ମୁଖ୍ୟ ଖବର ବଢି ପାଣି ଭିତରୁ ଉଦ୍ଧାର ହେଲା ହାତୀ ଛୁଆ Angul OnlineSeptember 27, 2021September 27, 2021 ଅନୁଗୁଳ – ପାଣି ଭିତରୁ ହାତୀ ଛୁଆ ଉଦ୍ଧାର । ହାତୀ ପଲରୁ ଖସି ଆସିଥିବା ଏକ ହାତୀ ଛୁଆ ଡ୍ୟାମ ପାଣି ଭିତରେ ପଶି ଯାଇ ଫସିଯିବା ପରେ ଉଦ୍ଧାର କରିଛି ବନ ବିଭାଗ । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ମାନଜୋର ଡ୍ୟାମ ପରିସରରେ ପନ୍ଦର ଟିକିଆ ହାତୀ ପଲ ପାର ହୋଇ ଜଙ୍ଗଲ କୁ ଯାଉଥିବା ସମୟରେ ଏକ ଛୁଆ ହାତୀ ପାଣି ମଧ୍ୟରେ ଫସି ଯାଇଥିଲା । ହାତୀ ଛୁଆ ଫସି ଯାଇଥିବା ଦେଖି ମସ୍ୟଜୀବୀ ଓ ବନବିଭାଗ କର୍ମଚାରୀ ମାନଙ୍କ ପ୍ରାୟ ଚାରି ଘଣ୍ଟାର ପରିଶ୍ରମ ପରେ ହାତୀ ଛୁଆକୁ ଉଦ୍ଧାର କରାଅ ଯାଇଥିଲା । ମାଧପୁର ବନାଞ୍ଚଳ ଅଧିକାରୀ ଙ୍କ ଉପସ୍ଥିତି ରେ ଛୁଆ ହାତୀକୁ ନେଇ ମା ହାତୀ ପାଖରେ ବନ ବିଭାଗ ଛାଡିଥିଲା । ଛୁଆ ହାତୀଟି ବର୍ତମାନ ସଂପୂଣ୍ଣ ସୁସ୍ଥ ଥିବା ବନ ବିଭାଗ କହିଥିବା ବେଳେ ଏବେ ବି ତା ଉପରେ ନଜର ରଖାଯାଇଛି ।. Advertisement
କୂଅରେ ପଡି ଶିଶୁ ମୃତ ଅନୁଗୁଳ – ଅନୁଗୁଳୁ ଜିଲ୍ଲା ଜରପଡା ଥାନା ଦେଉଳଖମଣ ଗ୍ରାମର ଜଣେ ୩ ବର୍ଷର ଶିଶୁର କୂଅରେ ପଡି ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ଶୁକ୍ରବାର…
ସିରିଜ ଦୁର୍ଘଟଣା ଘଟାଇଲା ଟ୍ରିପର – ପାଞ୍ଚ ଆହତ ଅନୁଗୁଳ – ଅନୁଗୁଳ ଜିଲ୍ଲା ମହିଧରପୁରରେ ସିରିଜ ଦୁର୍ଘଟଣା ଘଟାଇଲା ଟ୍ରିପର । ଫଳରେ ପାଞ୍ଚ ଜଣ ଆହତ ହୋଇଛନ୍ତି । ତେବେ ଗୋଟିଏ ପରେ ଗୋଟିଏ…
ଅନୁଗୁଳରେ କାଳବୈଶାଖୀର ତାଣ୍ଡବ ଅନୁଗୁଳ – ଅନୁଗୁଳରେ କାଳବୈଶାଖୀ । ସାମାନ୍ୟ ବର୍ଷା ସାଙ୍ଗକୁ ଜୋରରେ ପବନ । ମାତ୍ର ଅଳ୍ପ ସମୟର ପବନରେ ଅନୁଗୁଳ ସହରରେ ବ୍ୟାପକ ଭଙ୍ଗାରୁଜା ହୋଇଛି…