ମୁଖ୍ୟ ଖବର ଷଣ୍ଢ ସହ ଧକ୍କା ହୋଇ ଯୁବକ ମୃତ Angul OnlineFebruary 2, 2022February 2, 2022 ଅନୁଗୁଳ – ଅନୁଗୁଳ ଗାନ୍ଧିମାର୍ଗ ହେମସୁରପଡ଼ା କବରଖାନା ନିକଟରେ ସୋମବାର ରାତି ପ୍ରାୟ ସାଢେ଼ ଦଶଟା ସମୟରେ ଷଣ୍ଢ ସହ ମୋଟରସାଇକେଲର ଧକ୍କା ହେବାରୁ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଅନୁଗୁଳ ରାଜକିଶୋରପଡ଼ା ଅଞ୍ଚଳର ଅନିଲ ମିଶ୍ର । ସେ ବସ ଷ୍ଟାଣ୍ଡରେ ଶୀତ ବସ୍ତ୍ର ବ୍ୟବସାୟ କରୁଥିଲେ । ସୂଚନା ଅନୁସାରେ ରାତିରେ ବଜାରରୁ ଘରକୁ ଫେରୁଥିବାବେଳେ ଷଣ୍ଢଟି ରାସ୍ତା ଆଗକୁ ଆସିଯିବାରୁ ଦୁର୍ଘଟଣା ହୋଇଥିଲା । ଷଣ୍ଢ ସହ ବାଡେଇ ହୋଇ ଅନିଲ ପାଖରେ ଥିବା ଏକ ଅଚଳ ଟ୍ରକରେ ବାଡେଇ ହୋଇଯାଇଥିଲେ । ଫଳରେ ତାଙ୍କ ଛାତିରେ ଗୁରୁତର ଆଘାତ ଲାଗିଥିଲା । ତେବେ ଦୁର୍ଘଟଣା ବେଳେ ଆଖ ପାଖରେ କେହି ନଥିବାରୁ ତାଙ୍କୁ ଡେରିରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଏହି ଦୁର୍ଘଟଣା ପରେ ସହରରେ ଅସନ୍ତୋଷ ଦେଖା ଯାଇଛି । ସହରର ବିଭିନ୍ନ ରାସ୍ତା , ଛକ ବଜାର ଉପରେ ଦଳ ଦଳ ଗାଈଗୋରୁ ଶୋଇ ରହୁଥିବା ବେଳେ ପୌର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକାର କରା ଯାଉ ନାହିଁ । ସେପଟେ କାଞ୍ଜିଆହୁଦା ନଥିବାରୁ ଗାଈ ଗୋରୁଙ୍କୁ ରଖା ଯାଉ ନାହିଁ । ଜାହ ଫଳରେ ଏଭଳି ବାରମ୍ବାର ଦୁର୍ଘଟଣା ଘଟୁଛି । ସେହିଭଳି ପାର୍କିଂ ବ୍ୟବସ୍ଥା ନଥିବାରୁ ସହର ବିଭିଇନ ରାସ୍ତା କଡ଼ରେ ଟ୍ରକ୍ ବସ ବେଆଇନ ଭାବେ ରଖା ଯାଇଛି । ଏହା ଦ୍ବାରା ରାସ୍ତା ସଂକୀର୍ଣ୍ଣ ହେବା ସହ ଅନେକ ସମୟରେ ଦୁର୍ଘଟଣା ଘଟୁଛି । Advertisement
ପ୍ରଥମ ଦିନରେ ୫୪୫ ଜଣଙ୍କ ନାମାଙ୍କନ ଅନୁଗୁଳ – ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ…
ଚିନ୍ତା ବଢାଇଲାଣି କରୋନାର ଦ୍ଵିତୀୟ ଲହର – ଜିଲ୍ଲାରେ ବଢି ଚାଲିଛି ସଂକ୍ରମଣ ଅନୁଗୁଳ – ଶିଲ୍ପନଗରୀ ଅନୁଗୁଳ ଜିଲ୍ଲାରେ ବଢି ଛାଲିଛି କରୋନା ସଂକ୍ରମଣ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । ପୁଲିସ…
ସିଂଘାରେଣୀ କୋଲ ଲିଃର ନୟନି କୋଲ ବ୍ଲକ୍ ପାଇଁ ତ୍ରିପାକ୍ଷିକ ବୈଠକ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ସିଂଘାରେଣୀ କୋଲ୍ ଲିଃର ନୟନି କୋଲ୍ ବ୍ଳକ୍ କାର୍ଯ୍ୟକାରୀ ନିମନ୍ତେ ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ…