ମୁଖ୍ୟ ଖବର ଷଣ୍ଢ ସହ ଧକ୍କା ହୋଇ ଯୁବକ ମୃତ Angul OnlineFebruary 2, 2022February 2, 2022 ଅନୁଗୁଳ – ଅନୁଗୁଳ ଗାନ୍ଧିମାର୍ଗ ହେମସୁରପଡ଼ା କବରଖାନା ନିକଟରେ ସୋମବାର ରାତି ପ୍ରାୟ ସାଢେ଼ ଦଶଟା ସମୟରେ ଷଣ୍ଢ ସହ ମୋଟରସାଇକେଲର ଧକ୍କା ହେବାରୁ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଅନୁଗୁଳ ରାଜକିଶୋରପଡ଼ା ଅଞ୍ଚଳର ଅନିଲ ମିଶ୍ର । ସେ ବସ ଷ୍ଟାଣ୍ଡରେ ଶୀତ ବସ୍ତ୍ର ବ୍ୟବସାୟ କରୁଥିଲେ । ସୂଚନା ଅନୁସାରେ ରାତିରେ ବଜାରରୁ ଘରକୁ ଫେରୁଥିବାବେଳେ ଷଣ୍ଢଟି ରାସ୍ତା ଆଗକୁ ଆସିଯିବାରୁ ଦୁର୍ଘଟଣା ହୋଇଥିଲା । ଷଣ୍ଢ ସହ ବାଡେଇ ହୋଇ ଅନିଲ ପାଖରେ ଥିବା ଏକ ଅଚଳ ଟ୍ରକରେ ବାଡେଇ ହୋଇଯାଇଥିଲେ । ଫଳରେ ତାଙ୍କ ଛାତିରେ ଗୁରୁତର ଆଘାତ ଲାଗିଥିଲା । ତେବେ ଦୁର୍ଘଟଣା ବେଳେ ଆଖ ପାଖରେ କେହି ନଥିବାରୁ ତାଙ୍କୁ ଡେରିରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଏହି ଦୁର୍ଘଟଣା ପରେ ସହରରେ ଅସନ୍ତୋଷ ଦେଖା ଯାଇଛି । ସହରର ବିଭିନ୍ନ ରାସ୍ତା , ଛକ ବଜାର ଉପରେ ଦଳ ଦଳ ଗାଈଗୋରୁ ଶୋଇ ରହୁଥିବା ବେଳେ ପୌର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକାର କରା ଯାଉ ନାହିଁ । ସେପଟେ କାଞ୍ଜିଆହୁଦା ନଥିବାରୁ ଗାଈ ଗୋରୁଙ୍କୁ ରଖା ଯାଉ ନାହିଁ । ଜାହ ଫଳରେ ଏଭଳି ବାରମ୍ବାର ଦୁର୍ଘଟଣା ଘଟୁଛି । ସେହିଭଳି ପାର୍କିଂ ବ୍ୟବସ୍ଥା ନଥିବାରୁ ସହର ବିଭିଇନ ରାସ୍ତା କଡ଼ରେ ଟ୍ରକ୍ ବସ ବେଆଇନ ଭାବେ ରଖା ଯାଇଛି । ଏହା ଦ୍ବାରା ରାସ୍ତା ସଂକୀର୍ଣ୍ଣ ହେବା ସହ ଅନେକ ସମୟରେ ଦୁର୍ଘଟଣା ଘଟୁଛି । Advertisement
ଅନୁଗୁଳ ଜିଲ୍ଲାରେ ଆରମ୍ଭ ହେବ ଲକ୍ଷ୍ମୀ ବସ୍ ସେବା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆସନ୍ତାକାଲି(ବୁଧବାର) ଠାରୁ ଆରମ୍ଭ ହେବ ଲକ୍ଷ୍ମୀ ବସ୍ ସେବା । ସହର ସହ ଗାଁକୁ ଯୋଡ଼ିବା ଲକ୍ଷ୍ୟ ନେଇ ଆରମ୍ଭ ହେଉଥିବା…
ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଅଭିଯୋଗ – ଯୁବକ ଅଟକ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଏକ ଲଜ୍ୟାଜନକ ଘଟଣା ଘଟି ଯାଇଛି । ଅଞ୍ଚଳର ଜଣେ ମହିଳା ଡାକ୍ତରଙ୍କୁ ଜଣେ ଯୁବକ ଦୁଷ୍କର୍ମ…
ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷଙ୍କୁ ଭୂଜାଲିରେ ଆକ୍ରମଣ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ସଦର ମହକୁମାସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷଙ୍କୁ ସେହି ଅନୁଷ୍ଠାନର ରାତ୍ର ଜଗୁଆଳୀ ଭୁଜାଲିରେ ଆକ୍ରମଣ…