ରାଜନୀତି ୨୯ ତାରିଖ ମୁଖ୍ୟମନ୍ତ୍ରୀ ଆସିବେ ଅନୁଗୁଳ Angul OnlineDecember 24, 2022December 24, 2022 ଅନୁଗୁଳ – ଆସନ୍ତା ୨୯ ତାରିଖରେ ଦିନିକିଆ ଅନୁଗୁଳ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିଦିନ ସକାଳେମୁଖ୍ୟମନ୍ତ୍ରୀ ଅନୁଗୁଳ ଆସି ଷ୍ଟାଡିୟମ ପଡ଼ିଆରେ ପହଞ୍ଚି ମିଶନ ଶକ୍ତି ମହିଳାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହା ସହ ଅନୁଗୁଳ ଜିଲ୍ଲାର ୧୧ ଟି ପ୍ରକଳ୍ପର ଶୁଭାରମ୍ଭ କରାଇବା ସହ ୧୩ ଟି ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟତଃ ବହୁ ପ୍ରତିକ୍ଷିତ ଅନୁଗୁଳ ବସଷ୍ଟାଣ୍ଡର ସେଦିନ ଶୁଭାରମ୍ଭ କରାଯିବା ସହ ପାଲଲହଡା ଠାରେ ନିର୍ମିତ ଡାକ୍ତରଖାନା , ତାଳଚେର ପୌରପାଳିକା ଅଧୀନରେ ନିର୍ମାଣ ହୋଇଥିବା ହେରିଟେଜର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏହାର ଚୂଡ଼ାନ୍ତ କାର୍ଯ୍ୟସୂଚୀ ଏ ପର୍ଯ୍ୟନ୍ତ ପ୍ରଶାସନ ନିକଟରେ ପହଞ୍ଚି ନଥିଲେ ମଧ୍ୟ ସମ୍ଭାବ୍ୟ କାର୍ଯ୍ୟସୂଚୀ ଅନୁସାରେ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ବେଳେ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ମହିଳା ମାନଙ୍କୁ ପ୍ରାୟ ୨୪୦ କୋଟି ଟଙ୍କାର ଋଣ ପ୍ରଦାନ ପାଇଁ ଡିଜିଟାଲ ଲଚିଂ କରିବେ । ପରେ ଛେଣ୍ଡିପଦା ବ୍ଲକ୍ ନତଡ଼ା ରେଲୱେ କ୍ରସିଂଠାରେ ଆଉ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେବେ । ମୁଖ୍ୟମନ୍ତ୍ରୀଙ୍କ ସମ୍ଭାବ୍ୟ ଗସ୍ତକୁ ଦୃଷ୍ଟିରେ ରଖି ଆଜି ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ , ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଓ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ପ୍ରମୁଖ ପ୍ରସ୍ତୁତି ବୈଠକ କରିଛନ୍ତି । ଏପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେଡି ଶିବିରରେ ଉତ୍ସାହ ଦେଖା ଦେଇଛି । Advertisement
ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ପରିବାର ବର୍ଗଙ୍କୁ ଭେଟିଲେ ବିଜେପିର ବିଧାୟକ ଟିମ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ଚାରି ଦିନ ପୂର୍ବରୁ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ବିଜେପି ପକ୍ଷରୁ ବୁଧବାର ବିରୋଧୀ…
ନଅରୁ ନବେ ଆସନ ନେବ କଂଗ୍ରେସ- ଶରତ ପଟ୍ଟନାୟକ ଅନୁଗୁଳ – ରାହୁଲ ଗାନ୍ଧୀ ଭାରତ ଜୋଡୋ ଅଭିଯାନ କରୁଥିବା ବେଳେ ଅନୁଗୁଳରେ ଆଜି କଂଗ୍ରେସ ଶକ୍ତି ପ୍ରଦର୍ଶନ କରିବାକୁ ଚେଷ୍ଟା କରିଛି । ଅନୁଗୁଳ ଗସ୍ତରେ…
ପୌରାଧ୍ୟକ୍ଷ ପ୍ରାର୍ଥୀ ଭାବେ ବିଜେପିର ଦିଲୀପ ଅନୁଗୁଳ ଓ ଯୋଗମାୟା ଆଠମଲ୍ଲିକରୁ ହେବେ ପ୍ରାର୍ଥୀ ଅନୁଗୁଳ – ଅନୁଗୁଳ ଜିଲ୍ଲାର ତିନୋଟି ପୌର ପରିଷଦର ନଗରପାଳ ପଦବୀ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀଙ୍କ ନାମ ପ୍ରକାଶ କରାଯାଇଛି । ରାଜ୍ୟ ସଭାପତି ସମୀର…