ଅନୁଗୁଳ – ଅନୁଗୁଳ ଜିଲ୍ଲା ପାଲଲହଡା ନିର୍ବାଚନ ମଣ୍ଡଳୀର କ୍ଷେମଳା ମଣ୍ଡଳ ର ବିଜେପି ଯୁବମୋର୍ଚା ସଭାପତି ଧର୍ମେନ୍ଦ୍ର ମହାନ୍ତ ବିଜେପି ରୁ ଇସ୍ତଫା ଦେଇଛନ୍ତି । ତାଙ୍କର ବ୍ୟକ୍ତିଗତ କାରଣ ଦର୍ଶାଇ ସେ ତାଙ୍କର ଇସ୍ତଫା ପତ୍ର ଜିଲ୍ଲା ବିଜେପି ସଭାପତି ଏବଂ କ୍ଷେମଳା ମଣ୍ଡଳ ସଭାପତି ଙ୍କ ନିକଟକୁ ପଠାଇଛନ୍ତି ।
ସୂଚନା ଅନୁସାରେ ଗତକାଲି ଏହି ବିଜେପି ନେତା ଧର୍ମେନ୍ଦ୍ର ମହନ୍ତଙ୍କ ଜଣେ ମହିଳାଙ୍କ ସହ କିଛି ଆପତ୍ତିଜନକ ଫଟୋ ଭାଇରାଲ ହୋଇଥିଲା । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ଦଳ କାର୍ଯ୍ୟାନୁଷ୍ଠାନ ନେଵା ପୂର୍ବରୁ ସମ୍ପୃକ୍ତ ନେତା ଇସ୍ତଫା ଦେଇଛନ୍ତି ।

