ଆଞ୍ଚଳିକ ୬୬ ୟୁନିଟ ରକ୍ତ ସଂଗୃହିତ Angul OnlineJune 16, 2021June 16, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦିନେଶ ପ୍ରଧାନଙ୍କ ନେତୃତ୍ଵରେ କରୋନା ମହାମାରୀ ସମୟରେ ବିଜୁ ଯୁବ ଜନତା ଦଳର ୨୯ ତମ ରକ୍ତଦାନ ଶିବୀର ଆୟୋଜିତ ହୋଇଯାଇଛି । ବିଜୁ ଯୁବ ଜନତା ଦଳ ଓ ଓଡିଶା – ମୋ – ପରିବାର ମିଳିତ ଆନୁକୁଲ୍ୟରେ ଆଜି ଛେଣ୍ଡିପଦାର କୁକୁରପେଟା ଡ୍ୟାମ ନିକଟସ୍ଥ କସ୍ତୁରୀ ହୋଟେଲରେ ଆୟୋଜିତ ଏହି ଶିବୀରରେ ମୋଟ ୬୬ ୟୁନିଟ ରକ୍ତ ସଂଗୃହ ହୋଇଥିଲା । ଛେଣ୍ଡିପଦା ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହୀତ କରିଥିଲେ । ଏହି ଶିବୀରକୁ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦିନେଶ ପ୍ରଧାନ ଉଦଘାଟନ କରିଥିଲେ । ବିଜୁ ଯୁବ ଜନତା ଦଳର ଜିଲ୍ଲା ଉପସଭାପତି ଶ୍ରୀଯୁକ୍ତ ସତ୍ୟବ୍ରତ ଦେହୁରୀ ଓ ବିଜୁ ଯୁବ ଜନତା ଦଳ ଛେଣ୍ଡିପଦା ବ୍ଲକ ସଭାପତି ଶ୍ରୀଯୁକ୍ତ ଆଶିଷ କୁମାର ପ୍ରଧାନଙ୍କ ତତ୍ତ୍ବାବଧନରେ ଏହି ଶିବୀର ଆୟୋଜିତ ହୋଇଥିଲା । ଏହି ଶିବୀରକୁ ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତା ଗୋପବନ୍ଧୁ ସାହୁ , ଖଗପତୀ ପ୍ରଧାନ , ତପନ ସାହୁ, ସୁବୋଧ ସାହୁ , ଅଭିନାସ ସାହୁ , ମୋତିଲାଲ ଦେହୁରୀ ଓ ସୌମ୍ୟରଞ୍ଜନ ଦେହୁରୀ ପରିଚାଳନା କରିଥିଲେ । କରୋନା ମହାମାରୀ ସମୟରେ ବିଜୁ ଯୁବ ଜନତା ଦଳ ଦ୍ବାରା ସମୁଦାୟ ୧୬୩୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ସନ୍ତରାବନ୍ଧ ଗ୍ରାମର ସମାଜସେବୀ ଶ୍ରୀଯୁକ୍ତ ଶିଦ୍ଧେଶ୍ବର ଦାସ୍ ଆଜି ଜୀବନର ୫୧ ତମ ରକ୍ତଦାନ କରିଥିଲେ । Advertisement
ଅଷ୍ଟପ୍ରହର ନାମ ଯଜ୍ଞର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଅନୁଗୋଳ – ଅନୁଗୋଳ ଜିଲ୍ଲା ତଳମୂଳ ନୂଆସାହିରେ ଅନୁଷ୍ଠିତ ହୋଇଆସୁଥିବା ଅଷ୍ଟପ୍ରହର ଅଖଣ୍ଡ ନାମଯଜ୍ଞର ପଚାଶ ବର୍ଷ ପୂର୍ତ୍ତି ଉପଲକ୍ଷେ ଚଳିତ ବର୍ଷ ୨୪ ତାରିଖ ଠାରୁ…
ଗାଁ ଭିତରେ ହାତୀ ଛୁଆ ଅନୁଗୁଳ – ଅନୁଗୁଳ ବନାଞ୍ଚଳରେ ହାତୀପଲରୁ ଏକ ହାତୀ ଛୁଆ ଅଲଗା ହୋଇ ରହିଛି। ଛୁଆଟିକୁ ବନ ବିଭାଗ ହାତୀ ମେଳକୁ ନେବାକୁ ଚେଷ୍ଟା କରିଥିଲେ ମଧ୍ୟ…
କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘର ଅସହଯୋଗ ଆନ୍ଦୋଳନ ଅନୁଗୁଳ – ଓଡିଶା ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ପକ୍ଷରୁ କ୍ୟାଡର ପୁନର୍ଗଠନ,ଗ୍ରେଡ ପେ ତଥା ଅନ୍ୟାନ୍ୟ ଦାବି ପୁରଣରେ…