ଆଞ୍ଚଳିକ କାର୍ଗିଲ ବିଜୟ ଦିବସ ପାଳିତ Angul OnlineJuly 27, 2021July 27, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା କଳାକେନ୍ଦ୍ରଠାରେ କାର୍ଗିଲ ବିଜୟ ଦିବସ ପାଳିତ ହୋଇ ଯାଇଛି । ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ସମାରୋହକୁ ଉଦଘାଟନ କରିଥିଲେ । କାର୍ଗିଲ ଯୁଦ୍ଧରେ ଭାରତୀୟ ଯବାନ ମାନଙ୍କ ଅପୂର୍ବ ସାହାସିକତା ଓ ବଳିଦାନ ଅତୁଳନୀୟ । ଆଜିର ଯୁବ ସମାଜ ଏଥିରୁ ବିଶେଷ ଅନୁପ୍ରାଣିଆତ ହେବେ ବୋଲି ମୁଖ୍ୟ ଅତିଥି ପ୍ରକାଶ କରିଥିଲେ । ଅନୁଗୁଳରେ ଏକ ସହିଦ ସ୍ମାରକୀ ଏବଂ ସହିଦ ବାହାବାନ ନିର୍ମାଣର ଆବଶ୍ୟକତା ଉପରେ ସେ ଆଲୋକପାତ ମଧ୍ୟ କରିଥିଲେ । ସମ୍ମାନିତ ଅତିଥିଭାବେ ଅନୁଗୁଳ ପୌରପାଳିକାର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ , ବରିଷ୍ଠ ଡାକ୍ତର ଉମେଶ ଦାଶ , ଆଇନଜୀବୀ ରବୀନ୍ଦ୍ର ପ୍ରସାଦ ପଟ୍ଟନାୟକ , କାର୍ଗିଲ ସହିଦ ମାନସାଙ୍କ ଭାଇ ମନୋଜ ସାହୁ ପ୍ରମୁଖ ଯୋଗଦେଇ ଭାରତର ଅଖଣ୍ଡତା ତଥା ଦେଶ ସୁରକ୍ଷାର ସେବାର ଗୁରୁ ଭୂମିକା ଉଆପରେ ଆଲୋକପାତ କରିଥିଲେ । ସଂଘ ସଭାପତି ପ୍ରତାପ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ସମ୍ପାଦକ ପରଶୁରାମ ଦାଶ ସଂଘର ଆଭିମୁଖ୍ୟ ଏବଂ ସହିଦ ମାନସଙ୍କ ଜୀବନୀ ଉଲ୍ଲେଖ କରିଥିଲେ । ସମାରୋହରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ରକ୍ତଦାତା ଯୋଗେନ୍ଦ୍ର ବେହେରା , ସାମ୍ବାଦିକ ଦେବା ରଞ୍ଜନ ସାମଲ , ଫର୍ମାସିଷ୍ଟ ବିଭୁତି ଭୂଷଣ ସାହୁ , ଡା. ଉମେଶ ଦାସ , ମେଗାୟୁଥ କ୍ଲବ ଶିମିଳିପଡା , ଉତ୍କଳ କରାଟେ ଅର୍ଗାନାଇଜେସନକୁ ମାନପତ୍ର ଓ ଟ୍ରଫି ପ୍ରଦାନ କରା ଯାଇଥିଲା । ସମାରୋହରେ ଉପସ୍ଥିତ ସହିଦ ମାନସଙ୍କ ମାତା ବାସନତ ମଞ୍ଜରି ସାହୁଙ୍କୁ ମୁଖ୍ୟ ଅତିଥି ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ବିଶ୍ଵରଞ୍ଜନ ପଟ୍ଟନାୟକ ସଂଯୋଜନା କରିଥିଲେ । Advertisement
ଟ୍ରକ ମାଲିକ କରିବେ ଅର୍ଥନୈତିକ ଅବରୋଧ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ଥିବା ଦୁଇଟି କୋଇଲା ଖଣିରେ ଛେଣ୍ଡିପଦା ବ୍ଲକ ଅଞ୍ଚଳର ଥିବା ଡାଲା ଟ୍ରକକୁ ଲୋଡିଙ୍ଗ ଦିଆଯାଉ ନଥିବା ପ୍ରତିବାଦରେ…
ଯାଗା ମିଶନରେ ବସ୍ତି ବାସିନ୍ଦାଙ୍କ ଥଇଥାନ କରିବାକୁ ପରାମର୍ଶ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଯାଗା ମିଶନରେ ବସ୍ତିରେ ରହୁଥିବା ବାସିନ୍ଦାମାନଙ୍କ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ଜିଲ୍ଲା ପୌର ଉନ୍ନୟନ ଏଜେନସି ( ଡୁଡା )ର ବିଭିନ୍ନ…
ପୂର୍ବତନ ମନ୍ତ୍ରୀ ଅଦ୍ୱୈତ ପ୍ରସାଦ ସିଂହଙ୍କ ତ୍ରୟୋଦଶତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ଅନୁଗୁଳ – ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଅଦ୍ୱୈତ ପ୍ରସାଦ ସିଂହଙ୍କ ତ୍ରୟୋଦଶତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଆଜି ଅନୁଗୁଳ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମ କରା ଯାଇଛି…