ଅନୁଗୁଳ – ଅନୁଗୁଳ ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ତଥା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ପୂର୍ବତନ ଉପ ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ, ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ, ଛେଣ୍ଡିପଦାର ପୂର୍ବତନ ବିଧାୟକ ସୁଶାନ୍ତ କୁମାର ବେହେରା, ଅନୁଗୁଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ ଉପସ୍ଥିତ ଥିଲେ ।

ଏଥିରେ ବିଜେପି ସରକାରର ଚାଷୀ ମାରଣ ନୀତି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ମିଛ ପ୍ରତିଶ୍ରୁତି ବିରୋଧରେ ଆସନ୍ତା ଫେବୃୟାରୀ ୧୧ ତାରିଖରେ ହେବାକୁ ଯାଉଥିବା ଚାଷୀ ସମାବେଶ ପାଇଁ ପ୍ରସ୍ତୁତି ନେଇ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ସମସ୍ତ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସମସ୍ତ ବ୍ଲକର ସଭାପତି ଓ ଅନୁଗୁଳ ଜିଲ୍ଲା ବିଜେଡ଼ି ପଦାଧିକାରୀ ଉପସ୍ଥିତ ଥିଲେ।


