ଆଞ୍ଚଳିକରାଜନୀତି ଉପ ନିର୍ବାଚନ ପାଇଁ ବିଜେଡି ସମର୍ଥିତ ପ୍ରାର୍ଥୀନୀ କଲେ ନାମାଙ୍କନ ପତ୍ର ଦାଖଲ Angul OnlineJanuary 18, 2021January 18, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଳିଆପଡା ଗ୍ରାମ ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ଉପ-ନିର୍ବାଚନ ହେବାକୁ ଅଛି । ଏଥିପାଇଁ ଆଜି (ସୋମବାର) ବିଜୁ ଜନତା ଦଳରେ ସମର୍ଥିତ ପ୍ରାର୍ଥୀନୀ ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ନାୟକ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଛେଳିଆପଡା ପଞ୍ଚାୟତର ବିଜୁ ଜନତା ଦଳ କର୍ମୀମାନେ ଶ୍ରୀମତୀ ନାୟକଙ୍କୁ ନେଇ ଏକ ଶୋଭାଯାତ୍ରାରେ ସମଗ୍ର ପଞ୍ଚାୟତ ବୁଲିବା ସହ ଅନୁଗୁଳ ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ସେ ନାମାଙ୍କନପତ୍ର ଦାଖଲ କରିଥିଲେ । ଏହି କାର୍ଯ୍ୟକ୍ରମ ବେଳେ ଅନୁଗୁଳ ବିଜେଡ଼ି ସାଧାରଣ ସମ୍ପାଦକ ପ୍ରିୟଦର୍ଶୀ ପଟ୍ଟନାୟକ, ଅନୁଗୁଳ ବ୍ଲକ ବିଜେଡ଼ି ସଭାପତି ସରୋଜ ନାରାୟଣ ସାହୁ , ଅନୁଗୁଳ ଯୁବ ବିଜେଡ଼ି ଉପ ସଭାପତି ସରୋଜ ନାୟକ , ରାଜ୍ୟ ଯୁବ ଉପ ସଭାପତି ସୁଜିତ ଦ୍ବିବେଦୀ , ଅନୁଗୁଳ ବ୍ଲକ ଯୁବ ସଭାପତି ରାକେଶ ନନ୍ଦ , ଅନୁଗୁଳ ବ୍ଲକ ଛାତ୍ର ସଭାପତି ଦିବ୍ୟରଞ୍ଜନ ପ୍ରଧାନ, ଅନୁଗୁଳ ବ୍ଲକ ମହିଳା ସଭାପତି କଲ୍ୟାଣୀ ବିଳାସ , ଜିଲ୍ଲା ପରିଷଦ ସଭ୍ୟା ରୁବି ସାହୁ, ଅନୁଗୁଳ ଜିଲ୍ଲା ଛାତ୍ର ସଭାପତି ରାଜୀବ ଲୋଚନ ଦାସ ସମେତ ଛେଳିଆପଡା ପଞ୍ଚାୟତର ବହୁ ଯୁବ କର୍ମୀ ଉପସ୍ଥିତ ଥିଲେ । Advertisement
ଆଖୁ ଖାଇବାକୁ ଆସି କୂଅରେ ପଡିଲା ଭାଲୁ ଅନୁଗୁଳ – ଆଖୁ ଖାଇବାକୁ ଆସି କୂଅରେ ପଡିଲା ଭାଲୁ । ତାକୁ ଉଦ୍ଧାର କରିବାକୁ ବନ ବିଭାଗର ପ୍ରୟାସ ଜାରି ରହିଥିବା ବେଳେ ପ୍ରାୟ ୩…
ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲା ଶ୍ରମିକ କଂଗ୍ରେସ ଅନୁଗୁଳ – ଅନୁଗୁଳ ଜିଲ୍ଲା ଶ୍ରମିକ କଂଗ୍ରେସ (INTUC)ତରଫରୁ ନିର୍ମାଣ ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ନେଇ ମହାମହିମ ରାଜ୍ୟପାଳଙ୍କୁ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଜରିଆରେ ଦାବି…
ଫି ଆଦାୟ ପ୍ରସଙ୍ଗ – ଜିଲ୍ଳା ଶିକ୍ଷା ଅଧିକାରୀଙ୍କ ହସ୍ତକ୍ଷେପ ପରେ ଆନ୍ଦୋଳନରୁ ଓହରିଲେ ଅଭିଭାବକ ସଙ୍ଘ ଅନୁଗୁଳ – ସ୍କୁଲ ଫି ବୃଦ୍ଧି ପ୍ରସଙ୍ଗକୁ ନେଇ ସାରା ଅନୁଗୁଳ ଜିଲ୍ଲାରେ ଦିନକୁ ଦିନ ଅଭିଭାବକ ଓ ଛାତ୍ରଛାତ୍ରୀ ମହଲରେ ଅସନ୍ତୋଷ ବଢ଼ି ଚାଲିଛି ।…