରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମିଥ୍ୟା ଓ ଅପମାନଜନକ ମନ୍ତବ୍ୟକୁ ଦୃଢ଼ ନିନ୍ଦା କରିଛି ଅନୁଗୁଳ ବିଜୁ ଯୁବ – ଛାତ୍ର ଜନତା ଦଳ । ଏହା କେବଳ ବିଜୁ ବାବୁଙ୍କ ପ୍ରତି ନୁହେଁ, ବରଂ ସମଗ୍ର ଓଡ଼ିଶା ଏବଂ ଓଡ଼ିଆ ଜାତି ପାଇଁ ଏକ ବଡ଼ ଅପମାନ ବୋଲି କହିଛନ୍ତି । ଓଡ଼ିଆ ଅସ୍ମିତାର ଏହି ଅପମାନକୁ କୌଣସି ବି ଓଡ଼ିଆ ବରଦାସ୍ତ କରିବେ ନାହିଁ । ନିଜର ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ଏକ ମିଥ୍ୟା ନ୍ୟାରେଟିଭ୍‌ ତିଆରି କରିବାକୁ ଚେଷ୍ଟା କରାଯାଉଛି, ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେମାନେ କହିଛନ୍ତି । ଏଭଳି ହୀନ ମାନସିକତା ଦେଖାଇଥିବା ବିଜେପି ସାଂସଦ ତୁରନ୍ତ କ୍ଷମାପ୍ରାର୍ଥନା କରନ୍ତୁ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଜେପିର ନେତୃବୃନ୍ଦ ଏହି ବକ୍ତବ୍ୟକୁ କଡ଼ା ଭାଷାରେ ନିନ୍ଦା କରନ୍ତୁ ନଚେତ ସାଢ଼େ ୪ କୋଟି ଓଡ଼ିଶାବାସୀ ବୁଝିବେ କେବଳ କେନ୍ଦ୍ରୀୟ ନେତୃତ୍ୱଙ୍କ ବୋଲକରା ହେବା ଛାଡ଼ିଦେଲେ ଓଡ଼ିଶା ବିଜେପି ନେତାଙ୍କୁ ଆଉ କିଛି ଜଣାନାହିଁ।


ଆଜି ଅନୁଗୁଳ ବିଜୁ ଯୁବ – ଛାତ୍ର ଜନତା ଦଳ ପକ୍ଷରୁ ଅନୁଗୁଳ ପୌରପାଳିକା ରାଜା ଛକ ଠାରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ କୁଶ ପୁତ୍ତଳିକା ଦାହ କରିବା ସହିତ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଦାବି କରାଯାଇଛି । ଏହି କାର୍ଯ୍ୟକ୍ରମରେ ନଗରପାଳ ଅକ୍ଷୟ କୁମାର ସାମନ୍ତ, ଅନୁଗୋଳ ବ୍ଲକ ଅଧକ୍ଷା ରାଜଶ୍ରୀ ସାହୁ, ନଗର ମହିଳା ସଭାନେତ୍ରୀ ମାଳିନୀ ସର୍, ଅନୁଗୋଳ ଓକିଲ ସଂଘ ସଭାପତି ଶ୍ରୀ ଦିଲ୍ଲୀପ ସାହୁ, ବିଜୁ ଛାତ୍ର ଜନତା ଦଳ ସଭାପତି ରାଜୀବ ଲୋଚନ ଦାସ, କାଉନସିଲର ସଦାନନ୍ଦ ପଣ୍ଡା କାଉନସିଲର ବଳରାମ ଜେନା, କାଉନସିଲର ରଞ୍ଜିତ୍ ମାଣ୍ଡୋଠିଆ, କାଉନସିଲର ସୁଶୀଲ ମୁଖୀ, ଜିଲ୍ଲା ବିଜେଡି ଉପ ସଭାପତି ଧରଣୀଧର ସାହୁ, ରାଜ୍ୟ ଯୁବ ବିଜେଡି ଉପ ସଭାପତି ଶିବାନୀ ଶଙ୍କର ଗୌଡ଼, ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ଚନ୍ଦ୍ରକାନ୍ତ ପ୍ରଧାନ, ଜିଲ୍ଲା ବିଜେଡି ସମ୍ପାଦକ ଅଜିତ୍ ଦ୍ୱିବେଦୀ ପ୍ରମୁଖ ଉପସ୍ଥିତ ଥିଲେ। ଯୁବ ବିଜେଡି ନେତା ଅରୁଣାଭ ସିଂହ ତତ୍ୱାବଧାନରେ ଏବଂ ନେତୃତ୍ୱରେ ପ୍ରତିବାଦ ଅନୁଷ୍ଠିତ ହୋଇଥିଲା।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page