ସିରିଜ ଦୁର୍ଘଟଣା ଘଟାଇ ଦୋକାନ ଭିତରେ ପଶିଗଲା ବୋଲେରୋ – ତିନି ଆହତ

ଅନୁଗୁକ – ଅନୁଗୁଳ ଖଣ୍ଡହତା ନିକଟରେ ପୁଣି ଏକ ଦୁର୍ଘଟଣା । ମଧ୍ୟାହ୍ନରେ ଏକ କାର ଦୁର୍ଘଟଣାରେ ଅଟୋରେ ଥିବା ତିନି ଜଣଙ୍କର ମୃତ୍ୟୁ ହୋଇଥିଲା। ଅପରାହ୍ନରେ ଏକ ବୋଲେରୋ ସିରିଜ ଦୁର୍ଘଟଣାରେ ତିନି ଜଣ ଗୁରୁତର ହୋଇଛନ୍ତି ।

ସୂଚନା ଅନୁସାରେ ପୁରୁଣା କଟକ ରାସ୍ତାରେ ଦ୍ରୁତ ଗତିରେ ଯାଉଥିବା ଏକ ବୋଲେରୋ ରାସ୍ତା କଡରେ ଛିଡା ହୋଇଥିବା ଏବଂ ଯାଉଥିବା ୬ ଟି ମୋଟରସାଇକେଲକୁ ଧକ୍କା ଦେବା ସହ ଏକ ଦୋକାନ ଘର ଭିତରେ ପଶି ଯାଇଥିଲା । ଦୁର୍ଘଟଣା ଫଳରେ ତିନି ଜଣ ଗୁରୁତର ହୋଇଥିବା ବେଳେ ଡ୍ରାଇଭର ଫେରାର ହୋଇ ଯାଇଛି । ଦୁର୍ଘଟଣା ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଛି । ସ୍ଥାନୀୟ ଲୋକ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଫଳରେ କଟକ- ଅନୁଗୁଳ ପୁରୁଣା ରାଜପଥରେ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ପରେ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା ।

Advertisement

Leave a Reply

Your email address will not be published. Required fields are marked *